ବର୍ଷାଙ୍କୁ ଅନୁଭବଙ୍କ ଭାବପୂର୍ଣ୍ଣ ଚିଠି: ‘ସାଇବାବା ତୁମର ସମସ୍ତ ଇଚ୍ଛା ପୂରଣ କରନ୍ତୁ’

କଟକ ଅଫିସ,୯ା୯: ଓଲିଉଡର ଚର୍ଚ୍ଚିତ ଯୋଡ଼ି ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦ ଏବେ କୋର୍ଟକୁ ଯାଇସାରିଲାଣି। ଉଭୟଙ୍କ ପ୍ରସଙ୍ଗକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା ଲାଗି ରହିଥିବାବେଳେ ଏବେ ଏକ ଚିଠି ଭାଇରାଲ ହେଉଛି। ଏହି ଚିଠି ଅନୁଭବ କିଛିଦିନ ତଳେ ବର୍ଷାଙ୍କ ନିକଟକୁ ପଠାଇଥିଲେ। ମେଲ୍‌ ଯୋଗେ ଆସିଥିବା ଉକ୍ତ ଚିଠିରେ ଅନୁଭବ ନିଜ ଜୀବନର କଥା, ବ୍ୟଥା ଓ ଅଭିମାନକୁ ଭାବପୂର୍ଣ୍ଣ ଶୈଳୀରେ ବଖାଣିଛନ୍ତି।
ମେ’ ୮ ତାରିଖରେ ଅନୁଭବ ଚିଠିଟିକୁ ବର୍ଷାଙ୍କ ନିକଟକୁ ମେଲ୍‌ କରିଥିଲେ। ‘ଜୟ ଜଗନ୍ନାଥ, ହାଏ ବର୍ଷା’ରୁ ଆରମ୍ଭ ହୋଇଛି ଲେଖା। ଉଭୟ ପରସ୍ପରକୁ କିପରି ଚିହ୍ନିଲେ ଓ କିଭଳି ସମ୍ପର୍କ ଆଗକୁ ବଢ଼ିଲା ତାହା ଏଥିରେ ଉଲ୍ଲେଖ କରିଛନ୍ତି। ଏକ ହନୁମାନ ଚାଳିଶା କାର୍ଯ୍ୟକ୍ରମରେ ବର୍ଷା ଯୋଗଦେଇଥିଲେ। ଏହି ଦିନ ବର୍ଷାଙ୍କୁ ଅନୁଭବ ବୁଲାଇ ନିଜ ଘର ଦେଖାଉଥିଲେ। ପରେ ଭିଦିଶା କ୍ରାଫ୍ଟ ବ୍ୟାନରରେ ୨୦୦୬ରେ ଉଭୟ ବଡ଼ ପରଦାକୁ ଆସିଥିଲେ। ୨୦୦୮ ପର୍ଯ୍ୟନ୍ତ କୌଣସି ସିନେମାରେ ଉଭୟ ଏକତ୍ର କାମ କରି ନ ଥିଲେ। ହେଲେ ୨୦୦୮ ଉଭୟଙ୍କ ଭାଗ୍ୟ ବଦଳାଇଥିଲା ବୋଲି ଅନୁଭବ ଚିଠିରେ ଉଲ୍ଲେଖ କରିଛନ୍ତି। ସେ ଏକଥା ବି ଲେଖିଛନ୍ତି ଯେ, ଭାଗ୍ୟ ସବୁଠାରୁ ଊର୍ଦ୍ଧ୍ୱରେ। ଭଗବାନଙ୍କ ଇଚ୍ଛା ଯୋଗୁ ୨୦୦୮ରେ ଉଭୟ ଗୋଟିଏ ଚଳଚ୍ଚିତ୍ରରେ ମୁଖ୍ୟ ନାୟିକା ଓ ନାୟକ ଭାବେ କାର୍ଯ୍ୟ କରିଥିଲେ। ଯେଉଁ ଚଳଚ୍ଚିତ୍ରଟି ଓଲିଉଡରେ ବ୍ଲକବଷ୍ଟର ମାନ୍ୟତା ପାଇଥିଲା। ସେହିବର୍ଷ ହିଁ ଉଭୟଙ୍କ ସମ୍ପର୍କର ମୂଳଦୁଆ ପଡ଼ିଥିଲା। ୨୦୧୩ ମେ’ ୨୭ରେ ଉଭୟଙ୍କ ବିବାହ ତାରିଖ ସ୍ଥିର ହୋଇଥିଲା। ପରସ୍ପରର ପରିବାର ଏହି କାର୍ଯ୍ୟକୁ କିପରି ଆଗକୁ ନେଇଥିଲେ ତାହା ଚିଠିରେ ଲେଖାଯାଇଛି। ମଦ ପିଇବା ପ୍ରସଙ୍ଗକୁ ମଧ୍ୟ ଚିଠିରେ ସ୍ଥାନ ଦେଇଛନ୍ତି ଅନୁଭବ। ‘ମୁଁ ଖୁସିରେ ମଦ ପିଏନି, କେବଳ ଶୋଇବା ପାଇଁ ମଦପିଏ। ହେଲେ ଆମ ସମ୍ପର୍କ ଆରମ୍ଭ ହେବା ପରେ ମଦ ପିଇବା ଛାଡ଼ି ଦେଇଛି’ ବୋଲି ସେ ଲେଖିଛନ୍ତି। ପ୍ରେମ ପାଇଁ ଚିତ୍ର ଆଙ୍କିବାଠାରୁ ଆରମ୍ଭ କରି ରୋଷେଇ କରିବା ମଧ୍ୟ ଶିଖିଥିଲି। ଯାହା ପୂର୍ବରୁ କେବେ ମୁଁ କରି ନ ଥିଲି ବୋଲି ଚିଠିରେ ଲେଖାଯାଇଛି। ବିବାହ ପୂର୍ବରୁ ବର୍ଷାଙ୍କ ସଂଯମତାକୁ ଅନୁଭବ ସମ୍ମାନ ଜଣାନ୍ତି ବୋଲି ଲେଖିଛନ୍ତି।
ବର୍ଷାଙ୍କ ପ୍ରତି ନିଜର ଭଲପାଇବାକୁ ସମ୍ପୂର୍ଣ୍ଣ ଭାବେ ଅନୁଭବ ଚିଠିରେ ଉପସ୍ଥାପନ କରିଛନ୍ତି। ଏହାଛଡ଼ା ଏଥିରେ କିଛି ଅଭିମାନ ମଧ୍ୟ ରହିଛି। ପ୍ରେମ ସମ୍ପର୍କ ଗଢ଼ିଉଠିବା ପରେ ମଧ୍ୟ ବର୍ଷା ଭଲ ଭାବେ ମୋ ସହ କଥା ହେଉ ନ ଥିଲେ ବୋଲି ଅନୁଭବଙ୍କ ଚିଠିରେ ଲେଖାଯାଇଛି। ଶେଷରେ ସାଇବାବା ତୁମର ସବୁ ଇଚ୍ଛା ପୂରଣ କରନ୍ତୁ ବୋଲି ଲେଖିଛନ୍ତି ଅନୁଭବ।
ଅନୁଭବଙ୍କ ମ୍ୟାନେଜର, ସହଯୋଗୀଙ୍କୁ ପଚରାଉଚରା
ପୁରୀଘାଟ ଥାନାରେ ବର୍ଷା ଏତଲା ଦେବା ପରେ ମଙ୍ଗଳବାର ସନ୍ଧ୍ୟାରେ ଅନୁଭବଙ୍କ ମ୍ୟାନେଜର ଖଗେନ୍ଦ୍ର ସାହୁ ଓ ସହଯୋଗୀ ସୁଜିତ ଦଳାଇଙ୍କୁ ପୋଲିସ ଡାକି ପଚରାଉଚରା କରିଛି। ବର୍ଷା ନିଜ ଏତଲାରେ ଦର୍ଶାଇଛନ୍ତି, ଗତ ୬ ତାରିଖ ଅପରାହ୍ନ ପ୍ରାୟ ୨.୪୦ ମିନିଟ୍‌ରେ ମୁଁ ବେଡ୍‌ରୁମରେ ଏକୁଟିଆ ଥିଲି। ରୋଷେୟା ଖାଇବା ଆଣି ଦେବାବେଳେ ସୁଜିତ ଆସି ଭିଡ଼ିଓ ରେକଡିଂ କରିଥିଲେ। ମୁଁ ବାରଣ କରିବା ସତ୍ତ୍ବେ ସେ ଭିଡିଓ ରେକର୍ଡିଂ ବନ୍ଦ କରି ନ ଥିଲେ। ଏହି ସମୟରେ ଖଗେନ୍ଦ୍ର ଡ୍ରଇଂ ରୁମ୍‌ରେ ଉପସ୍ଥିତ ଥିଲେ। ମୁଁ ଭୟଭୀତ ଓ ଲଜ୍ଜିତ ଅନୁଭବ କରି ପୋଲିସର ସହାୟତା ଲୋଡ଼ିଥିଲି ବୋଲି ବର୍ଷା ଏତଲାରେ ଦର୍ଶାଇଛନ୍ତି।

 

ଚର୍ଚ୍ଚାରେ ଅନୁଭବଙ୍କ ନୂଆ ଟୁଇଟ୍‌

ମଙ୍ଗଳବାର ଅପରାହ୍ନରେ ଅନୁଭବ ଏକ ଟୁଇଟ୍‌ କରିଛନ୍ତି। ଏଥିରେ ସେ ଏକ ଭିଡ଼ିଓ ଯୋଡ଼ିଛନ୍ତି। ଏଥିରେ ଅନୁଭବଙ୍କ ଘରେ ଗଣେଶପୂଜା ହେଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ଗତ ଗଣେଶପୂଜା ଦିନର ଏହା ଭିଡିଓ। ଏଥିରେ ବର୍ଷା ଆଗରେ ବସିଛନ୍ତି। ବର୍ଷା ଘରୋଇ ହିଂସାର ଅଭିଯୋଗ ଉଠାଇଥିବାବେଳେ ଏହା ଏଭଳି କିଛି ବାର୍ତ୍ତା ଦେଉଛି କି ନାହିଁ ବୋଲି ଅନୁଭବ ଟୁଇଟ୍‌ରେ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri