ମାତାପିତାଙ୍କ ଛାଡପତ୍ରରେ ବେଶ୍‌ ଖୁସି ଥିଲେ ସାରା: କାରଣ ଜାଣିଲେ…

ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ଆଜି ୨୬ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ଅଭିନେତା ସେଫ୍‌ ଅଲ୍ଲୀ ଖାନ୍‌ ଏବଂ ଅମୃତା ରାଓଙ୍କ ସାରା ଖୁବ୍‌ କମ୍‌ ଦିନରେ ବଲିଉଡ୍‌ରେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି। ଏହି ଷ୍ଟାର କିଡ୍‌ ଥରେ ନିଜ ମାତାପିତାଙ୍କ ଛାଡପତ୍ରକୁ ନେଇ ମଜାଦାର କାହାଣୀ ଶୁଣାଇଥିଲେ। ଯାହାକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା। ସାରାଙ୍କୁ ମାତ୍ର ୯ ବର୍ଷ ହୋଇଥିବାବେଳେ ସୈଫ୍‌-ଅମୃତାଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା। ଏନେଇ ସାରା କହିଥିଲେ ତାଙ୍କ ମାତାପିତା ଛାଡପତ୍ର ନେବା ନିଷ୍ପତ୍ତି ମୁଁ ବହୁତ ଖୁସି ଥିଲି। କାରଣ ଉଭୟ ପରସ୍ପରଠାରୁ ଅଲଗା ହେବାପରେ ମୋ ଜୀବନରେ ଖୁସି ଆସିଥିଲା ଏବଂ ମୁଁ ଆରାମରେ ଜୀବନ ବିତାଇଥିଲି। ଯଦି ଜଣେ ଦମ୍ପତ୍ତି ଖୁସିରେ ରହିପାରୁ ନାହାନ୍ତି ତେବେ ସେମାନେ ପରସ୍ପରଠାରୁ ଅଲଗା ହୋଇଯିବା ଉଚିତ। ଯେଉଁଠାରେ ଖୁସି ମିଳୁଛି ସେଠାରେ ରହିବା ବୁଦ୍ଧିମାନର କାର୍ଯ୍ୟ ବୋଲି ସାରା ଭାବନ୍ତି। ଏହି କାରଣରୁ ନିଜ ମାତାପିତାଙ୍କ ଛାଡପତ୍ରରେ ସେ ବେଶ୍‌ ଖୁସି ଥିଲେ। ଛାଡପତ୍ର ପରେ ବି ସାରା ନିଜ ମାତାପିତାଙ୍କୁ ସମ୍ମାନ ଦିଅନ୍ତି। ଏପରିକି ସୈଫଙ୍କ ଦ୍ୱିତୀୟ ସ୍ତ୍ରୀ କରୀନା କପୁରଙ୍କ ସହ ଭଲ ସମ୍ପର୍କ ରହିଛି। ସାରା ନିଜ ପିତାଙ୍କ ଘରକୁ ବରାବର ଯିବାଆସିବା ମଧ୍ୟ କରନ୍ତି।

Share