ବର୍ଷାଙ୍କୁ ଅନୁଭବଙ୍କ ଭାବପୂର୍ଣ୍ଣ ଚିଠି: ‘ସାଇବାବା ତୁମର ସମସ୍ତ ଇଚ୍ଛା ପୂରଣ କରନ୍ତୁ’

କଟକ ଅଫିସ,୯ା୯: ଓଲିଉଡର ଚର୍ଚ୍ଚିତ ଯୋଡ଼ି ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦ ଏବେ କୋର୍ଟକୁ ଯାଇସାରିଲାଣି। ଉଭୟଙ୍କ ପ୍ରସଙ୍ଗକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା ଲାଗି ରହିଥିବାବେଳେ ଏବେ ଏକ ଚିଠି ଭାଇରାଲ ହେଉଛି। ଏହି ଚିଠି ଅନୁଭବ କିଛିଦିନ ତଳେ ବର୍ଷାଙ୍କ ନିକଟକୁ ପଠାଇଥିଲେ। ମେଲ୍‌ ଯୋଗେ ଆସିଥିବା ଉକ୍ତ ଚିଠିରେ ଅନୁଭବ ନିଜ ଜୀବନର କଥା, ବ୍ୟଥା ଓ ଅଭିମାନକୁ ଭାବପୂର୍ଣ୍ଣ ଶୈଳୀରେ ବଖାଣିଛନ୍ତି।
ମେ’ ୮ ତାରିଖରେ ଅନୁଭବ ଚିଠିଟିକୁ ବର୍ଷାଙ୍କ ନିକଟକୁ ମେଲ୍‌ କରିଥିଲେ। ‘ଜୟ ଜଗନ୍ନାଥ, ହାଏ ବର୍ଷା’ରୁ ଆରମ୍ଭ ହୋଇଛି ଲେଖା। ଉଭୟ ପରସ୍ପରକୁ କିପରି ଚିହ୍ନିଲେ ଓ କିଭଳି ସମ୍ପର୍କ ଆଗକୁ ବଢ଼ିଲା ତାହା ଏଥିରେ ଉଲ୍ଲେଖ କରିଛନ୍ତି। ଏକ ହନୁମାନ ଚାଳିଶା କାର୍ଯ୍ୟକ୍ରମରେ ବର୍ଷା ଯୋଗଦେଇଥିଲେ। ଏହି ଦିନ ବର୍ଷାଙ୍କୁ ଅନୁଭବ ବୁଲାଇ ନିଜ ଘର ଦେଖାଉଥିଲେ। ପରେ ଭିଦିଶା କ୍ରାଫ୍ଟ ବ୍ୟାନରରେ ୨୦୦୬ରେ ଉଭୟ ବଡ଼ ପରଦାକୁ ଆସିଥିଲେ। ୨୦୦୮ ପର୍ଯ୍ୟନ୍ତ କୌଣସି ସିନେମାରେ ଉଭୟ ଏକତ୍ର କାମ କରି ନ ଥିଲେ। ହେଲେ ୨୦୦୮ ଉଭୟଙ୍କ ଭାଗ୍ୟ ବଦଳାଇଥିଲା ବୋଲି ଅନୁଭବ ଚିଠିରେ ଉଲ୍ଲେଖ କରିଛନ୍ତି। ସେ ଏକଥା ବି ଲେଖିଛନ୍ତି ଯେ, ଭାଗ୍ୟ ସବୁଠାରୁ ଊର୍ଦ୍ଧ୍ୱରେ। ଭଗବାନଙ୍କ ଇଚ୍ଛା ଯୋଗୁ ୨୦୦୮ରେ ଉଭୟ ଗୋଟିଏ ଚଳଚ୍ଚିତ୍ରରେ ମୁଖ୍ୟ ନାୟିକା ଓ ନାୟକ ଭାବେ କାର୍ଯ୍ୟ କରିଥିଲେ। ଯେଉଁ ଚଳଚ୍ଚିତ୍ରଟି ଓଲିଉଡରେ ବ୍ଲକବଷ୍ଟର ମାନ୍ୟତା ପାଇଥିଲା। ସେହିବର୍ଷ ହିଁ ଉଭୟଙ୍କ ସମ୍ପର୍କର ମୂଳଦୁଆ ପଡ଼ିଥିଲା। ୨୦୧୩ ମେ’ ୨୭ରେ ଉଭୟଙ୍କ ବିବାହ ତାରିଖ ସ୍ଥିର ହୋଇଥିଲା। ପରସ୍ପରର ପରିବାର ଏହି କାର୍ଯ୍ୟକୁ କିପରି ଆଗକୁ ନେଇଥିଲେ ତାହା ଚିଠିରେ ଲେଖାଯାଇଛି। ମଦ ପିଇବା ପ୍ରସଙ୍ଗକୁ ମଧ୍ୟ ଚିଠିରେ ସ୍ଥାନ ଦେଇଛନ୍ତି ଅନୁଭବ। ‘ମୁଁ ଖୁସିରେ ମଦ ପିଏନି, କେବଳ ଶୋଇବା ପାଇଁ ମଦପିଏ। ହେଲେ ଆମ ସମ୍ପର୍କ ଆରମ୍ଭ ହେବା ପରେ ମଦ ପିଇବା ଛାଡ଼ି ଦେଇଛି’ ବୋଲି ସେ ଲେଖିଛନ୍ତି। ପ୍ରେମ ପାଇଁ ଚିତ୍ର ଆଙ୍କିବାଠାରୁ ଆରମ୍ଭ କରି ରୋଷେଇ କରିବା ମଧ୍ୟ ଶିଖିଥିଲି। ଯାହା ପୂର୍ବରୁ କେବେ ମୁଁ କରି ନ ଥିଲି ବୋଲି ଚିଠିରେ ଲେଖାଯାଇଛି। ବିବାହ ପୂର୍ବରୁ ବର୍ଷାଙ୍କ ସଂଯମତାକୁ ଅନୁଭବ ସମ୍ମାନ ଜଣାନ୍ତି ବୋଲି ଲେଖିଛନ୍ତି।
ବର୍ଷାଙ୍କ ପ୍ରତି ନିଜର ଭଲପାଇବାକୁ ସମ୍ପୂର୍ଣ୍ଣ ଭାବେ ଅନୁଭବ ଚିଠିରେ ଉପସ୍ଥାପନ କରିଛନ୍ତି। ଏହାଛଡ଼ା ଏଥିରେ କିଛି ଅଭିମାନ ମଧ୍ୟ ରହିଛି। ପ୍ରେମ ସମ୍ପର୍କ ଗଢ଼ିଉଠିବା ପରେ ମଧ୍ୟ ବର୍ଷା ଭଲ ଭାବେ ମୋ ସହ କଥା ହେଉ ନ ଥିଲେ ବୋଲି ଅନୁଭବଙ୍କ ଚିଠିରେ ଲେଖାଯାଇଛି। ଶେଷରେ ସାଇବାବା ତୁମର ସବୁ ଇଚ୍ଛା ପୂରଣ କରନ୍ତୁ ବୋଲି ଲେଖିଛନ୍ତି ଅନୁଭବ।
ଅନୁଭବଙ୍କ ମ୍ୟାନେଜର, ସହଯୋଗୀଙ୍କୁ ପଚରାଉଚରା
ପୁରୀଘାଟ ଥାନାରେ ବର୍ଷା ଏତଲା ଦେବା ପରେ ମଙ୍ଗଳବାର ସନ୍ଧ୍ୟାରେ ଅନୁଭବଙ୍କ ମ୍ୟାନେଜର ଖଗେନ୍ଦ୍ର ସାହୁ ଓ ସହଯୋଗୀ ସୁଜିତ ଦଳାଇଙ୍କୁ ପୋଲିସ ଡାକି ପଚରାଉଚରା କରିଛି। ବର୍ଷା ନିଜ ଏତଲାରେ ଦର୍ଶାଇଛନ୍ତି, ଗତ ୬ ତାରିଖ ଅପରାହ୍ନ ପ୍ରାୟ ୨.୪୦ ମିନିଟ୍‌ରେ ମୁଁ ବେଡ୍‌ରୁମରେ ଏକୁଟିଆ ଥିଲି। ରୋଷେୟା ଖାଇବା ଆଣି ଦେବାବେଳେ ସୁଜିତ ଆସି ଭିଡ଼ିଓ ରେକଡିଂ କରିଥିଲେ। ମୁଁ ବାରଣ କରିବା ସତ୍ତ୍ବେ ସେ ଭିଡିଓ ରେକର୍ଡିଂ ବନ୍ଦ କରି ନ ଥିଲେ। ଏହି ସମୟରେ ଖଗେନ୍ଦ୍ର ଡ୍ରଇଂ ରୁମ୍‌ରେ ଉପସ୍ଥିତ ଥିଲେ। ମୁଁ ଭୟଭୀତ ଓ ଲଜ୍ଜିତ ଅନୁଭବ କରି ପୋଲିସର ସହାୟତା ଲୋଡ଼ିଥିଲି ବୋଲି ବର୍ଷା ଏତଲାରେ ଦର୍ଶାଇଛନ୍ତି।

 

ଚର୍ଚ୍ଚାରେ ଅନୁଭବଙ୍କ ନୂଆ ଟୁଇଟ୍‌

ମଙ୍ଗଳବାର ଅପରାହ୍ନରେ ଅନୁଭବ ଏକ ଟୁଇଟ୍‌ କରିଛନ୍ତି। ଏଥିରେ ସେ ଏକ ଭିଡ଼ିଓ ଯୋଡ଼ିଛନ୍ତି। ଏଥିରେ ଅନୁଭବଙ୍କ ଘରେ ଗଣେଶପୂଜା ହେଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ଗତ ଗଣେଶପୂଜା ଦିନର ଏହା ଭିଡିଓ। ଏଥିରେ ବର୍ଷା ଆଗରେ ବସିଛନ୍ତି। ବର୍ଷା ଘରୋଇ ହିଂସାର ଅଭିଯୋଗ ଉଠାଇଥିବାବେଳେ ଏହା ଏଭଳି କିଛି ବାର୍ତ୍ତା ଦେଉଛି କି ନାହିଁ ବୋଲି ଅନୁଭବ ଟୁଇଟ୍‌ରେ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri