ସୈଫ ଦୁନିଆର ସବୁଠୁ ସୁନ୍ଦରତମ ପୁରୁଷ: କରିନା

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଯୋଡ଼ି କରିନା କପୁର ଓ ସୈଫ ଅଲ୍ଲୀ ଖାନ୍‌ଙ୍କ ଶନିବାର ନବମ ବିବାହ ବାର୍ଷିକୀ। ଏହି ଅବସରରେ ସ୍ବାମୀଙ୍କୁ ନିଆରା ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ଅଭିନେତ୍ରୀ। ସୈଫ ଦୁନିଆର ସବୁଠୁ ସୁନ୍ଦରତମ ପୁରୁଷ ବୋଲି ସେ କହିଛନ୍ତି।
ଗ୍ରୀସ୍‌ର ସ୍ମୃତିକୁ ମନେପକାଇ ଗୋଟିଏ ବାଉଲ ସୁପ୍‌ ସହ କେଇଘଡ଼ି ନିରୋଳା ମୂହୁର୍ତ୍ତ ତାଙ୍କ ଜୀବନ ବଦଳାଇ ଦେଇଥିବା ଫଟୋର କ୍ୟାପ୍‌ଶନ୍‌ରେ ଲେଖିଛନ୍ତି। ଏହା ପରେ ସେମାନେ ପରସ୍ପରକୁ ଡେଟ୍‌ କରିବା ଆରମ୍ଭ କରିଦେଇଥିଲେ। ଏହାର କିଛି ବର୍ଷ ପରେ ୨୦୧୨ରେ ସେମାନେ ପରସ୍ପର ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।
କରିନା ଓ ସୈଫ୍‌ ଏକାଠି ‘ଓମ୍‌କାରା’, ‘ଏଜେଣ୍ଟ ବିନୋଦ’, ‘କୁରବାନ’ ଫିଲ୍ମ କରିଛନ୍ତି। ହେଲେ ‘ଟଶନ୍‌’ର ଶୁଟିଂ ସମୟରେ ଉଭୟ ପ୍ରେମରେ ପଡ଼ିଥିଲେ। ପରେ ସେମାନେ ବିବାହ କରିଥିଲେ।

Share