ସାଇ ଇଣ୍ଟରନ୍ୟାଶନାଲ ଦେଶର ଶ୍ରେଷ୍ଠ ସ୍କୁଲ

ଭୁବନେଶ୍ୱର, ୧୪।୧୦ (ଅସମାପିକା ସାହୁ): ଏଜୁକେଶନ ୱାର୍ଲଡ ଇଣ୍ଡିଆ ସ୍କୁଲ୍‌ ର଼୍ୟାଙ୍କିଙ୍ଗ୍‌ରେ ସର୍ବଭାରତୀୟ ସ୍ତରରେ ଡେ କମ୍‌ ବୋର୍ଡିଂ ବିଭାଗରେ ଭୁବନେଶ୍ୱରସ୍ଥିତ ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ ୨୦୨୩-୨୪ବର୍ଷ ପାଇଁ ଶ୍ରେଷ୍ଠ ସ୍କୁଲ ମାନ୍ୟତା ପାଇଛି। ଏଥିସହ ଓଡ଼ିଶାରେ ଏକ ନମ୍ବର ସ୍କୁଲର ମାନ୍ୟତା ପାଇଛି। ୨୦୨୦ରେ ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ ଦେଶର ଶ୍ରେଷ୍ଠ ସ୍କୁଲର ମାନ୍ୟତା ପାଇଥିବାବେଳେ ସେବେଠାରୁ କ୍ରମାଗତ ଭାବେ ଚତୁର୍ଥଥର ପାଇଁ ଏହି ସ୍ଥାନ ବଜାୟ ରଖିଛି। ଶୁକ୍ରବାର ଦିଲ୍ଲୀରେ ଅନୁଷ୍ଠିତ ଏଜୁକେଶନ୍‌ ୱାର୍ଲଡ ଇଣ୍ଡିଆ କାର୍ଯ୍ୟକ୍ରମରେ ସାଇ ଇଣ୍ଟରନ୍ୟାଶନାଲର ଚେୟାରପର୍ସନ ଡ. ଶିଳ୍ପୀ ସାହୁ ଏବଂ ଡାଇରେକ୍ଟର ଏକାଡେମିକ୍‌ ତଥା ସିନିୟର୍‌ ପ୍ରିନ୍ସିପଲ୍‌ ନୀଳକଣ୍ଠ ପାଣିଗ୍ରାହୀ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଏଜୁକେଶନ୍‌ ୱାର୍ଲଡ ଇଣ୍ଡିଆର ସ୍କୁଲ ର଼୍ୟାଙ୍କିଙ୍ଗ ସର୍ଭେରେ ଭାରତର ବଛା ବଛା ୧୦୦୦ ସ୍କୁଲ ସାମିଲ ହୋଇଥିଲା। ଏକାଡେମିକ୍‌ ପ୍ରତିଷ୍ଠା, ଅଭିଭାବକଙ୍କ ଯୋଗଦାନ, ଛାତ୍ରୀଛାତ୍ରଙ୍କ ପ୍ରତି ବ୍ୟକ୍ତିଗତ ଧ୍ୟାନ, ଶିକ୍ଷକଙ୍କ ଦକ୍ଷତା, କ୍ରୀଡ଼ା ଶିକ୍ଷା ପରି ୧୪ଟି ପାରାମିଟରକୁ ବିଚାରକୁ ନେଇ ଏହି ଚୟନ ପ୍ରକ୍ରିୟା କରାଯାଇଥିଲା।
ଏହି ସଫଳତା ସମ୍ପର୍କରେ ସ୍କୁଲ୍‌ର ଚେୟାର ପର୍ସନ ଡ. ସାହୁ କହିଛନ୍ତି, ସାଇ ଇଣ୍ଟରନ୍ୟାଶନାଲ୍‌ ନିଜର କେ-୧୨ ଶିକ୍ଷା ସହ ଟେକ୍ନୋଲୋଜିକୁ ଏକ ଉପକରଣ ଭାବେ ଗ୍ରହଣ କରି କ୍ରମାଗତ ଭାବେ ଅନୁସନ୍ଧାନ ଏବଂ ଉଦ୍ଭାବନ କରିଆସୁଛି। ଏହା କେବଳ ବିକାଶଶୀଳ ପରସ୍ଥିତି ସହ ଖାପଖୁଆଇବା ପାଇଁ ନୁହେଁ, ବରଂ ଛାତ୍ର ଏବଂ ଶିକ୍ଷକଙ୍କ ବହୁମୂଲ୍ୟ ଶିକ୍ଷା ପାଇଁ ଏକ ପଥ ପରିଷ୍କାର କରିଛି। ଏହି ପୁରସ୍କାର ସାଇ ଇଣ୍ଟରନ୍ୟାଶନାଲ୍‌ ଗ୍ରୁପ୍‌ର ସମସ୍ତ ଅଭିଭାବକ, ଛାତ୍ରୀଛାତ୍ର, ଅଧ୍ୟାପକଙ୍କ ପାଇଁ ଏକ ଗର୍ବ ଓ ଗୌରବର ବିଷୟ। ଓଡ଼ିଶାକୁ ସ୍କୁଲ ଶିକ୍ଷା କ୍ଷେତ୍ରରେ ଜାତୀୟ ସ୍ତରରେ ନୂଆ ପରିଚୟ ଦେଇଛି। ଏଭଳି ଭାବେ ଶିକ୍ଷା ମାଧ୍ୟମରେ ଏକ ଉନ୍ନତ ଭାରତ ଗଠନ କରିବାର ସଂକଳ୍ପ ଓ ପ୍ରଚେଷ୍ଟା ଆଗାମୀ ଦିନରେ ଜାରି ରହିବ ବୋଲି ଡ. ସାହୁ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମାନନ୍ଦ ଜୀ ମହାରାଜଙ୍କ ଶରଣ ନେଲେ ବିରୁଷ୍କା

ନୂଆଦିଲ୍ଲୀ,୧୭।୨: ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ପ୍ରେନାନନ୍ଦଜୀ ମହାରାଜଙ୍କ ଦର୍ଶନ ପାଇଁ ଆସିଛନ୍ତି। ଏହା ପ୍ରଥମ ଥର ନୁହେଁ…

ବଜେଟ୍ ଅଧିବେଶନ: ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ, ରାଜ୍ୟରେ ବଢ଼ିଛି ଚାଷୀଙ୍କ ମୁଣ୍ଡ ପିଛା ଆୟ

ଭୁବନେଶ୍ବର,୧୭।୨:  ଆରମ୍ଭ ହେଲା ବିଧାନସଭା ବଜେଟ୍ ଅଧିବେଶନ । ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଥିଲେ । ୨୦୩୬ରେ ଓଡ଼ିଶା…

ଆମେ ବଞ୍ଚିଥିଲୁ ହେଲେ….ପୁଅର ମୃତ୍ୟୁକୁ ସହିନପାରି ଝୁଲି ପଡ଼ିଲେ ବାପା ମାଆ

ରାୟପୁର,୧୭।୨: ଛତିଶଗଡ଼ର ଜାଞ୍ଜଗିର-ଚମ୍ପା ଜିଲାର ଧାରଦେଇ ଗାଁରୁ ସାମ୍ନାକୁ ଆସିଛି ଦୁଃଖଦ ଘଟଣା । ଘର ଅଗଣାରେ ଏକ ନିମ ଗଛରେ ଝୁଲୁଥିବା ଅବସ୍ଥାରେ ଏକ ଦମ୍ପତିଙ୍କ ମୃତଦେହ…

ବାଂଲାଦେଶର ପ୍ରଥମ Shadow କ୍ୟାବିନେଟ! ବିରୋଧୀଙ୍କ ‘ୱାଚଡଗ’ ଯୋଜନା ସ୍ବଚ୍ଛତା ଆଣିବ ନା ନୂଆ ବିବାଦ ସୃଷ୍ଟି କରିବ? ଜାଣନ୍ତୁ…

ଢାକା,୧୭।୨: ଗତ କିଛି ଦିନ ଧରି, ବାଂଲାଦେଶୀ ରାଜନୀତିରେ ଏକ ନୂତନ କାର୍ଯ୍ୟକାଳ ଆରମ୍ଭ ହୋଇଛି, Shadow କ୍ୟାବିନେଟ। ଫେବୃଆରୀ ୧୨, ୨୦୨୬ରେ ଅନୁଷ୍ଠିତ ୧୩ତମ ସଂସଦୀୟ…

ଥୁଆମୂଳ ରାମପୁର: DMF ପାଣ୍ଠି ପାଇଁ ବିଡିଓଙ୍କୁ ସ୍ମାରକପତ୍ର

ଥୁଆମୂଳ ରାମପୁର,୧୭।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକକୁ ସମ୍ପୂର୍ଣ୍ଣ ଭାବେ ଜିଲା ଖଣିଜ ପ୍ରତିଷ୍ଠାନ (DMF) ପାଣ୍ଠିରେ ଅନ୍ତର୍ଭୁକ୍ତ କରିବା ସହ ସରପଞ୍ଚମାନଙ୍କୁ କ୍ଷମତା…

ଫାଇନାଲ ଷ୍ଟେଜରେ ଭାରତ-ଆମେରିକା ଟ୍ରେଡ ଡିଲ! ଏହିଦିନ ଆମେରିକା ଯିବ ଭାରତୀୟ ଟିମ୍‌

ନୂଆଦିଲ୍ଲୀ,୧୭।୨: ବାଣିଜ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଏବଂ ଭାରତର ମୁଖ୍ୟ ଆଲୋଚନାକାରୀ ଦର୍ପଣ ଜୈନ ଆସନ୍ତା ସପ୍ତାହରେ ଆମେରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ତାଙ୍କର ଲକ୍ଷ୍ୟ…

ପୂର୍ବତନ ବିଧାୟକଙ୍କ ବିବାଦୀୟ ଫାର୍ମ ହାଉସରେ ମାପଚୁପ ଆରମ୍ଭ, ଜବରଦଖଲ ଅଭିଯୋଗରେ ହୋଇଥିଲା ନୋଟିସ

ଧର୍ମଶାଳା,୧୭।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ଗ୍ରାମପଞ୍ଚାୟତସ୍ଥିତ ପନ୍ତୁରୀ ଠାରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କ ଫାର୍ମହାଉସରେ ଆରମ୍ଭ ହୋଇଛି…

ଅଧାରେ ରହିଗଲା ବାହାଘର, ନିମନ୍ତ୍ରଣ କାର୍ଡ ଦେଇ ଫେରିବା ବେଳେ ଦୁର୍ଘଟଣାରେ ଚାଲିଗଲା ଜୀବନ

ଝାରସୁଗୁଡା/ବ୍ରଜରାଜନଗର,୧୭।୨(ଆଶିଷ ରଞ୍ଜନ ଦାଶ /ବିଜୟ ବରାଡ଼ ): ଘରକୁ ଫେରୁଥିବା ବେଳେ ଅଧ ରାସ୍ତାରେ ପିଟି ହେଲା ବାଇକ୍ । ଫଳରେ ବିବାହ କରିବାକୁ ଥିବା ଯୁବତୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri