ସ୍ତ୍ରୀଙ୍କ ସହ ଝଗଡ଼ା ସମୟରେ ଡିକ୍ସନାରୀ ଦେଖିଥାନ୍ତି ଏହି ଲୋକପ୍ରିୟ ଅଭିନେତା: ଜାଣନ୍ତୁ କାହିକି

କରୋନା ଭାଇରସ ଯୋଗୁ ସମଗ୍ର ବିଶ୍ୱରେ ଆତଙ୍କ ଖେଳିଯାଇଛି। ପ୍ରତିଦିନ ଅନେକ ଲୋକ ଏହି ଭାଇରସରେ ସଂକ୍ରମିତ ହେଉଛନ୍ତି। ତେବେ ଏହାରି ମଧ୍ୟରେ ଭାରତ ସରକାର ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ସାଧାରଣ ଜନତାଙ୍କ ପରି ବଲିଉଡ୍‌ କଳାକାରମାନେ ମଧ୍ୟ ନିଜ ନିଜ କାମକୁ ଫେରିଛନ୍ତି। ତେବେ ଏହି ସମୟରେ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଭିଣୋଇ ତଥା ଅଭିନେତା କୁନାଲ ଖୋମୁଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ କମେଡି କିଙ୍ଗ୍‌ କପିଲ ଶର୍ମାଙ୍କ ଶୋ’ର ହୋଇଥିବା ବେଳେ କୁନାଲ ସ୍ତ୍ରୀ ସୋହାଙ୍କ ସହ ଝଗଡ଼ା ବିଷୟରେ କହୁଥିବା ଶୁଣିବାକୁ ମିଳୁଛି।


ଭିଡିଓରେ କୁନାଲ କହୁଛନ୍ତି, ଏକଦା ସ୍ତ୍ରୀ ସୋହାଙ୍କ ସହ ଜଗଡ଼ା ହେବା ସମୟରେ ତାଙ୍କୁ ଡିକ୍ସନାରୀ ଦେଖିବାକୁ ପଡ଼ିଥିଲା। ସୋହା ଅକ୍ସଫୋର୍ଡ ୟୁନିଭର୍ସିଟିରେ ପାଠ ପଢ଼ିଥିବାରୁ ତାଙ୍କ ଇଂରାଜୀ ଉଚ୍ଚକୋଟିର। ମାତ୍ର କୁନାଲଙ୍କ ଇଂରାଜୀ ଜ୍ଞାନ ସୀମିତ। ଉଭୟଙ୍କ ମଧ୍ୟରେ ଯେତେବେଳେ ଝଗଡ଼ା ହୋଇଥାଏ ସୋହା ଇଂଲିଶରେ କହିଥାନ୍ତି। ଏକଦା ଉଭୟଙ୍କ ମଧ୍ୟରେ ଝଗଡ଼ା ସମୟରେ ସୋହା ଏମିତି ଏକ ଶବ୍ଦ କହିଥିଲେ ଯାହାର ଅର୍ଥ କୁନାଲ ବୁଝିପାରି ନ ଥିଲେ। ତେଣୁ ସେ ରାଗିବେ ନା ହସିବେ ଜାଣିପାରି ନ ଥିଲେ। ତେଣୁ ଝଗଡ଼ା ମଝିରେ କୁନାଲ ଓ୍ବାସ୍‌ରୁମ୍‌ ଯାଇ ଗୁଗୁଲ ସର୍ଚ୍ଚ କରିଥିଲେ। ଏହା ପରେ ପୁଣି ଥରେ ଝଗଡ଼ା ଜାରି ରଖିଥିଲେ ବୋଲି କୁନାଲ କହିଥିଲେ। ସୋହାଙ୍କ ପାଇଁ ଇଂଲିଶ ଜ୍ଞାନ ବହୁତ ବଢ଼ିଯାଇଥିବା ମଧ୍ୟ କୁନାଲ କହିଛନ୍ତି।

Share