ସନ୍ଥସାଧକ ଭୀମ ଭୋଇ

ପୁଣ୍ୟ ଭୂମି ତଥା ଦେବଭୂମି ହେଉଛି ଉତ୍କଳ। ଏହି ପବିତ୍ର ଭୂମିରେ ଆବିର୍ଭାବ ଘଟିଛି ଅନେକ ମହାତ୍ମା ମହାପୁରୁଷ ତଥା ସନ୍ଥ ସାଧକମାନଙ୍କର ବିଭିନ୍ନ ସମୟରେ। ସେମାନଙ୍କ ମଧ୍ୟରେ ସନ୍ଥ ସାଧକ ମହାତ୍ମା ଭୀମ ଭୋଇ(୧୮୪୬-୧୮୯୫) ଅନ୍ୟତମ। ତାଙ୍କର ଶାଶ୍ୱତ ବାଣୀ ”ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ “ ସମଗ୍ର ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରେ। ଭୀମ ଭୋଇ ଏକାଧାରରେ ଥିଲେ କବି, ପଣ୍ଡିତ, ସାହିତି୍ୟକ, ବାଗ୍ମୀ, ଧର୍ମ ପ୍ରଚାରକ, ବିପ୍ଳବୀ, ଦାର୍ଶନିକ, ସମାଜସେବୀ, ସମାଜ ସଂସ୍କାରକ, ବହୁ ଭାଷାର କବି ତଥା ଓଡ଼ିଆ ଭାଷା ସାହିତ୍ୟର ସଂରକ୍ଷକ। ଓଡ଼ିଶାର ନିଜସ୍ବ ଧର୍ମ ମହିମା ଧର୍ମର ସେ ଥିଲେ ମୁଖ୍ୟ ପ୍ରଚାରକ। ମହିମା ଗୋସେଇଁ ଥିଲେ ଏହି ଧର୍ମର ମୁଖ୍ୟ ପ୍ରବନ୍ଧକ। ଭୀମ ଭୋଇ ଥିଲେ ମହିମା ଗୋସେଇଁଙ୍କର ଗୃହୀ ଶିଷ୍ୟ ବା ଭକ୍ତ। ଭୀମ ଭୋଇ ନ ଥିଲେ ମହିମା ଧର୍ମ ଆଜି ସମଗ୍ର ବିଶ୍ୱରେ ପ୍ରସିଦ୍ଧିଲାଭ କରି ନ ଥା’ନ୍ତା କି ଆନ୍ତର୍ଜାତିକସ୍ତରରେ ପ୍ରସିଦ୍ଧିଲାଭ କରି ପାରି ନ ଥା’ନ୍ତା।
ଭୀମ ଭୋଇ ନିଜର ସ୍ବଳ୍ପ ଜୀବନ କାଳ ମଧ୍ୟରେ ୧୩୨ ଖଣ୍ଡ ଗ୍ରନ୍ଥ ସମେତ ହଜାର ହଜାର ଭଜନ, ଜଣାଣ, ଚଉତିଶା, ଚଉପଦୀ ଓ ପ୍ରାର୍ଥନା ଆଦି ରଚନା କରିଥିଲେ। ନିଜର ସମସ୍ତ ରଚନାକୁ ସେ କଣ୍ଠସ୍ଥ କରିରଖିଥିଲେ। ରାମାୟଣ, ମହାଭାରତ, ଗୀତା, ଭାଗବତ, ବେଦବେଦାନ୍ତ ଓ ଉପନିଷଦରେ ତାଙ୍କର ଥିଲା ଗଭୀର ଅନୁପ୍ରବେଶ। ଏହିସବୁ ଗ୍ରନ୍ଥର ସାରବତ୍ତାକୁ ଗ୍ରହଣ କରି ସେ ରଚନା କରିଯାଇଛନ୍ତି ଅନେକ ଭଜନ, ଜଣାଣ ଓ ଚଉତିଶା। ଏହା ବ୍ୟତୀତ ପଶ୍ଚିମ ଓଡ଼ିଶାର ଲୋକଗୀତ ସ୍ବରରେ ସେ ରଚନା କରିଯାଇଛନ୍ତି ସଜନୀ ଗୀତ, ଡାଲଖାଇ, ଜାଇଫୁଲ ଓ ରସରକେଲି ବୃତ୍ତରେ ଅନେକ କବିତା ଓ ଚଉତିଶା। ଓଡ଼ିଆ, ଭଗ୍ନ ବଙ୍ଗଳା, ଭଗ୍ନ ସଂସ୍କୃତ ଭାଷାରେ ରଚନା କରିଯାଇଛନ୍ତି ମହିମା ବନ୍ଦନା ସମେତ ମହିମା ବିନୋଦ ଓ ମନୁସଭା ମଣ୍ଡଳ ଆଦି ଅନେକ ଗ୍ରନ୍ଥ। ତାଙ୍କର ଗ୍ରନ୍ଥଗୁଡ଼ିକ ମଧ୍ୟରେ ଆଦିଅନ୍ତ ଗୀତା, ଶ୍ରୁତି ନିଷେଧ ଗୀତା, ବ୍ରହ୍ମ ନିରୂପଣ ଗୀତା, ଅଷ୍ଟକ ବିହାରୀ ଗୀତା ଓ ସ୍ତୁତି ଚିନ୍ତାମଣି ବେଶ୍‌ ପାଠକୀୟ ଆଦର ଲାଭ କରିବା ସହ ମହିମା ଧର୍ମର ପ୍ରାମାଣିକ ଗ୍ରନ୍ଥ ଭାବରେ ଗୃହୀତ। ଏହି ସମସ୍ତ ଗ୍ରନ୍ଥରେ ମହିମା ଧର୍ମ ଦର୍ଶନ, ତତ୍ତ୍ୱ, ନୀତିନିୟମ, ସଂସ୍କାରବାଦର କଥା ଓ ମହିମା ଗୋସେଇଁଙ୍କ ଲୀଳାଖେଳା ସମ୍ପର୍କରେ ବିଶଦ ଭାବରେ ବର୍ଣ୍ଣନା କରିଛନ୍ତି ଭୀମ ଭୋଇ। ଉପକୂଳ ଓଡ଼ିଶାର ଭାଷା ସମେତ କୋଶଳୀ, ଛତିଶଗଡ଼ୀ, ହିନ୍ଦୀ, ଝାଡ଼ଖଣ୍ଡୀ ଭାଷାର ଅନେକ ଶବ୍ଦର ବ୍ୟବହାର ଭୀମ ଭୋଇଙ୍କ ରଚନାରେ ଦେଖିବାକୁ ମିଳେ।
ଭୀମ ଭୋଇ ଥିଲେ ସ୍ବାଧୀନଚେତା ଓ ସ୍ବାଭିମାନୀ। ସେ କହିଯାଇଛନ୍ତି- ”ରାଜାର ପରଜା ନୋହୁ ସିନା ଆମ୍ଭେ ନୋହୁ ସାହୁର ଖାତକ, ଯହିଁ ଗୁରୁ ନେବେ ତହିଁ ଯାଉ ଆମ୍ଭେ କେ ଅବା କରୁ ଅଟକ।“ ଜାତିଭେଦ ପ୍ରଥାକୁ ସମାଜରୁ ଦୂରେଇ ଦେଇ ସେ ଗାଇଥିଲେ-”ଜାତି ଖୋଜିଲେ ମୁକ୍ତି ନାହିଁ, ମୁକ୍ତି ଖୋଜିଲେ ଜାତି ନାହିଁ, ଏକ ଶୂନ୍ୟ ବ୍ରହ୍ମଙ୍କଠାରେ ଶରଣ ପଶ।“ ଜାତିଭେଦ ବିବର୍ଜିତ ସମାଜ ଗଠନ କରି ଦଳିତ ମଣିଷକୁ ସାହା ହେବା ଓ ରାହା ଦେବା ପାଇଁ ମହିମାଧର୍ମ ପ୍ରଚାର ନିମନ୍ତେ ସେ ସଦାବ୍ରତୀ ଥିଲେ। ନାରୀ ପୁରୁଷରେ ସମାନତା, ଅହିଂସା ବ୍ରତ ପାଳନ କରିବା, ମୂର୍ତ୍ତି ପୂଜା, ଅନ୍ଧବିଶ୍ୱାସ, କୁସଂସ୍କାର ଓ ବ୍ରାହ୍ମଣ୍ୟ ଧର୍ମ ପରିହାର ପୂର୍ବକ ସମାଜକୁ ନୂତନ ଦିଗ୍‌ଦର୍ଶନ ଦେବା ଥିଲା ମହିମାଧର୍ମ ଓ ଭୀମ ଭୋଇଙ୍କ ମୂଳ ନୀତି ବା ଆଦର୍ଶ। ଭୀମ ଭୋଇଙ୍କ ପୂରାନାମ ଥିଲା ଭୀମସେନ ଭୋଇ ଅରକ୍ଷିତ ଦାସ। ତାଙ୍କର ଆବିର୍ଭାବ ଘଟିଥିଲା ୧୮୪୬ ମସିହା ବୈଶାଖ ପୂର୍ଣ୍ଣିମା ତିଥିରେ ସୋନପୁରର ଜଟାସିଂହା ଗ୍ରାମର ତାଳବଣରେ। ତାଙ୍କ ଜନ୍ମ ରହସ୍ୟ ଏବେ ବି ତମସାଚ୍ଛନ୍ନ। ସେ ଇହଲୀଳା ସମ୍ବରଣ କରିଥିଲେ ୧୮୯୫ ମସିହା ଖଲିଆପାଲି ଆଶ୍ରମଠାରେ।

  • ଡ. ଉଦ୍ଧବ ଚରଣ ନାୟକ
    ମୋ-୯୪୩୮୨୯୯୧୭୪

Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri