‘ଖେଲୋ ଇଣ୍ଡିଆ’ ଅଧୀନକୁ ଯିବ ସାଇ କ୍ରୀଡ଼ା ଛାତ୍ରାବାସ

ଢେଙ୍କାନାଳ ଅଫିସ, ୧୦।୧୦

ଢେଙ୍କାନାଳରେ ଥିବା ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଛାତ୍ରାବାସ ‘ଖେଲୋ ଇଣ୍ଡିଆ’ ଅଧୀନକୁ ଯିବ। ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଗୁରୁବାର ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗର ଏକ ପ୍ରତିନିଧି ମଣ୍ଡଳୀ ପରଖିଛନ୍ତି। ସେମାନେ ଭାରତ ସରକାରଙ୍କ ‘ଖେଲୋ ଇଣ୍ଡିଆ’ ବିଭାଗକୁ ରିପୋର୍ଟ ଦେବା ପରେ ଏ ସଂକ୍ରାନ୍ତରେ ବିଧିବଦ୍ଧ ଭାବେ ପଦକ୍ଷେପ ଆରମ୍ଭ ହେବ। ସେହିପରି ଛାତ୍ରାବାସରେ କେବଳ ରେସ୍‌ଲିଂ ପ୍ରଶିକ୍ଷଣ ଦିଆଯିବା ଲାଗି ‘ଖେଲୋ ଇଣ୍ଡିଆ’ ପକ୍ଷରୁ ନିଷ୍ପତ୍ତି ହୋଇଥିବାବେଳେ ଆବଶ୍ୟକ ଭିତ୍ତିଭୂମି ଥିବାରୁ ଏଥିରେ କବାଡ଼ି ଏବଂ ଭାରୋତ୍ତୋଳନକୁ ଯୋଡ଼ିବାକୁ ଜିଲା କ୍ରୀଡ଼ା ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି।
୧୯୯୧ରେ ଢେଙ୍କାନାଳରେ ଆରମ୍ଭ ହୋଇଥିଲା ସାଇ କ୍ରୀଡ଼ା ଛାତ୍ରାବାସ। ସେତେବେଳେ ଏହାର ନିଜସ୍ବ ହଷ୍ଟେଲ ଏବଂ କାର୍ଯ୍ୟାଳୟ ନ ଥିଲା। ୧୯୯୮ ଅକ୍ଟୋବର ୬ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଛାତ୍ରାବାସର ନିଜସ୍ବ ଗୃହ ଏବଂ କାର୍ଯ୍ୟାଳୟ ଉଦ୍‌ଘାଟିତ ହୋଇଥିଲା। ପ୍ରାରମ୍ଭରେ କ୍ରୀଡ଼ା ଛାତ୍ରାବାସ ଅଧୀନରେ ଅନ୍ତେବାସୀଙ୍କୁ କେବଳ ଫୁଟବଲ ପ୍ରଶିକ୍ଷଣ ଦିଆଯାଉଥିଲା। ଏଠାରୁ ତାଲିମପ୍ରାପ୍ତ କ୍ରୀଡ଼ାବିତ୍‌ମାନେ ଜାତୀୟସ୍ତରରେ ପ୍ରଭାବୀ ପ୍ରଦର୍ଶନ କରି ଆସୁଥିଲେ। ଏହାସତ୍ତ୍ୱେ ପରିଚାଳନାଗତ ତ୍ରୁଟି ଯୋଗୁ ପରବର୍ତ୍ତୀ ସମୟରେ ଏଠାରୁ ଫୁଟବଲକୁ ଉଠାଇ ନିଆଗଲା। ସେହିପରି ରବି କୁମାରଙ୍କ ଭଳି ଜାତୀୟସ୍ତରର ଖେଳାଳି ଛାତ୍ରାବାସରୁ ଭାରୋତ୍ତୋଳନ ତାଲିମ ନେଉଥିଲେ। ତେବେ ଚଳିତବର୍ଷ କେବଳ ରେସଲିଂ ପାଇଁ ଖେଳାଳି ଚୟନ କରାଯାଇଛି। କବାଡ଼ି ଏବଂ ଭାରୋତ୍ତୋଳନ ପାଇଁ ଖେଳାଳି ଚୟନ ହୋଇ ନ ଥିବାରୁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ଏବେ କ୍ରୀଡ଼ା ଛାତ୍ରାବାସରେ ୫୦ଜଣ ଅନ୍ତେବାସୀ ରହିବା ଭଳି ବ୍ୟବସ୍ଥା ଅଛି। ସେହିପରି କବାଡ଼ି, ଭାରୋତ୍ତୋଳନ ଏବଂ ରେସଲିଂ ପାଇଁ ଆବଶ୍ୟକ ଭିତ୍ତିଭୂମି ରହିଛି। ତେଣୁ ପ୍ରତି ବିଭାଗରୁ ୧୫ ଜଣ ଲେଖାଏ ଚୟନ କରି ପ୍ରଶିକ୍ଷଣ ଦେବାକୁ ପ୍ରସ୍ତାବ ଦିଆଯାଇଛି। ସେହିପରି କ୍ରୀଡ଼ା ଛାତ୍ରାବାସରେ ସ୍ଥାୟୀ ଇନ୍‌ଚାର୍ଜ ନ ଥିବାରୁ ସମସ୍ୟା ଉପୁଜୁଛି। ଏହାର ସମାଧାନ କରିବାକୁ କ୍ରୀଡ଼ାପ୍ରେମୀମାନେ ଦାବି କରିଛନ୍ତି।
ଏ ସଂକ୍ରାନ୍ତରେ ଜିଲା କ୍ରୀଡ଼ା ଅଧିକାରୀ ପ୍ରଦୀପ କୁମାର ମହାନ୍ତି କୁହନ୍ତି, ଭାରତ ସରକାରଙ୍କ ଦ୍ୱାରା ‘ଖେଲୋ ଇଣ୍ଡିଆ’ ମାଧ୍ୟମରେ ବିଭିନ୍ନ ଖେଳକୁ ପ୍ରୋତ୍ସାହିତ କରାଯାଉଛି। ରେସ୍‌ଲିଂ ପାଇଁ ଢେଙ୍କାନାଳ ସାଇ କ୍ରୀଡ଼ା ଛାତ୍ରାବାସକୁ ଖେଲୋ ଇଣ୍ଡିଆ ଅଧୀନରେ ଏକ ଜୋନ୍‌ କରିବାକୁ ପ୍ରସ୍ତାବ ରହିଛି। ସେଥିପାଇଁ ରାଜ୍ୟ କ୍ରୀଡା ବିଭାଗ ଅଧିକାରୀମାନେ ଭିତ୍ତିଭୂମି ଯାଞ୍ଚ କରିଛନ୍ତି। ଆବଶ୍ୟକ ସୁବିଧା ଥିବାରୁ ରେସ୍‌ଲିଂ, କବାଡ଼ି ଏବଂ ଭାରୋତ୍ତୋଳନରେ ୧୫ ଜଣ ଲେଖାଏ ଖେଳାଳିଙ୍କୁ ପ୍ରଶିକ୍ଷଣରେ ସାମିଲ କରିବାକୁ ପ୍ରସ୍ତାବ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଟ୍ରେନ୍‌ ଟ୍ରାକ୍‌ରେ ପଡ଼ିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ, ହାତରେ ଲେଖା ଅଛି ଏମିତି, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର,୩ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଖୁଜେନପାଲି ରେଳ ଫାଟକ ନିକଟରେ ଜଣେ ଯୁବତୀଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଶୁକ୍ରବାର ଦେଖାଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri