ସନ୍ଥସାଧକ ଭୀମ ଭୋଇ

ପୁଣ୍ୟ ଭୂମି ତଥା ଦେବଭୂମି ହେଉଛି ଉତ୍କଳ। ଏହି ପବିତ୍ର ଭୂମିରେ ଆବିର୍ଭାବ ଘଟିଛି ଅନେକ ମହାତ୍ମା ମହାପୁରୁଷ ତଥା ସନ୍ଥ ସାଧକମାନଙ୍କର ବିଭିନ୍ନ ସମୟରେ। ସେମାନଙ୍କ ମଧ୍ୟରେ ସନ୍ଥ ସାଧକ ମହାତ୍ମା ଭୀମ ଭୋଇ(୧୮୪୬-୧୮୯୫) ଅନ୍ୟତମ। ତାଙ୍କର ଶାଶ୍ୱତ ବାଣୀ ”ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ “ ସମଗ୍ର ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରେ। ଭୀମ ଭୋଇ ଏକାଧାରରେ ଥିଲେ କବି, ପଣ୍ଡିତ, ସାହିତି୍ୟକ, ବାଗ୍ମୀ, ଧର୍ମ ପ୍ରଚାରକ, ବିପ୍ଳବୀ, ଦାର୍ଶନିକ, ସମାଜସେବୀ, ସମାଜ ସଂସ୍କାରକ, ବହୁ ଭାଷାର କବି ତଥା ଓଡ଼ିଆ ଭାଷା ସାହିତ୍ୟର ସଂରକ୍ଷକ। ଓଡ଼ିଶାର ନିଜସ୍ବ ଧର୍ମ ମହିମା ଧର୍ମର ସେ ଥିଲେ ମୁଖ୍ୟ ପ୍ରଚାରକ। ମହିମା ଗୋସେଇଁ ଥିଲେ ଏହି ଧର୍ମର ମୁଖ୍ୟ ପ୍ରବନ୍ଧକ। ଭୀମ ଭୋଇ ଥିଲେ ମହିମା ଗୋସେଇଁଙ୍କର ଗୃହୀ ଶିଷ୍ୟ ବା ଭକ୍ତ। ଭୀମ ଭୋଇ ନ ଥିଲେ ମହିମା ଧର୍ମ ଆଜି ସମଗ୍ର ବିଶ୍ୱରେ ପ୍ରସିଦ୍ଧିଲାଭ କରି ନ ଥା’ନ୍ତା କି ଆନ୍ତର୍ଜାତିକସ୍ତରରେ ପ୍ରସିଦ୍ଧିଲାଭ କରି ପାରି ନ ଥା’ନ୍ତା।
ଭୀମ ଭୋଇ ନିଜର ସ୍ବଳ୍ପ ଜୀବନ କାଳ ମଧ୍ୟରେ ୧୩୨ ଖଣ୍ଡ ଗ୍ରନ୍ଥ ସମେତ ହଜାର ହଜାର ଭଜନ, ଜଣାଣ, ଚଉତିଶା, ଚଉପଦୀ ଓ ପ୍ରାର୍ଥନା ଆଦି ରଚନା କରିଥିଲେ। ନିଜର ସମସ୍ତ ରଚନାକୁ ସେ କଣ୍ଠସ୍ଥ କରିରଖିଥିଲେ। ରାମାୟଣ, ମହାଭାରତ, ଗୀତା, ଭାଗବତ, ବେଦବେଦାନ୍ତ ଓ ଉପନିଷଦରେ ତାଙ୍କର ଥିଲା ଗଭୀର ଅନୁପ୍ରବେଶ। ଏହିସବୁ ଗ୍ରନ୍ଥର ସାରବତ୍ତାକୁ ଗ୍ରହଣ କରି ସେ ରଚନା କରିଯାଇଛନ୍ତି ଅନେକ ଭଜନ, ଜଣାଣ ଓ ଚଉତିଶା। ଏହା ବ୍ୟତୀତ ପଶ୍ଚିମ ଓଡ଼ିଶାର ଲୋକଗୀତ ସ୍ବରରେ ସେ ରଚନା କରିଯାଇଛନ୍ତି ସଜନୀ ଗୀତ, ଡାଲଖାଇ, ଜାଇଫୁଲ ଓ ରସରକେଲି ବୃତ୍ତରେ ଅନେକ କବିତା ଓ ଚଉତିଶା। ଓଡ଼ିଆ, ଭଗ୍ନ ବଙ୍ଗଳା, ଭଗ୍ନ ସଂସ୍କୃତ ଭାଷାରେ ରଚନା କରିଯାଇଛନ୍ତି ମହିମା ବନ୍ଦନା ସମେତ ମହିମା ବିନୋଦ ଓ ମନୁସଭା ମଣ୍ଡଳ ଆଦି ଅନେକ ଗ୍ରନ୍ଥ। ତାଙ୍କର ଗ୍ରନ୍ଥଗୁଡ଼ିକ ମଧ୍ୟରେ ଆଦିଅନ୍ତ ଗୀତା, ଶ୍ରୁତି ନିଷେଧ ଗୀତା, ବ୍ରହ୍ମ ନିରୂପଣ ଗୀତା, ଅଷ୍ଟକ ବିହାରୀ ଗୀତା ଓ ସ୍ତୁତି ଚିନ୍ତାମଣି ବେଶ୍‌ ପାଠକୀୟ ଆଦର ଲାଭ କରିବା ସହ ମହିମା ଧର୍ମର ପ୍ରାମାଣିକ ଗ୍ରନ୍ଥ ଭାବରେ ଗୃହୀତ। ଏହି ସମସ୍ତ ଗ୍ରନ୍ଥରେ ମହିମା ଧର୍ମ ଦର୍ଶନ, ତତ୍ତ୍ୱ, ନୀତିନିୟମ, ସଂସ୍କାରବାଦର କଥା ଓ ମହିମା ଗୋସେଇଁଙ୍କ ଲୀଳାଖେଳା ସମ୍ପର୍କରେ ବିଶଦ ଭାବରେ ବର୍ଣ୍ଣନା କରିଛନ୍ତି ଭୀମ ଭୋଇ। ଉପକୂଳ ଓଡ଼ିଶାର ଭାଷା ସମେତ କୋଶଳୀ, ଛତିଶଗଡ଼ୀ, ହିନ୍ଦୀ, ଝାଡ଼ଖଣ୍ଡୀ ଭାଷାର ଅନେକ ଶବ୍ଦର ବ୍ୟବହାର ଭୀମ ଭୋଇଙ୍କ ରଚନାରେ ଦେଖିବାକୁ ମିଳେ।
ଭୀମ ଭୋଇ ଥିଲେ ସ୍ବାଧୀନଚେତା ଓ ସ୍ବାଭିମାନୀ। ସେ କହିଯାଇଛନ୍ତି- ”ରାଜାର ପରଜା ନୋହୁ ସିନା ଆମ୍ଭେ ନୋହୁ ସାହୁର ଖାତକ, ଯହିଁ ଗୁରୁ ନେବେ ତହିଁ ଯାଉ ଆମ୍ଭେ କେ ଅବା କରୁ ଅଟକ।“ ଜାତିଭେଦ ପ୍ରଥାକୁ ସମାଜରୁ ଦୂରେଇ ଦେଇ ସେ ଗାଇଥିଲେ-”ଜାତି ଖୋଜିଲେ ମୁକ୍ତି ନାହିଁ, ମୁକ୍ତି ଖୋଜିଲେ ଜାତି ନାହିଁ, ଏକ ଶୂନ୍ୟ ବ୍ରହ୍ମଙ୍କଠାରେ ଶରଣ ପଶ।“ ଜାତିଭେଦ ବିବର୍ଜିତ ସମାଜ ଗଠନ କରି ଦଳିତ ମଣିଷକୁ ସାହା ହେବା ଓ ରାହା ଦେବା ପାଇଁ ମହିମାଧର୍ମ ପ୍ରଚାର ନିମନ୍ତେ ସେ ସଦାବ୍ରତୀ ଥିଲେ। ନାରୀ ପୁରୁଷରେ ସମାନତା, ଅହିଂସା ବ୍ରତ ପାଳନ କରିବା, ମୂର୍ତ୍ତି ପୂଜା, ଅନ୍ଧବିଶ୍ୱାସ, କୁସଂସ୍କାର ଓ ବ୍ରାହ୍ମଣ୍ୟ ଧର୍ମ ପରିହାର ପୂର୍ବକ ସମାଜକୁ ନୂତନ ଦିଗ୍‌ଦର୍ଶନ ଦେବା ଥିଲା ମହିମାଧର୍ମ ଓ ଭୀମ ଭୋଇଙ୍କ ମୂଳ ନୀତି ବା ଆଦର୍ଶ। ଭୀମ ଭୋଇଙ୍କ ପୂରାନାମ ଥିଲା ଭୀମସେନ ଭୋଇ ଅରକ୍ଷିତ ଦାସ। ତାଙ୍କର ଆବିର୍ଭାବ ଘଟିଥିଲା ୧୮୪୬ ମସିହା ବୈଶାଖ ପୂର୍ଣ୍ଣିମା ତିଥିରେ ସୋନପୁରର ଜଟାସିଂହା ଗ୍ରାମର ତାଳବଣରେ। ତାଙ୍କ ଜନ୍ମ ରହସ୍ୟ ଏବେ ବି ତମସାଚ୍ଛନ୍ନ। ସେ ଇହଲୀଳା ସମ୍ବରଣ କରିଥିଲେ ୧୮୯୫ ମସିହା ଖଲିଆପାଲି ଆଶ୍ରମଠାରେ।

  • ଡ. ଉଦ୍ଧବ ଚରଣ ନାୟକ
    ମୋ-୯୪୩୮୨୯୯୧୭୪

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri