ସାଗରଙ୍କ ଲେଖନୀ ଦେଉଛି ବୃକ୍ଷକୁ ସୁରକ୍ଷା

କେନ୍ଦ୍ରାପଡ଼ା ଅଫିସ, ୩ା୩: ବହି ଛପା ହେବା ପାଇଁ କାଗଜ ଆବଶ୍ୟକ। କାଗଜ ପାଇଁ ଗଛ ବଳି ପଡୁଛି। ଗଛ ନଷ୍ଟ ଅର୍ଥ ପ୍ରାକୃତିକ ବିପର୍ଯ୍ୟୟକୁ ନିମନ୍ତ୍ରଣ। ପ୍ରାକୃତିକ ବିପର୍ଯ୍ୟୟର ନିୟନ୍ତ୍ରଣ ପାଇଁ ଗଛ ଲଗାଇବା ଜରୁରୀ। ପୁସ୍ତକ ବିକ୍ରିଲବ୍ଧ ରୟାଲିଟିକୁ ଜାତିସଂଘକୁ ଦାନ କରୁଛନ୍ତି ବୋଲି କେନ୍ଦ୍ରାପଡ଼ା ମାଟିର ପୁଅ ସାଗର ପ୍ରଧାନ(୩୦) କହିଛନ୍ତି। ଏଥିପାଇଁ ୨୦୨୦ ବିଶ୍ୱ ପରିବେଶ ଦିବସରେ ଜାତିସଂଘ ପକ୍ଷରୁ ତାଙ୍କୁ ହିରୋ ସମ୍ମାନ ମିଳିଛି। ନିକଟରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗବେଷଣା ଓ ପରିବେଶ ସୁରକ୍ଷା ସହ ପୁସ୍ତକ ରଚନା ପାଇଁ ସାଗରଙ୍କୁ ରାଜଭବନରେ ମାନପତ୍ର ପ୍ରଦାନ ସହ ସମ୍ବର୍ଦ୍ଧିତ କରିଛନ୍ତି। ଓଡ଼ିଆ ଭାଷାରେ ଚନ୍ଦ୍ରାୟନ ସମ୍ପର୍କରେ ଗବେଷଣାତ୍ମକ ପୁସ୍ତକ ରଚନା ଚାଲିଥିବା ବେଳେ ସ୍ପେସ ଏକ୍ସପ୍ଲୋରେଶନ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ନାମକ ଦୁଇ ପୁସ୍ତକ ପ୍ରକାଶ ଅପେକ୍ଷାରେ ଅଛି। ଏହା ପୂର୍ବରୁ ସାଗରଙ୍କ ଲିଖିତ ଇ’ କମର୍ସ ଆଣ୍ଡ୍‌ ଏଣ୍ଟରପ୍ରାଇଜ ରିସୋର୍ସ ପ୍ଲାନିଂ, ଇଣ୍ଟରନେଟ ଅଫ ଥିଙ୍ଗସ-କି ଆପ୍ଲିକେଶନ ଆଣ୍ଡ୍‌ ପ୍ରୋଟୋକଲ, ଇଣ୍ଟରନେଟ୍‌ ଅଫ୍‌ ଥିଙ୍ଗସ (ଭଲ୍ୟୁମ ୧ ଓ ୨), ବେସିକ ଜାଭା ପ୍ରୋଗ୍ରାମିଂ ଓ ଏସ୍‌.ଆଇ.ପି. ଜାଭା ପୁସ୍ତକ ଦେଶ ଓ ବିଦେଶରେ ଇଞ୍ଜିନିୟରିଂ ପାଠ୍ୟ ପୁସ୍ତକରେ ସ୍ଥାନିତ ହୋଇଛି। ୬ ବର୍ଷ ହେଲା ପୁସ୍ତକ ବିକ୍ରି ଲବ୍ଧ ରୟାଲିଟିକୁ ପରିବେଶ ସୁରକ୍ଷା ଦିଗରେ ଖର୍ଚ୍ଚ ପାଇଁ ଜାତିସଂଘକୁ ସେ ଦେଇ ଆସୁଛନ୍ତି।
କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ପଲେଇ ପଞ୍ଚାୟତ ଅଢ଼ଙ୍ଗା ଗଁାର ବିଦ୍ୟୁଲତା ପ୍ରଧାନ ଓ ତପନଙ୍କ ପୁଅ ସାଗର। ଗଁା ସ୍କୁଲ ପରେ ସାଲେପୁର କଲେଜରେ ପାଠ ପଢ଼ିଥିଲେ। ଏହାପରେ ଭୁବନେଶ୍ୱରସ୍ଥ ସାଇନ୍ସ୍‌ ଆଣ୍ଡ୍‌ ଟେକ୍ନୋଲୋଜି ଏକାଡେମୀରୁ ସେ ଇନ୍‌ଫର୍ମେଶନ ଟେକ୍ନୋଲୋଜି (ଆଇଟି)ରେ ଡିଗ୍ରୀ କରିଛନ୍ତି। ୨୦୧୩ରେ ଇନ୍‌ଫୋସିସ, ୨୦୧୮ରେ ଆମେରିକୀୟ କମ୍ପାନୀ କଗ୍ନିଜାଣ୍ଟ ଓ ୨୦୨୦ରେ କୋଲ୍ଟ ସଂସ୍ଥାରେ କର୍ମନିଯୁକ୍ତି ପାଇ ଏବେ ବେଙ୍ଗାଲୁରୁରେ ଅଛନ୍ତି। ତାଙ୍କ ସମ୍ପର୍କରେ ପୂର୍ବତନ ସରପଞ୍ଚ ଅକ୍ଷୟ ସାହୁ, ସରପଞ୍ଚ ସୁଶ୍ରୀ ସାହୁ, ଆଇନଜୀବୀ ବିଧୁଭୂଷଣ ମହାପାତ୍ର ପ୍ରମୁଖ କୁହନ୍ତି, ସାଗରଙ୍କ ପୁସ୍ତକ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଲାଭ କରିଛି। ପିଲା ଦିନରୁ ମେଧାବୀ ଛାତ୍ର ଭାବେ ପରିବେଶ ସୁରକ୍ଷାକୁ ସର୍ବଦା ସେ ଗୁରୁତ୍ୱ ଦେଉଥିଲେ। ପୋଖରୀରୁ ଦଳ କାଢ଼ିବା, ଗଛ ଲଗାଇବା ତତ୍କାଳୀନ ସମୟରେ ତାଙ୍କର କାମ ଥିଲା। ଏବେ ହଂକଂର ଆସୋସିଏଶନ ଅଫ୍‌ କମ୍ପ୍ୟୁଟର ସାଇଣ୍ଟିଷ୍ଟ, ୟୁକେର ଆଇଓଟି ପରିଷଦ, ୟୁଏସ୍‌ର ଓଆରସିଆଇଡି ଆଦିର ସାଗର ସମ୍ମାନିତ ସଦସ୍ୟ ଅଛନ୍ତି। ଯୁବବର୍ଗଙ୍କ ପାଇଁ ସାଗର ଏବେ ପ୍ରେରଣା ବୋଲି ସେମାନେ ମତ ଦେଇଛନ୍ତି। ସାଗର କୁହନ୍ତି, ପିଲାଦିନ ବହୁତ କଷ୍ଟରେ ଚଳିଛି। ବହି କିଣିବାକୁ ଟ୍ୟୁଶନର ସାହାରା ନେଇଛି। ଇଞ୍ଜିନିୟରିଂ ପାଠ୍ୟ ପୁସ୍ତକର ଦାମ୍‌ ବହୁତ। ପାଞ୍ଚ ଶହରୁ ହଜାରେ ଟଙ୍କାର ପୁସ୍ତକ ମାତ୍ର ୫୦ରୁ ୧୦୦ ଟଙ୍କା ମଧ୍ୟରେ ଯୋଗାଇବା ଏବେ ଲକ୍ଷ୍ୟ ଅଛି। ‘ଏ କପ୍‌ ଅଫ୍‌ ଟି ଇନ୍‌ ଲାଇଫ୍‌’ ପୁସ୍ତକ ରଚନା ମୋତେ କିଛିମାତ୍ରାରେ ଆତ୍ମସନ୍ତୋଷ ଦେଇଛି। ସୂଚନା ଓ ପ୍ରଯୁକ୍ତି କ୍ଷେତ୍ରରେ ଅଧିକ ଗବେଷଣା ଏବଂ ଆଗାମୀ ପିଢ଼ିର ଛାତ୍ରୀଛାତ୍ରଙ୍କୁ ମହାକାଶ ଗବେଷଣା ଲାଗି ଉତ୍ସାହିତ କରିବା ଦିଗରେ କାମ କରିବାକୁ ଇଚ୍ଛା ରହିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

ରାଘବ ଚଢାଙ୍କୁ ବଡ଼ ଝଟକା , ଉପନେତା ପଦରୁ ହଟାଇଲା AAP

ନୂଆଦିଲ୍ଲୀ,୨।୪: ଆମ ଆଦମୀ ପାର୍ଟି (ଏଏପି) ରାଘବ ଚଢାଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଦଳ ରାଜ୍ୟ ସଭା ସଚିବାଳୟକୁ ଚିଠି ଲେଖି ତାଙ୍କୁ ଗୃହର ଉପନେତା…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri