Posted inଜାତୀୟ

ଟ୍ରୋଲ ହେଉଛି ‘ସାଇନା’ର ପୋଷ୍ଟର

ନୂଆଦିଲ୍ଲୀ,୪।୩ : ବ୍ୟାଡ୍‌ମିଣ୍ଟନରେ ଭାରତ ପାଇଁ ପ୍ରଥମ ଅଲିମ୍ପିକ୍‌ ପଦକ ଆଣିଥିବା ସାଇନା ନେହ୍ବାଲଙ୍କ ଜୀବନ ଉପରେ ଆଧାରିତ ବଲିଉଡ୍‌ ଫିଲ୍ମ ‘ସାଇନା’ ପୋଷ୍ଟରକୁ ସୋସିଆଲ ମିଡ଼ିଆରେ ପ୍ରବଳ ଟ୍ରୋଲ କରାଯାଉଛି। ଫିଲ୍ମର ଏକ ପୋଷ୍ଟରରେ ମୁଖ୍ୟ ଭୂମିକାରେ ଥିବା ଅଭିନେତ୍ରୀ ପରିଣିତି ଚୋପ୍ରା ବ୍ୟାଡ୍‌ମିଣ୍ଟନ ଭଳି ନୁହେଁ ଟେନିସ ଭଳି ସର୍ଭ କରିବା ପାଇଁ ଶଟଲକୁ ଉଚ୍ଚକୁ ଫୋପାଡ଼ୁଥିବା ଦେଖିବାକୁ ମିଳିଛି। ଏହା ହିଁ ଟ୍ରୋଲିଂର କାରଣ।

ବ୍ୟାଡ୍‌ମିଣ୍ଟନରେ ସର୍ଭ କଲାବେଳେ ଶଟଲକୁ ଉପରକୁ ଫୋପାଡ଼ା ଯାଏନାହିଁ। ନିୟମ ଅନୁସାରେ ବ୍ୟାଡ୍‌ମିଣ୍ଟନରେ ଅଣ୍ଟା ତଳୁ ସର୍ଭ କରାଯାଏ। ପିଲ୍ମ ପୋଷ୍ଟରରେ ଏଭଳି ତ୍ରୁଟିକୁ ଟ୍ରୋଲ କରାଯାଉଛି। ତେବେ ଫିଲ୍ମ ନିର୍ଦ୍ଦେଶକ ଅମୋଲ ଗୁପ୍ତେ ଫେସବୁକ ପ୍ରୋଫାଇଲରେ ଏହାର ଜବାବ ରଖିଛନ୍ତି। ”ପୋଷ୍ଟର ସମ୍ପର୍କରେ ଡିଜିଟାଲ ମିଡିଆରେ ଖୁବ୍‌ କଳ୍ପନାଜଳ୍ପନା ହେଉଛି। ଟେନିସ ସର୍ଭ ଭଳି ଦେଖାଯାଉଛି। ସାଇନା, ସାନିଆଙ୍କ ଭଳି ଖେଳୁଛନ୍ତି। ଇତ୍ୟାଦି, ଇତ୍ୟାଦି.. ଯଦି ସାଇନା ଉଡୁଥିବା ଶଟଲ ହୁଅନ୍ତି, ତେବେ ଏହା ସ୍ପଷ୍ଟ ଯେ, ଜଣେ ଆଶାୟୀ ସାଇନାଙ୍କ ଉଚ୍ଚତାରେ ପହଞ୍ଚିବାକୁ ଚାହୁଁଛନ୍ତି“ ବୋଲି ପୋଷ୍ଟ କରିଛନ୍ତି ଫିଲ୍ମ ନିର୍ଦ୍ଦେଶକ। ତେବେ ଉକ୍ତ ପୋଷ୍ଟର ଖୁବ୍‌ ଉଚ୍ଚ ବିଚାର ଧାରାକୁ ଦର୍ଶାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri