Posted inଫୁରସତ

‘ସରିଯାଇଥିବା ଅପେରା’ ସୃଜନ ଅଭିଯାନର ଶ୍ରେଷ୍ଠ ପରିଣତିି

ବିଶିଷ୍ଟ କବି ଡ. ହୃଷୀକେଶ ମଲ୍ଲିକଙ୍କୁ ତାଙ୍କର କବିତା ପୁସ୍ତକ ‘ସରିଯାଇଥିବା ଅପେରା’ ପାଇଁ ୨୦୨୧ ମସିହାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ ନିମିତ୍ତ ମନୋନୀତ କରାଯାଇଛି। ଓଡ଼ିଆ ଭାଷାରେ ଜନସମ୍ବେଦୀ ବିଚକ୍ଷଣ ରଚନା ଶୈଳୀର ପ୍ରବର୍ତ୍ତନ ଓ ବିଷୟବସ୍ତୁର ବିବିଧତା ପାଇଁ ୧୯୮୦ ପରବର୍ତ୍ତୀ ଓଡ଼ିଆ କବିତାରେ ତାଙ୍କ କବିତା ଏକ ନୂତନ ଯୁଗର ଶିଳାନ୍ୟାସ କରିଛି। ୧୧ଟି କବିତା ପୁସ୍ତକ ସହିତ ୧୦ଟିରୁ ଊର୍ଦ୍ଧ୍ୱ ସମାଲୋଚନା ଗ୍ରନ୍ଥର ସେ ସଫଳ ପ୍ରଣେତା। ଏଥିସହିତ ଶିଶୁ ସାହିତ୍ୟ ଓ ସ୍ତମ୍ଭ ରଚନାରେ ମଧ୍ୟ ତାଙ୍କର ସିଦ୍ଧି ସର୍ବଜନବିଦିତ। ସର୍ବଭାରତୀୟ ସ୍ତରରେ ଓଡ଼ିଆ କବିତାର ସେ ବହୁବାର ପ୍ରତିନିଧିତ୍ୱ କରିଛନ୍ତି। ୩୩ ବର୍ଷର ଭାଷା ସାହିତ୍ୟ ଅଧ୍ୟାପନା ସାଙ୍ଗକୁ ଓଡ଼ିଶା ସରକାରଙ୍କ ପ୍ରକାଶିତ ‘ଶିଶୁଲେଖା’ ପତ୍ରିକାର ସେ ଦୀର୍ଘ ୫ ବର୍ଷ ସମ୍ପାଦନା କରି ଶିଶୁ ସାହିତ୍ୟକୁ ଓଡ଼ିଶାର କୋଣାନୁକୋଣରେ ପହଞ୍ଚାଇଛନ୍ତି। ସମ୍ପ୍ରତି ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଥିବା ଡ. ମଲ୍ଲିକଙ୍କ ସହ ‘ଧରିତ୍ରୀ’ର ଉପବାର୍ତ୍ତା ସମ୍ପାଦକ ଜିତେନ୍ଦ୍ର କୁମାର ନାୟକଙ୍କ ଏକ ବିଶେଷ ସାକ୍ଷାତ୍‌କାର।

ଝିଅ’ ଠାରୁ ‘ସରିଯାଇଥିବା ଅପେରା’ ଏ ସୁଦୀର୍ଘ ସର୍ଜନା ଯାତ୍ରା କେମିତି ରହିଥିଲା?
-‘ଧାନସାଉଁଟା ଝିଅ’ ଯଦିଓ ୧୯୮୭ ରେ ପ୍ରକାଶ ପାଇଥିଲା, କିନ୍ତୁ ଏଥିରେ ଥିବା କବିତାଗୁଡ଼ିକୁ ମୁଁ ୧୯୭୨ରୁ ୧୯୮୪ ମସିହା ମଧ୍ୟରେ ଲେଖିଥିଲି। ଏହି ସମୟରେ ମୁଁ ମୁଖ୍ୟତଃ ଗଁାରେ ରହୁଥିଲି ଓ ଗଁାର ପ୍ରକୃତି ଓ ଜନଜୀବନର ଅନୁଭୂତିକୁ ଗଭୀରଭାବେ ଅଙ୍ଗେନିଭାଇଥିଲି। ଏସବୁ ମୋ କବିତାରେ ରୂପପାଇଛି। ବିଶେଷକରି ‘ଧାନସାଉଁଟା ଝିଅ’ର କବିତାଗୁଡ଼ିକରେ ଓଡ଼ିଆ ଭାଷା ଏକ ନୂତନ ସୃଜନଶୀଳ ଗରିମା ନେଇ ମୂର୍ତ୍ତିମନ୍ତ ହୋଇଛି, ଯାହାକି ଅନେକ ଦିନ ଧରି ପାଠକଙ୍କର ବୋଧଗମ୍ୟ ହୋଇପାରୁ ନ ଥିବା ଆଧୁନିକ ଓଡ଼ିଆ କବିତାକୁ ସୁବୋଧ୍ୟ କରିଛି। କବିତାରେ ଏକ ଛନ୍ଦୋମୟତାର ନ୍ୟାସ ଦ୍ୱାରା କବିତା ସୁଖପାଠ୍ୟ ହୋଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ନଗର ଜୀବନ ଓ ବୈଶ୍ୱିକ ଜୀବନର କଥାକୁ ମୁଁ ପାଠକସମ୍ବେଦୀ କରି ପ୍ରକାଶ କରିବାର ଚେଷ୍ଟା କରିଛି। ମୁଁ ଓ ମୋର ସମକାଳୀନ କବିମାନଙ୍କର ସମୟକୁ ଓଡ଼ିଆ କବିତାରେ ଏକ ନୂଆ ଯୁଗ ବୋଲି ସମାଲୋଚକମାନେ ଆଖ୍ୟାୟିତ କରିଛନ୍ତି। ‘ସରିଯାଇଥିବା ଅପେରା’ ମୋ’ ସୃଜନ ଅଭିଯାନର ଶ୍ରେଷ୍ଠ ପରିଣତି।
ସାହିତ୍ୟ ଏକାଡେମୀ ସଭାପତି ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଗି ଆପଣଙ୍କ କବିତା ପୁସ୍ତକ ମନୋନୀତ ହେବା ଏକ ସଂଯୋଗ କୁହାଯିବ କି?
– ନା, ସେପରି ନୁହେଁ। ଓଡ଼ିଶା ସାହିତ୍ୟ ଏକାଡେମୀରେ ମୋର ସଭାପତିତ୍ୱ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମୋ କବିତା ପୁସ୍ତକର ମନୋନୟନ ମଧ୍ୟରେ ଯେଉଁ ସମ୍ପର୍କ, ତାହା କାକତାଳୀୟ।
ପୂର୍ବାପେକ୍ଷା ପୁସ୍ତକ ପ୍ରକାଶନ ଦିଗରେ ଅନେକ ବିକଳ୍ପ ସୃଷ୍ଟି ହେଲାଣି। ଆପଣଙ୍କର ପ୍ରଥମେ ଯେତେବେଳେ ବହି ପ୍ରକାଶ ପାଇଥିଲା ଓ ଏବେ ଯେଉଁ ପୁସ୍ତକ ପ୍ରକାଶ ପାଉଛି ସେଥିରେ କି ଫରକ ଦେଖୁଛନ୍ତି?
-ଆଗରୁ ପୁସ୍ତକ ପ୍ରକାଶନ ଲେଟର ପ୍ରେସ୍‌ ଓ ଅଫ୍‌ସେଟ୍‌ ପ୍ରିଣ୍ଟିଂ ପ୍ରେସ୍‌ରେ କରାଯାଉଥିଲା। ଏବେ ଡିଜିଟାଲ ଯୁଗରେ ବହି ପ୍ରକାଶ ଖୁବ୍‌ ସରଳ ଓ ସ୍ବଳ୍ପ ସମୟସାପେକ୍ଷ ହୋଇପାରିଛି। ଏକକାଳୀନ ବହି ଛାପି ପ୍ରକାଶକମାନଙ୍କୁ ଗୋଦାମରେ ଗଦାଇବାକୁ ପଡ଼ୁନାହିଁ। ପାଠକଙ୍କ ଚାହିଦା ଅନୁସାରେ ବିଶ୍ୱର ଯେକୌଣସି ସ୍ଥାନକୁ ତତ୍‌କ୍ଷଣାତ୍‌ ଛପାଇ ପ୍ରକାଶକ ବହି ପଠାଇ ପାରୁଛନ୍ତି।
ସାହିତି୍ୟକମାନେ ଲେଖାଲେଖି କରି ସେଥିରୁ ଆର୍ଥିକ ସ୍ବାବଲମ୍ବୀ ଓ ସ୍ଥଳବିଶେଷରେ ଅଧିକ ଅର୍ଥ ଉପାର୍ଜନ କରିପାରୁଛନ୍ତି। ଓଡ଼ିଆ ଭାଷାର ଲେଖକ ଆଜିର ଡିଜିଟାଲ ଯୁଗରେ ସାହିତ୍ୟକୁ ବୃତ୍ତି ଭାବେ ନେଇ କେତେବାଟ ଯାଇପାରିବ ବୋଲି ଭାବୁଛନ୍ତି?
-କେବଳ ପାଶ୍ଚାତ୍ୟ ନୁହେଁ, ଓଡ଼ିଶା ସମେତ ଭାରତର ବିଭିନ୍ନ ଆଞ୍ଚଳିକ ଭାଷାର ଲେଖକମାନେ ମଧ୍ୟ ନିଜ ଲେଖା ବହିରୁ ରାଜଭାଗ ପାଇପାରୁଛନ୍ତି। କିନ୍ତୁ ଅଳ୍ପ ଲେଖକ ଲେଖାଲେଖି ଦ୍ୱାରା ଆର୍ଥିକ ଭାବେ ସ୍ବାବଲମ୍ବୀ ହେବା ସମ୍ଭବ ହେଉଛି। ସାହିତ୍ୟ ଯଦି ମାନ ରକ୍ଷାକରି ଅଧିକରୁ ଅଧିକ ପାଠକଙ୍କ ପାଖରେ ପହଞ୍ଚି ପାରିବ, ତେବେ ଜଣେ ଲେଖକ ଲେଖାକୁ ଜୀବିକା କରିପାରିବ।
ଆଜିର ଓଡ଼ିଆ କବିତା ବେଶି ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ଲକ୍ଷ୍ୟ କରାଯାଉଛି। ସେହି ଦୃଷ୍ଟିରୁ ଦେଖିଲେ ପୁସ୍ତକ ପଠନ ଅଭ୍ୟାସ କମିଯାଇଥିବା ଆଲୋଚନା ହେଉଛି। ଓଡ଼ିଶା ସାହିତ୍ୟ ଏକାଡେମୀ, ଶାରଳା ପୁରସ୍କାର ଓ ଏବେ କେନ୍ଦ୍ର ସାହିତ୍ୟ ଏକାଡେମୀ ଭଳି ମର୍ଯ୍ୟାଦାଜନକ ସମ୍ମାନ ପାଇବା ପରେ ଯୁବ ସାହିତି୍ୟକଙ୍କୁ କ’ଣ ସନ୍ଦେଶ ଦେବେ?
-ସୋସିଆଲ ମିଡିଆରେ କବିତା ପ୍ରସାର ହେଲେ ଏହା ଯେ ପାଠକଙ୍କ ପଠନାଭ୍ୟାସର ପ୍ରତିଦ୍ୱନ୍ଦ୍ୱୀ ହେବ, ଏ କଥାରେ ମୋର ବିଶ୍ୱାସ ନାହିଁ। ଏବେବି ଅନେକ ପାଠକ ଅଛନ୍ତି ସୋସିଆଲ ମିଡିଆର ସାହିତ୍ୟ ସହିତ ମୁଦ୍ରିତ ସାହିତ୍ୟପଠନକୁ ସମଭାବେ ଗୁରୁତ୍ୱ ଦେଉଛନ୍ତି। ଲୋକଙ୍କ ପାଖରେ ପୁସ୍ତକ ଉପଲବ୍ଧ କରାଇବା କାର୍ଯ୍ୟଟିକୁ ତ୍ୱରାନ୍ବିତ କରାଗଲେ ପାଠକମାନେ ସାହିତ୍ୟ ପ୍ରତି ଅଧିକ ମନୋଯୋଗୀ ହୋଇପାରିବେ। ଆଜିର ଯୁବ ସାହିତି୍ୟକମାନେ ସମଗ୍ର ପୃଥିବୀ ଉପରେ ଆଖି ରଖି ସାହିତ୍ୟ ସୃଷ୍ଟି କରୁଛନ୍ତି, ଫଳରେ ସାହିତ୍ୟ ସ୍ଥାନୀୟ ହେବା ସହିତ ବିଶ୍ୱଜନୀନ ହେଇପାରୁଛି। ନୂଆ ଲେଖକମାନେ ଓଡ଼ିଆ ସାହିତ୍ୟର ପରମ୍ପରାକୁ ଜାଣି ଲେଖନୀ ଚାଳନା କଲେ ଓଡ଼ିଆ ଭାଷାର ନୂଆ ନୂଆ ବିବର୍ତ୍ତନ ସମ୍ଭବ ହେବ ଓ ଯେକୌଣସି ଅଭିଜ୍ଞତାକୁ ପ୍ରକାଶ କରିବା ପାଇଁ ଓଡ଼ିଆ ଭାଷା ସକ୍ଷମ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri