ଦଶମରେ ୩ ଥର ଫେଲ୍‌, ସୁନ୍ଦରୀ ଜ୍ୟାକ୍‌ଲିନ୍‌ଙ୍କୁ କରିଛନ୍ତି ଡେଟ୍‌; ଜାଣନ୍ତୁ ଏହି ବିବାଦୀୟ ନିର୍ଦ୍ଦେଶକଙ୍କ…

ବମ୍ବେ: ବଲିଉଡ ନିର୍ଦ୍ଦେଶକ ସାଜିଦ ଖାନ୍‌ଙ୍କୁ କିଏ ବା ନ ଜାଣେ। ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇଛନ୍ତି ସେ। ୧୯୭୧ ଆଜିର ଦିନରେ ମୁମ୍ବାଇରେ ତାଙ୍କ ଜନ୍ମ। ଛଅ ବର୍ଷ ବୟସରେ ମା’ବାପାଙ୍କଠାରୁ ଅଲଗା ହୋଇଯାଇଥିଲେ ସାଜିଦ। ଏଣୁ ପିଲାଦିନ ଦାରିଦ୍ରରେ ବିତିଥିଲା। ଯେତେବେଳେ ତାଙ୍କୁ ୧୪ ବର୍ଷ ହୋଇଥିଲା ସେ ତାଙ୍କ ବାପାଙ୍କୁ ହରାଇଥିଲେ। ସାଜିଦଙ୍କ ଭଉଣୀ ଫରହା ଖାନ ପରିବାରର ଭରଣପୋଷଣ କରିବା ପାଇଁ ବ୍ୟାକ୍‌ଗ୍ରାଉଣ୍ଡ ଡ୍ୟାନ୍ସର ଭାବେ କାମ କରିଥିଲେ। ଅପରପକ୍ଷେ ସାଜିଦ ପାଠପଢ଼ାରେ ସେତେଟା ଭଲ ନ ଥିଲେ। ସେ ଦଶମରେ ୩ ଥର ଫେଲ ହୋଇଥିଲେ। ସମସ୍ତ ଅସୁବିଧା ସହ ଲଢ଼ି ସେ କିନ୍ତୁ ବଲିଉଡ୍‌ରେ ନିଜର ପରିଚୟ ତିଆରି କରିଥିଲେ। ଆଜି ତାଙ୍କ ଜନ୍ମଦିନ ଅବସରରେ ଜାଣନ୍ତୁ ତାଙ୍କୁ ନେଇ କିଛି ଅଜଣା କଥା।

-ହାଉସଫୁଲ, ହିମ୍ମତଓ୍ବାଲା, ହେ ବେବି ଭଳି ଫିଲ୍ମ ନିର୍ଦ୍ଦେଶନା ଦେଇଥିବା ସାଜିଦ କୋରିଓଗ୍ରାଫର ଫରାହ ଖାନ୍‌ଙ୍କ ଭାଇ।

-୧୯୯୬ରେ ସେ ମ୍ୟୁଜିକାଲ ଶୋ’ ‘ଇକ୍କେ ପେ ଇକ୍କା’କୁ ହୋଷ୍ଟ କରିଥିଲେ। ଏହି ଶୋ’ ଲିମ୍‌କା ବୁକ୍‌ ଅଫ୍‌ ରେକଡ୍ସରେ ସ୍ଥାନ ପାଇଛି।

– ୧୫ ବର୍ଷ ବୟସରେ ଜେଲ ଯାଇଛନ୍ତି ସେ। ରେଳ ଧାରଣା ମଝିରେ ଚାଲିବା ଯୋଗୁ ଗୋଟିଏ ରାତି ସେ ଥାନା ହାଜତରେ କାଟିଥିଲେ।

-ସାଜିଦ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ନାଡିଜ୍‌ଙ୍କୁ ଡେଟ୍‌ କରିଛନ୍ତି। ସେ ଜ୍ୟାକ୍‌ଲିନ୍‌ଙ୍କୁ ହାଉସ୍‌ଫୁଲ ୨ରେ ବ୍ରେକ୍‌ ଦେଇଥିଲେ। ହେଲେ ୨୦୧୩ରେ ସେମାନଙ୍କର ବ୍ରେକ୍‌ଅପ୍‌ ହୋଇଯାଇଥିଲା। ଏହା ପଛରେ କାରଣ ଥିଲା ଜ୍ୟାକ୍‌ଲିନ୍‌ଙ୍କ ପୋଜେସିଭ୍‌ନେସ୍‌।

-ଅଜୟ ଦେବଗନଙ୍କ ପିଲା ଦିନର ବନ୍ଧୁ ସାଜିଦ। ସେ # ମିଟୁ ବିବାଦକୁ ନେଇ ଚର୍ଚ୍ଚାରେ ଥିଲେ। ଅନେକ ଅଭିନେତ୍ରୀ ଏବଂ ମଡେଲ ତାଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ ଲଗାଇଛନ୍ତି।

– ବିପାଶା ବସୁ ବି ସାଜିଦଙ୍କ ବିରୋଧରେ ଅନେକ କଥା କହିଛନ୍ତି। ସେଟ୍‌ରେ ସାଜିଦ ମହିଳାଙ୍କୁ ବିଚିତ୍ର ଭାବେ ବ୍ୟବହାର କରୁଥିଲେ। ଖରାପ ଭାଷା ପ୍ରୟୋଗ ସାଙ୍ଗକୁ ମହିଳାଙ୍କ ପ୍ରତି ସେ ଅସଭ୍ୟ ଥିଲେ।

-ଦିୟା ମିର୍ଜା ମଧ୍ୟ ତାଙ୍କର ବ୍ୟବହାରକୁ ନେଇ ପ୍ରଶ୍ନ ଉଠାଇଥିଲେ। ସାଜିଦ ତାଙ୍କୁ ପ୍ରଶ୍ନ କରିଥିଲେ ଯଦି ମୁଁ ତୁମକୁ ୧୦୦ କୋଟି ଦେବି ତେବେ ତୁମେ କ’ଣ ଏକ କୁକୁର ସହ ସମ୍ପର୍କ ରଖିବ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri