Categories: ଖେଳ

ଅନ୍ତବସ୍ତ୍ରରେ ଟିସୁ ପେପର ଲଗାଇ ଖେଳିଥିଲେ ସଚିନ ତେନ୍ଦୁଲକର: ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୫।୩: ବିଶ୍ୱର ମହାନ ବ୍ୟାଟ୍ସମ୍ୟାନମାନଙ୍କ ମଧ୍ୟରେ ସଚିନ ତେନ୍ଦୁଲକରଙ୍କୁ ଗଣାଯାଏ। ସେ ୧୯୮୯ ରୁ ୨୦୧୩ ମଧ୍ୟରେ ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିଲେ। ଏହି ସମୟ ମଧ୍ୟରେ ସେ ନିଜର ପରିଚୟ ସୃଷ୍ଟି କରିଥିଲେ। କିନ୍ତୁ ଏହି ନାମ ଏବଂ ଖ୍ୟାତି ହାସଲ କରିବାକୁ ସଚିନଙ୍କୁ ଅନେକ ସଂଘର୍ଷର ସମ୍ମୁଖୀନ ହେବାକୁ ପଡିଲା। ଅନେକ ଥର ତାଙ୍କୁ ପଡ଼ିଆରେ ସଂଘର୍ଷ କରିବାକୁ ପଡିଲା। ସେହିଭଳି ୨୦୦୩ ବିଶ୍ୱକପରେ ସଚିନ ତେନ୍ଦୁଲକରଙ୍କୁ ତାଙ୍କ ଅନ୍ତବସ୍ତ୍ରରେ ଟିସୁ ପେପର ସହିତ ଖେଳିବାକୁ ପଡିଥିଲା।
ବିଶ୍ୱକପ ୨୦୦୩ରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ମ୍ୟାଚ ସମୟରେ ସଚିନ ତେନ୍ଦୁଲକର ଡାଇରିଆର ଶିକାର ହୋଇଥିଲେ। ଏଥିପାଇଁ ତାଙ୍କୁ ଟେଷ୍ଟି ପେପର ବ୍ୟବହାର କରିବାକୁ ପଡ଼ିଲା। ଏହି ମ୍ୟାଚରେ ତେନ୍ଦୁଲକର ମଧ୍ୟ ରନର୍‌ ବ୍ୟବହାର କରିଥିଲେ। ସଚିନ ମ୍ୟାଚରେ ପ୍ରାୟ ୩ ଘଣ୍ଟା ବ୍ୟାଟିଂ କରି ଦଳ ପାଇଁ ୯୭ ରନ ସଂଗ୍ରହ କରିଥିଲେ। ମ୍ୟାଚ ପୂର୍ବରୁ ସଚିନ ନିଜକୁ ସତେଜ କରିବା ପାଇଁ ଅତ୍ୟଧିକ ଲୁଣ ପାଣି ନେଇଥିଲେ, ଯାହା ତାଙ୍କ ଉପରେ ବିପରୀତ ପ୍ରଭାବ ପକାଇଥିଲା।
ଏହି ଘଟଣାକୁ ମନେ ପକାଇ ସଚିନ କହିଛନ୍ତି, ଏହା ମୋର କ୍ୟାରିୟରର ଏକମାତ୍ର ମ୍ୟାଚ ଯେଉଁଥିରେ ମୁଁ ଜଣେ ରନର୍‌ ନେଇଥିଲି। ମୁଁ ସଠିକ ଭାବରେ ଠିଆ ହୋଇ ପାରି ନ ଥିଲି। ମୋତେ ଲାଗୁଥିଲା ଯେପରି ମୋ ପଛରେ ୫୦୦ କିଲୋଗ୍ରାମ ଓଜନ ବନ୍ଧା ହୋଇଛି।
ସେ ଆହୁରି ମଧ୍ୟ କହିଛନ୍ତି, ମୋର ପେଟ ଜନିତ ସମସ୍ୟା ଥିଲା, କିନ୍ତୁ ମୁଁ ମ୍ୟାଚରେ କଷ୍ଟରୁ ଦୂରେଇ ରହିବାକୁ ଚାହୁଁଥିଲି, ବୋଧହୁଏ ମୁଁ ଅତ୍ୟଧିକ ଲୁଣିଆ ପାଣି ନେଇଥିଲି, ଯେଉଁ କାରଣରୁ ମୋର ଝାଡ଼ା ହୋଇଥିଲା। ତେବେ ଅସୁବିଧା ସତ୍ତ୍ୱେ ସଚିନ ପଡ଼ିଆକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଥିଲେ।

Share