୨୬ରେ ଓଡ଼ିଶା ଆସିବେ ଶାହା

ଭୁବନେଶ୍ୱର,୧୧ା୩(ବ୍ୟୁରୋ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଚଳିତମାସ ୨୬ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତରେ ଆସି ଶାହା ଭଦ୍ରକ ଜିଲା ଧାମନଗର ନିର୍ବାଚନମଣ୍ଡଳୀ ସାଆଁଳପୁରରେ ଏକ ସାଧାରଣ ସଭା କରିବେ। ଏନେଇ ଶନିବାର ଏକ ଖବରଦାତା ସମ୍ମିଳନୀରେ ଭାଜପା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ସୂଚନା ଦେଇଛନ୍ତି।

ପ୍ରଥମେ ସେ ଭଦ୍ରକ ଜିଲାର ଧାମନଗର ନିର୍ବାଚନମଣ୍ଡଳୀ ଯାଇ ସେଠାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବେ। ପରେ ଭୁବନେଶ୍ବର ଫେରି ଶାହା ଦଳୀୟ କର୍ମୀ, ଏମ୍‌ପି ଏବଂ ବିଧାୟକଙ୍କ ସହ ଏକ ବୈଠକ କରିବା   ପରେ  ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଥିବା ଲେଖାଶ୍ରୀ ସୂଚନା ଦେଇଛନ୍ତି।