ପୁଅ ସହ ଖେଳୁଛନ୍ତି ସୈଫ୍‌, ଫଟୋ ଶେୟାର କଲେ କରୀନା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ ଦୀପାବଳି ଅବସରରେ ସ୍ପେଶାଲ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ସୈଫ୍‌ ଅଲ୍ଲୀ ଖାନ୍‌ ଛୋଟ ନବାବ ସହ ଖେଳୁଥିବା ନଜର ଆସିଛନ୍ତି। କରୀନା ଦୀପାବଳି ଅବସରରେ ପରିବାର ସହ ଫଟୋ ଶେୟାର କରିଛନ୍ତି। ସାନ ପୁଅ ଜେହ୍‌ ସହ ସୈଫ୍‌ ଖେଳୁଛନ୍ତି। ସୈଫ୍‌ ଏକ ବ୍ଲାକ୍‌ କଲରର ଡ୍ରେସ୍‌ ପିନ୍ଧି ପୁଅ ସହ ବେଶ୍‌ ଖୁସି ମନରେ ଖେଳୁଛନ୍ତି।

ଫଟୋ ଶେୟାର କରି କରୀନା କ୍ୟାପଶନ ଲେଖିଛନ୍ତି, ସମସ୍ତଙ୍କୁ ଦୀପାବଳିର ଶୁଭେଚ୍ଛା। ଏଥିସହ ସେ ଲେଖିଛନ୍ତି, ଲଭ୍‌ ଆଣ୍ଡ୍‌ ଲାଇଟ୍‌। କରୀନା ଏକ ହାର୍ଟ ଇମୋଜି ବି ଦେଇଛନ୍ତି।

କରୀନା ଏବଂ ସୈଫ୍‌ଙ୍କ ବାହାଘର ୨୦୧୨ରେ ହୋଇଥିଲା। ବିବାହର ୪ ବର୍ଷ ପରେ ତାଙ୍କର ବଡ଼ ପୁଅ ତୈମୁରଙ୍କ ଜନ୍ମ ହୋଇଥିଲା। ତୈମୁରଙ୍କ ଜନ୍ମପରଠାରୁ ସେ ଚର୍ଚ୍ଚାକୁ ଆସିଥିଲେ। ଏବେ ସାନ ପୁଅ ଜେହ୍‌ଙ୍କର ବି ଫ୍ୟାନ୍‌ ଫଲୋଅର୍ସ ବଢ଼ିଯାଇଛନ୍ତି।

Share