ପୋଖରୀକୁ ଗାଧୋଇବାକୁ ଯାଇଥିଲେ ସାଇ, ଛକିଥିଲା ଯମ: ଆଉ ତା’ପରେ ଘଟିଗଲା…

ହାଟଡିହୀ,୩୦l୯(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ସୁନ୍ଦରାପାଳଠାରେ ଥିବା ଆଦର୍ଶ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ମଙ୍ଗଳବାର ପୋଖରୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ମୃତ୍ୟୁବରଣ କରିଛନ୍ତି l ସେ ହେଉଛନ୍ତି ବିଷ୍ଣୁପୁର ଗ୍ରାମର ସୁଶାନ୍ତ ଜେନାଙ୍କ ପୁଅ ସାଇ ପ୍ରସାଦ (୧୩ ବର୍ଷ) ଅଟନ୍ତି l ସାଇ ପ୍ରସାଦ ବିଦ୍ୟାଳୟଠାରୁ ପ୍ରାୟ ୧୦ କିମି ଦୂର ଆନନ୍ଦପୁର-ଭଦ୍ରକ ୫୩ନଂ ରାଜ୍ୟ ରାଜପଥର ଜଳକଳଙ୍ଗ ବଜାରରେ ଏକ ଘରୋଇ ଛାତ୍ରବାସରେ ଅନ୍ୟ ଛାତ୍ରମାନଙ୍କ ସହ ମିଶି ରୁହନ୍ତି l ପ୍ରତିଦିନ ଛାତ୍ରବାସରୁ ବିଦ୍ୟାଳୟକୁ ଯିବା ଆସିବା କରନ୍ତି l କିନ୍ତୁ ବର୍ତ୍ତମାନ ଦଶହରା ଉପଲକ୍ଷେ ବିଦ୍ୟାଳୟ ଛୁଟି ଥିବାରୁ ସାଇ ପ୍ରସାଦ ଘରକୁ ପଳାଇ ଆସିଥିଲେ। କିନ୍ତୁ ମଙ୍ଗଳବାର ପରିବାର ଲୋକ ତାଙ୍କୁ ନେଇ ଛାତ୍ରବାସରେ ଛାଡିକି ଆସିଥିଲେ। ମଙ୍ଗଳବାର ଅନ୍ୟ ଦୁଇ ଛାତ୍ରଙ୍କ ସହ ସାଇ ପ୍ରସାଦ ନିକଟସ୍ଥ ଜଳକଳଙ୍ଗ ଗ୍ରାମ ପୋଖରୀକୁ ଗାଧୋଇବାକୁ ଯାଇଥିଲେ l ଗାଧୋଇବା ସମୟରେ ସାଇ ପ୍ରସାଦ ପୋଖରୀ ଭିତରକୁ ଚାଲିଯାଇ ପାଣିରେ ବୁଡି ଯାଇଥିଲେ l ଅନ୍ୟ ଦୁଇ ଛାତ୍ରଙ୍କଠାରୁ ଖବର ପାଇ ସ୍ଥାନୀୟ ଲୋକ ନନ୍ଦିପଦା ପୋଲିସ ଏବଂ ହାଟଡିହୀ ଦମକଳ ବାହିନୀକୁ ସୂଚନା ଦେଇଥିଲେ। ପୋଲିସ ଏବଂ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୀର୍ଘ ସମୟ ଖୋଜାଖୋଜି ପରେ ଦମକଳ ବାହିନୀ ପାଣି ଭିତରେ ବୁଡିକି ରହିଥିବା ସାଇ ପ୍ରସାଦଙ୍କୁ ଉଦ୍ଧାର କରି ପ୍ରଥମେ ହାଟଡିହୀ ଏବଂ ପରେ ଆନନ୍ଦପୁର ଉପଖଣ୍ଡ ମେଡିକାଲକୁ ନେଇଥିଲେ l ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ l ନନ୍ଦିପଦା ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ କରାଇଛି l ଅପମୃତ୍ୟୁ ମାମଲା ନଂ ୧୩/୨୦୨୫ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ ରବିନ୍ଦ୍ର ପାତ୍ର କହିଛନ୍ତି l

 

 


Enter your email to get our daily news in your inbox.

All Right Reserved By Dharitri.Com

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକଙ୍କ ବଡ଼ ବୟାନ, ଯଦି ଆମକୁ ହୃଦୟ ଭାଙ୍ଗିବାକୁ ପଡ଼େ…

ଅହମଦାବାଦ,୭।୩: ଟୁର୍ନାମେଣ୍ଟ ଜିତିବା ପାଇଁ ଆମେ ଫେଭରାଇଟ୍‌ ଦଳ ନୁହେଁ। କିନ୍ତୁ ଥରେ ଟ୍ରଫି ଉଠାଇବା ପାଇଁ ଯଦି ଆମକୁ କିଛି ହୃଦୟ ଭାଙ୍ଗିବାକୁ ପଡ଼େ, ତେବେ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ସେମିଫାଇନାଲରେ ପହଞ୍ଚିଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌,୭ା୩:ଭାରତର ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ସଂସ୍କରଣରେ ରନର-ଅପ୍‌ ବିଶ୍ୱର ୧୨ତମ ମାନ୍ୟତାପ୍ରାପ୍ତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri