Categories: ଖେଳ

ପ୍ରି କ୍ୱାର୍ଟର ଫାଇନାଲରେ ସାଇନା, କିଡ଼ାମ୍ବୀ

ବ୍ୟାଙ୍କକ୍‌,୧୩।୧: ବ୍ୟାଙ୍କକ୍‌ଠାରେ ଚାଲିଥିବା ବିଡବ୍ଲ୍ୟୁଏଫ୍‌ ଥାଇଲାଣ୍ଡ ଓପନ ୧୦୦୦ ଟୁର୍ନାମେଣ୍ଟର ପ୍ରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟ ମହିଳା ଷ୍ଟାର ଶଟଲର ସାଇନା ନେହ୍ବାଲ। ତାଙ୍କ ବ୍ୟତୀତ ପୁରୁଷ ସିଙ୍ଗଲ୍ସ ଖେଳାଳି କିଡାମ୍ବୀ ଶ୍ରୀକାନ୍ତ ଓ ସାତ୍ୱିକସାଇରାଜ ରାନକୀ ରେଡ୍ଡୀ-ଚିରାଗ ଶେଟିଙ୍କ ପୁରୁଷ ଡବଲ୍ସ ଯୋଡ଼ି ବୁଧବାର ଖେଳାଯାଇଥିବା ମ୍ୟାଚ୍‌କୁ ଜିତି ଟୁର୍ନାମେଣ୍ଟରେ ଆଗେଇଛନ୍ତି। ଅନ୍ୟପକ୍ଷରେ ସାଇନାଙ୍କ ସ୍ବାମୀ ପାରୁପଲ୍ଲୀ କାଶ୍ୟପ, ସମୀର ବର୍ମା ଓ ସ୍ବାମୀ-ସ୍ତ୍ରୀ ଯୋଡ଼ି ସୁମୀତ ରେଡ୍ଡୀ-ସିକ୍କି ରେଡ୍ଡୀଙ୍କୁ ପରାଜୟ ଯୋଗୁ ଟୁର୍ନାମେଣ୍ଟରୁ ବିଦାୟ ନେବାକୁ ପଡ଼ିଛି।

ସାଇନା ମାଲେସିଆର କିସୋନା ସେଲଭାଡରେଙ୍କୁ ୨୧-୧୫, ୨୧-୧୫ ଗେମ୍‌ରେ ହରାଇ ଦେଇଛନ୍ତି। ବିଶ୍ୱ ମାନ୍ୟତାର ୨୦ତମ ସ୍ଥାନରେ ଥିବା ସାଇନା ଏବେ ଥାଇଲାଣ୍ଡର ୧୨ତମ ର଼୍ୟାଙ୍କିଙ୍ଗ୍‌ ପ୍ରାପ୍ତ ବୁସାନାନ ଓଙ୍ଗବାମରଙ୍ଗଫାନଙ୍କୁ ଭେଟିବେ। ପୁରୁଷ ସିଙ୍ଗଲ୍ସ ବର୍ଗରେ ଶ୍ରୀକାନ୍ତ ସାଥି ଖେଳାଳି ସୌରଭ ବର୍ମାଙ୍କୁ ୨୧-୧୨, ୨୧-୧୧ ବ୍ୟବଧାନରେ ପରାସ୍ତ ହୋଇଛନ୍ତି।

Share