୪୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ସଚିନ, ସାମ୍ନାକୁ ଆସିଲା ଫଟୋ

ମୁମ୍ବାଇ: ୪୨ ବର୍ଷ ବୟସରେ ବିବାହ ବନ୍ଧନରେ ବାନ୍ଧି ହେଲେ ତାରକ ମେହତା କା ଉଲ୍‌ଟା ଚସମା ଫେମ ସଚିନ ଶ୍ରଫ। ଇଭେଣ୍ଟ ପ୍ଲାନର ତଥା ଇଣ୍ଟେରିୟର୍‌ ଡିଜାଇନର୍‌ ଚାନ୍ଦନୀ କୋଥିଙ୍କୁ ସେ ଦ୍ୱିତୀୟ ବିବାହ କରିଛନ୍ତି।
ଚାନ୍ଦନୀ ଓ ସଚିନ ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ କରୁଥିଲେ। ଶେଷରେ ଉଭୟ ସାତ ସାତଫେରା ନେଇଛନ୍ତି। ବର୍ତ୍ତମାନ ଦୁହିଁଙ୍କ ବିବାହ ବେଳର ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି।

ସଚିନ ୨୦୦୯ରେ ଟେଲିଭିଜନ ଅଭିନେତ୍ରୀ ଜୁହି ପରମାରଙ୍କୁ ବିବାହ କରିଥିଲେ। ତେବେ ବିବାହର ୯ ବର୍ଷ ପରେ ତଥା ୨୦୧୮ରେ ଉଭୟଙ୍କ ଛାଡପତ୍ର ହୋଇଥିଲା।

Share