Posted inଭଦ୍ରକ

ଯୋଗାସନରେ ମାହିର ସାଇପ୍ରକାଶ

ବନ୍ତ, ୨୧।୩ (ସ୍ବ.ପ୍ର.)-ବୟସ ମାତ୍ର ୬ ବର୍ଷ। ଏହି ବୟସରୁ ୩୦ରୁ ଊର୍ଦ୍ଧ୍ୱ ଯୋଗାସନରେ ମାହିର। ଆଖି ପିଛୁଳାକେ କରି ଦେଖାଉଛନ୍ତି କଷ୍ଟସାଧ୍ୟ ଯୋଗାସନ। ମଣ୍ଡୁକ ଆସନ, ଚକ୍ରାସନ, ସର୍ପାକୃତି, କଚ୍ଛପ ଆସନ ସମେତ ଯେଉଁ ଆସନ କରିବା ଯୋଗଗୁୁରୁଙ୍କ ପକ୍ଷେ କଷ୍ଟସାଧ୍ୟ, ତାହାକୁ ଅତି ସହଜରେ କରି ଦେଖାଉଛନ୍ତି ବିସ୍ମୟ ବାଳକ ସାଇପ୍ରକାଶ ନାୟକ। ଆସନର ନଁା ଜାଣି ନାହାନ୍ତି କିନ୍ତୁ ସହଜରେ ପ୍ରଦର୍ଶନ କରିପାରୁଛନ୍ତି।
ସାଇପ୍ରକାଶଙ୍କ ଘର ଭଦ୍ରକ ଜିଲା ଆଗରପଡ଼ା ନିକଟସ୍ଥ ସଢ଼ା ପଞ୍ଚାୟତ ନାହା ଗ୍ରାମରେ। କଳ୍ପନା ମହାପାତ୍ର ଓ ପ୍ରଶାନ୍ତ କୁମାର ନାୟକଙ୍କ ଏକମାତ୍ର ପୁଅ ସାଇପ୍ରକାଶ। ବାପା ପ୍ରଶାନ୍ତ ହାଇଦ୍ରାବାଦର ଏକ ଘରୋଇ କମ୍ପାନୀରେ ଇଞ୍ଜିନିୟର ଭାବେ କାର୍ଯ୍ୟରତ। ସେଠାରେ ପରିବାର ସହ ରହୁଥିବା ବେଳେ ମାତ୍ର ୪ ବର୍ଷ ବୟସରୁ ଟେଲିଭିଜନରେ ସୋନି ଆର୍ଯ୍ୟାଙ୍କ ଯୋଗ ଉପରେ ପର୍ଯ୍ୟବସିତ ଏକ ନୃତ୍ୟ ଦେଖିବା ପରେ ସେ ଅନୁକରଣ କରିଥିଲେ। ପରେ ତାଙ୍କର ଆଗ୍ରହ ଦେଖି ମା’ କଳ୍ପନା ମୋବାଇଲରୁ ୟୁଟ୍ୟୁବ୍‌ରେ ବିଭିନ୍ନ ଯୋଗାସନ ଦେଖାଇ ତାଙ୍କୁ ଶିଖିବାରେ ସହଯୋଗ କରିଥିଲେ ବୋଲି କହନ୍ତି। ମୋବାଇଲ ଦେଖି ସେ ସବୁବେଳେ ଯୋଗାଭ୍ୟାସ କରିଥାନ୍ତି। ଖେଳକୁଦ ବୟସରେ ଯୋଗ ବ୍ୟାୟାମ ପ୍ରତି ତାଙ୍କର ଅହେତୁକ ଆଗ୍ରହ ସମସ୍ତଙ୍କୁ ଚକିତ କରିଛି। କୋଭିଡ୍‌ ସମୟରୁ ଗଁାରେ ପରିବାର ସହ ରହୁଛନ୍ତି ସାଇପ୍ରକାଶ ଓ ତାଙ୍କ ମା’। ତାଙ୍କ ଜେଜେ କବି, ସାହିତି୍ୟକ କୀର୍ତ୍ତନ ନାୟକ ଓ ଜେଜେମା’ ପ୍ରତିଭା ନାୟକଙ୍କ ଉଦ୍ୟମରେ ନିକଟରେ ସାଇ ଚେତନା ସାହିତ୍ୟ ସଂସଦ ପକ୍ଷରୁ ସଢ଼ାଠାରେ ଏବଂ ଜାମତିରା ସହିତ୍ୟ ଆସର ସମେତ ବିଭିନ୍ନ ମଞ୍ଚରେ ନିଜର ପ୍ରତିଭା ପ୍ରଦର୍ଶନ କରି ସମ୍ବର୍ଦ୍ଧିତ ହୋଇଛନ୍ତି। ଯୋଗ ସହିତ ନୃତ୍ୟଗୁରୁ ଦାଶରଥି ଜେନାଙ୍କଠାରୁ ଏବେ ନୃତ୍ୟ ଶିକ୍ଷା ଗ୍ରହଣ କରୁଛନ୍ତି। ଯୋଗରେ ଆଗକୁ ଯିବା ପାଇଁ ପରିବାରର ଇଚ୍ଛା ଥିଲେ ବି ଯୋଗଶିକ୍ଷା ଦେବାକୁ ଗଁା ତଥା ଏହି ଜିଲାରେ ସୁବିଧା ସୁଯୋଗ ନ ଥିବା କହିଛନ୍ତି ସାଇପ୍ରକାଶଙ୍କ ମା’। ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଗଲେ ସାଇପ୍ରକାଶଙ୍କ ପ୍ରତିଭା ବିକଶିତ ହୋଇପାରନ୍ତା ବୋଲି ତାଙ୍କ ଜେଜେ କୀର୍ତ୍ତନ ଆଶାବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri