ପାତ୍ରପୁର,୧୫।୧୧(ଉମାଚରଣ ନେପାକ): ବ୍ରହ୍ମପୁର ସ୍ଥିତ ନିଷ୍ଟ ବିଶ୍ୱ ବିଦ୍ୟାଳୟ ଇଣ୍ଡୋର ଷ୍ଟାଡିୟମରେ ଜାତୀୟ ତାଇକୋଣ୍ଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ତାଇକୋଣ୍ଡା ଏକାଡେମୀ ବ୍ରହ୍ମପୁର ଦ୍ବାରା ଆୟୋଜିତ ଏହି ପ୍ରତିଯୋଗିତାରେ ପାତ୍ରପୁର ବ୍ଲକ ବାଦପୁର ଆଦର୍ଶ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ଅଧ୍ୟୟନ କରୁଥିବା କେଲୁଆ ଗ୍ରାମର ସାଇ ସମ୍ପ୍ରତି ପ୍ରଧାନ ଦୁଇଟି ବିଭାଗରେ ପଦକ ହାସଲ କରିଛନ୍ତି ।
ଜୁନିୟର ୪୧ କିଲୋଗ୍ରାମ ବର୍ଗରେ ଉନ୍ନତ ପ୍ରଦର୍ଶନ ସହ ସ୍ବର୍ଣ୍ଣ ପଦକ ହାସଲ କରିବା ସହ ଇଣ୍ଡିଭିଜୁଆଲରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ସାଇ ସମ୍ପ୍ରତି ଚିକିଟି ତାଇକୋଣ୍ଡା ଏକାଡେମୀରେ ପ୍ରଶିକ୍ଷଣ ନେଉଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଥିବା ବେଳେ ସଫଳତାର ଶ୍ରେୟ ପରିବାର ବର୍ଗ ଏବଂ ଶିକ୍ଷକ ବାସୁ ନାୟକଙ୍କୁ ଦେଇଛନ୍ତି ।