Posted inଖେଳ

ସାଇନା, ଶ୍ରୀକାନ୍ତଙ୍କ ଅଲିମ୍ପିକ୍ସ ଖେଳିବା ଆଶା ଶେଷ

ନୂଆଦିଲ୍ଲୀ,୧୩।୫(ପି.ଟି.): ଭାରତୀୟ ତାରକା ବ୍ୟାଡ୍‌ମିଣ୍ଟନ ଖେଳାଳି କିଡାମ୍ବୀ ଶ୍ରୀକାନ୍ତ ଓ ମହିଳା ଖେଳାଳି ସାଇନା ନେହ୍ବାଲଙ୍କ ଟୋକିଓ ଅଲିମ୍ପିକ୍ସ ଖେଳିବା ଆଶା ଶେଷ ହୋଇଛି। ସିଙ୍ଗାପୁର ଓପନ୍‌ ଟୁର୍ନାମେଣ୍ଟକୁ ବ୍ୟାଡ୍‌ମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ବାତିଲ କରିବା ପରେ ଏହି ଦୁଇ ଖେଳାଳିଙ୍କ ଅଲିମ୍ପିକ୍‌ ଯୋଗ୍ୟତା ହାସଲ ଆଶା ଧୂଳିସାତ ହୋଇଛି। ଏହି ଟୁର୍ନାମେଣ୍ଟ ଅଲିମ୍ପିକ୍ସର କ୍ୱାଲିଫାଇଂ ଇଭେଣ୍ଟ ବିବେଚିତ ହେଉଥିଲା। କୋଭିଡ୍‌-୧୯ କାରଣରୁ ଜାରି କରାଯାଇଥିବା ଭ୍ରମଣଜନିତ କଟକଣା ପାଇଁ ଏହି କ୍ୱାଲିଫାଇଂ ଟୁର୍ନାମେଣ୍ଟକୁ ବାତିଲ କରାଯାଇଛି ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି।
ସିଙ୍ଗାପୁର ବ୍ୟାଡ୍‌ମିଣ୍ଟନ ଆସୋସିଏଶନ (ଏସ୍‌ବିଏ) ଓ ବିଡବ୍ଲ୍ୟୁଏଫ୍‌ ମିଳିତ ଭାବେ ଏହି ଟୁର୍ନାମେଣ୍ଟ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସିଙ୍ଗାପୁର ଓପନ ଜୁନ୍‌ ୧ରୁ ୬ ତାରିଖ ମଧ୍ୟରେ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଥିଲା। ଏହା ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁର୍‌ର ଏକ ସୁପର ୫୦୦ ଇଭେଣ୍ଟ ବିବେଚିତ ହେଉଥିଲା। ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବାକୁ ଏହି ଟୁର୍ନାମେଣ୍ଟ ଶେଷ ସୁଯୋଗ ସୃଷ୍ଟି କରିଥିଲା। ଖେଳାଳି, ଅଫିସିଆଲ, ଆୟୋଜକ ଓ ସ୍ଥାନୀୟ ଲୋକଙ୍କ ସ୍ବାସ୍ଥ୍ୟ ଏବଂ ନିରାପତ୍ତାକୁ ଦୃଷ୍ଟିରେ ରଖି ଏହି ଟୁର୍ନାମେଣ୍ଟକୁ ବାତିଲ କରିବାକୁ ହେଲା ବୋଲି ବିଡବ୍ଲ୍ୟୁଏଫ୍‌ ତରଫରୁ କୁହାଯାଇଛି। ଟୁର୍ନାମେଣ୍ଟର ସଫଳ ଆୟୋଜନ ପାଇଁ ବିଡବ୍ଲ୍ୟୁଏଫ୍‌ ଓ ଆୟୋଜକ ସବୁମତେ ପ୍ରୟାସ କରିଥିଲେ। ତେବେ ସାରା ବିଶ୍ୱରେ କୋଭିଡ୍‌-୧୯ ମାମଲା ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ଭ୍ରମଣଜନିତ କଟକଣା ଜାରି କରାଯାଇଛି।
ତେବେ ଟୋକିଓ ଅଲିମ୍ପିକ୍ସର କ୍ୱାଲିଫାଇଂ ନେଇ ପରେ ସ୍ପଷ୍ଟ କରାଯିବ ବୋଲି ବିଡବ୍ଲ୍ୟୁଏଫ୍‌ ତରଫରୁ କୁହାଯାଇଛି। ପ୍ରଥମେ ମାଲେସିଆ ଓପନ (ମେ’ ୨୫ରୁ ୩୦) ଓ ପରେ ସିଙ୍ଗାପୁର ଓପନ ବାତିଲ ହେବା ପରେ ସାଇନା ଓ ଶ୍ରୀକାନ୍ତଙ୍କ କ୍ୱାଲିଫାଇଂ ଆଶା ଏକପ୍ରକାର ଶେଷ ହୋଇଛି। ମାଲେସିଆ ଓପନ ବାତିଲ ହେବା ପରେ ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ଅଫ୍‌ ଇଣ୍ଡିଆ (ବିଏଆଇ) ବିଡବ୍ଲ୍ୟଏଫ୍‌କୁ ଅଲିମ୍ପିକ କ୍ୱାଲିଫିକେଶନ ନେଇ ସ୍ପଷ୍ଟ କରିବାକୁ କହିଥିଲା। ପୁଣି କରୋନା ପାଇଁ ସିଙ୍ଗାପୁର ଭାରତରୁ ସବୁପ୍ରକାର ଭ୍ରମଣକୁ ବାତିଲ କରିଛି। ତେଣୁ ଏଭଳି ସ୍ଥିତିରେ ସାଇନା ଓ ଶ୍ରୀକାନ୍ତଙ୍କ ପାଇଁ ଆଉ କୌଣସି ସୁଯୋଗ ନାହିଁ ବୋଲି ଧରିନେବାକୁ ହେବ। ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳିମାନ ହେଲେ ପି.ଭି. ସିନ୍ଧୁ, ବି. ସାଇ ପ୍ରଣୀତ ଓ ପୁରୁଷ ଡବଲ୍ସ ଯୋଡି ଚିରାଗ ସେଟ୍ଟୀ ଓ ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ଶୁବମନ ଗିଲଙ୍କ ସହ ହୋଇଛି ଧୋକା! ଓ୍ବାର୍ଲଡକପ ଟିମ୍‌ରୁ ବାଦ ଦିଆଯିବା ପରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ଘୋଷଣା କରିଥିଲେ, ସେତେବେଳେ ଶୁବମନ ଗିଲଙ୍କ ନାମ ତାଲିକାରେ...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri