ସାଗୁ ଖେଚୁଡ଼ି

ଆବଶ୍ୟକ ସାମଗ୍ରୀସାଗୁ- ୧କପ୍‌, ଆଳୁ- ୧ଟି (ବଡ), ବାଦାମ- ୧ କପ୍‌, କଞ୍ଚା ଲଙ୍କା- ୨ଟି, ଘିଅ- ୨ ଚାମଚ, ଆବଶ୍ୟକ ଅନୁସାରେ ତେଲ ଏବଂ ଲୁଣ।
ପ୍ରସ୍ତୁତି ପ୍ରଣାଳୀ
ସର୍ବପ୍ରଥମେ ସାଗୁକୁ କିଛି ଘଣ୍ଟା ପର୍ଯ୍ୟନ୍ତ ଭିଜାଇ ଦିଅନ୍ତୁ। ସାଗୁ ଭିଜିବା ପରେ ତାକୁ ପାଣିରୁ ଛାଣି ଦିଅନ୍ତୁ। ତେବେ ସାଗୁକୁ ଏତେ ଅଧିକ ସମୟ ଭିଜାନ୍ତୁ ନାହିଁ ଯାହାଫଳରେ ସାଗୁ ଅତ୍ୟଧିକ ନରମ ହୋଇ ମିଳେଇ ଯିବ। ଏହାପରେ ଆଳୁରୁ ଚୋପା ଛଡାଇ ତାକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଏବେ ବାଦାମ ମଞ୍ଜିକୁ କଡ଼େଇରେ ଭାଜି ବାହାର କରି ଦିଅନ୍ତୁ। ପୁଣି ଥରେ କଡ଼େଇକୁ ଚୁଲିରେ ବସାଇ ସେଥିରେ ଘିଅ ପକାଇ କଞ୍ଚାଲଙ୍କା ଓ ଆଳୁ ପକାଇ ଭାଜନ୍ତୁ। ଲୁଣ ପକାଇ ଆଳୁକୁ କିଛି ସମୟ ଘୋଡ଼ାଇ ଦିଅନ୍ତୁ। ଆଳୁ ସିଝିଗଲା ପରେ ସେଥିରେ ବାଦାମ ଭଜା ଓ ସାଗୁ ପକାଇ ଭଲଭାବେ ମିଶାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସାଗୁ ଖେଚୁଡ଼ି। ଏଥିରେ ଧନିଆପତ୍ର ପକାଇ ପରଷି ଦିଅନ୍ତୁ।