ଶୋଇବା ପୂର୍ବରୁ ଏହି କାମ କରିଥାନ୍ତି କରିନା କପୁର

ବଲିଉଡ୍‌ ଅଭିନେତ୍ରୀ କରିନା କପୁର ପୁଣିଥରେ ମା’ ହେବାକୁ ଯାଉଛନ୍ତି। ନିକଟରେ ସ୍ବାମୀ ସୈଫ୍‌ ଅଲ୍ଲୀ ଖାନ୍‌ ଏହି ଖୁଲାସା କରିଥିଲେ। ତେବେ ସୈଫ୍‌ ୪ର୍ଥ ଥର ପାଇଁ ବାପା ହେବାକୁ ଯାଉଛନ୍ତି। ଏହି ଯୋଡିଙ୍କୁ ନେଇ ଏବେ ଏକ ମଜାଦାର କଥା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
୨ ବର୍ଷ ପୂର୍ବେ ସୈଫ୍‌ କରଣ ଜୋହରଙ୍କ ଟିଭି ଶୋ’ ‘କଫି ଓ୍ବିଥ୍‌ କରଣ’ରେ ପହଞ୍ଚିଥିଲେ। ସେଠାରେ ସେ ନିଜର ବେଡ୍‌ରୁମ୍‌ ସିକ୍ରେଟ୍‌ ବିଷୟରେ ଶେୟାର କରିଥିଲେ। କରଣଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ସୈଫ୍‌ କରିଥିଲେ ଯେ, କରୀନା ଶୋଇବା ପୂର୍ବରୁ ସବୁବେଳେ ନିଜକୁ ଦର୍ପଣରେ ଦେଖି ହସିଥାନ୍ତି। ପ୍ରଥମ ଥର ପାଇଁ ସୈଫ୍‌ ଯେତେବେଳେ ଏହା ଦେଖିଥିଲେ, ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାର କାରଣ ପଚାରିବାରୁ କରୀନା କହିଥିଲେ, ଲୋକେ ମୋତେ ହସୁଥିବାର ଦେଖାଥାନ୍ତି, ତେଣୁ ମୁଁ ନିଜକୁ ହସୁଥିବାର ଦର୍ପଣରେ ଦେଖୁଛି।

Share