ବିନା ଭକ୍ତରେ ହେବ ସାଗରସ୍ନାନ ଯାତ୍ରା

ସାକ୍ଷୀଗୋପାଳ,୪।୪(ଡି.ଏନ୍‌.ଏ.): ପୁରୀ ଜିଲା ସାକ୍ଷୀଗୋପାଳର ଅନ୍ୟତମ ପ୍ରସିଦ୍ଧ ମେଳା ସାଗରସ୍ନାନ ଯାତ୍ରା ଚଳିତବର୍ଷ କୋଭିଡ୍‌ କଟକଣା ପାଇଁ ବିନାଭକ୍ତରେ ଅନୁଷ୍ଠିତ ହେବ। ଏ ନେଇ ସ୍ଥାନୀୟ ବରାଳ ବାଲୁଙ୍କେଶ୍ୱର ଦେବଙ୍କ ମନ୍ଦିରରେ ଶନିବାର ବସିଥିବା ପ୍ରଶାସନିକ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି। କମ୍‌ ସଂଖ୍ୟକ ସେବାୟତଙ୍କୁ ନେଇ କେବଳ ଠାକୁରଙ୍କ ଦେବନୀତି କରାଯିବ। ଭାର୍ଗବୀ ନଦୀର ବଳପୁର ଗ୍ରାମର ଭୃଗୁ ଘାଟରେ ମାନସିକଧାରୀ ଶ୍ରଦ୍ଧାଳୁମାନେ ବୁଡ଼ ପକାଇବାକୁ ବାରଣ କରାଯାଇଛି। ନଦୀର ଉଭୟ ପାର୍ଶ୍ୱ ବଳପୁର ଓ ସୁଆଣ୍ଡୋ ଘାଟ ମେଳା ପଡ଼ିଆରେ ହେଉଥିବା ଶ୍ରଦ୍ଧାଳୁଙ୍କ ସମାବେଶ ଉପରେ ରୋକ ଲଗାଇବାକୁ ସେଠାରେ ୧୪୪ ଧାରା ଜାରି କରାଯିବ। ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସଂଯୁକ୍ତ ଗ୍ରାମଗୁଡ଼ିକରେ ଜନ ସମାବେଶ ନ ହେବା ଦିଗରେ ପୋଲିସ ପ୍ରଶାସନ ନଜର ରଖିବାକୁ ସତ୍ୟବାଦୀ ବିଡିଓ କ୍ଷୀରୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ସାଗରସ୍ନାନ ଯାତ୍ରା ପ୍ରସ୍ତୁତି ବୈଠକରେ ସୂଚନା ଦିଆଯାଇଛି। ତହସିଲଦାର ମନୋଜ କୁମାର ନାୟକ, ଥାନା ଆଇଆଇସି ଦେବୀପ୍ରସାଦ ପାତ୍ର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ବିଶ୍ୱଜିତ ମିଶ୍ର, ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ମନୋଜ ନାୟକ, ଜିଲା ପରିଷଦ ସଭ୍ୟ ଧ୍ରୁବଚରଣ ଦାଶ, ବଳପୁର ବାଲୁଙ୍କେଶ୍ୱର ମନ୍ଦିର ମ୍ୟାନେଜିଂ ଟ୍ରଷ୍ଟି ନିରଞ୍ଜନ ମହାପାତ୍ର, ମନ୍ଦିର ସେବାୟତ ପ୍ରସନ୍ନ ମହାପାତ୍ର, ବିଦ୍ୟୁତ, ଅଗ୍ନିଶମ ଅଧିକାରୀଙ୍କ ସହିତ ବଳପୁର, ବରାଳ, ସୁଆଣ୍ଡୋ ଗ୍ରାମର ସେବାୟତ ଓ ଗ୍ରାମବାସୀ ଉକ୍ତ ବୈଠକରେ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଆ ପକ୍ଷ ଅବସରରେ ଝାଡୁ ମାରି ସଫାକଲେ ପ୍ରଶାସନିକ ଅଧିକାରୀ

ପାଟଣା,୬।୪(ବୀର କିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଥିବାବେଳେ ସୋମବାର କେନ୍ଦୁଝର ଜିଲା ପାଟଣା ବ୍ଲକର ରାଜନଗର ରଘୁନାଥ ଜିଉ ମଠ, ଟାଙ୍ଗରପଡ଼ା ମଠ, ଭୀମକୁଣ୍ଡ…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

କୋରାପୁଟ ବିଧାୟକଙ୍କୁ ନୂଆ ଦାୟିତ୍ବ,ଜିଲାପାଳଙ୍କ ଉପସ୍ଥିତିରେ….

କୋରାପୁଟ,୬।୪(ଅମିତାଭ ବେହେରା ): କୋରାପୁଟ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ କୋରାପୁଟ ବିଧାୟକ ରଘୁରାମ ମାଛ ସୋମବାର ଦାୟିତ୍ବ ଗ୍ରହଣ କରିଛନ୍ତି । ସୋମବାର କୋରାପୁଟ…

୩ ବର୍ଷ ବିତିଯାଇଥିଲେ ସୁଦ୍ଧା ଧାନ ଖଳା ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ଚାଷୀ ହଇରାଣ, ଏତେ କୋଟି ଟଙ୍କାରେ…

କେସିଙ୍ଗା,୬।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଶିରୋଲ ଗ୍ରାମ ପଞ୍ଚାୟତରେ ଚାଷୀଙ୍କ ସୁବିଧା ପାଇ ଗତ ୨୩-୨୪ ଆର୍ଥିକ ବର୍ଷରେ ଖଳା ନିର୍ମାଣ ପାଇଁ…

ପିଇବା ପାଣି ପାଇଁ ଗର୍ଜିଲେ ଅଞ୍ଚଳବାସୀ: ସମାଧାନ ପାଇଁ ମିଳିଲା ପ୍ରତିଶ୍ରୁତି

ଦାରିଙ୍ଗବାଡି,୬।୪(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଡବେରୀ ଶାଳବଣଠାରେ ସୋମବାର ଡବେରୀ ଅଞ୍ଚଳକୁ ମଦମୁକ୍ତ ଏବଂ ପିଇବା ପାଣି ସମସ୍ୟାର ସମାଧାନ ପାଇଁ ବସିଲା ବୈଠକ। ଅଞ୍ଚଳର…

ନୀଳମାଧବଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଲେ ରାଜ୍ୟ ସରକାର: ଛୁଟିଲା ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୪(ବାବୁଲା ପ୍ରଧାନ):ଭାଜପା ଭଞ୍ଜନଗର ସାଂଗଠନିକ ଜିଲା ସଭାପତି ନୀଳମାଧବ ପାତ୍ରଙ୍କୁ ରାଜ୍ୟ ସରକାର ଗଞ୍ଜାମ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏହି…

କାଳବୈଶାଖୀ ବର୍ଷା ସହ କୁଆପଥର ମାଡ଼: ବେହାଲ ହେଲା ଅତାବିରା ଅଞ୍ଚଳ, ଚାଷୀକୂଳ ହତାଶ

ଅତାବିରା, ୬।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଅଞ୍ଚଳରେ ସୋମବାର କାଳବୈଶାଖୀ ଝଡବର୍ଷା ସହ ପ୍ରଚୁର କୁଆପଥର ମାଡ଼ ହୋଇଛି l ଫଳରେ ଅତାବିରା ଅଞ୍ଚଳ ବେହାଲ…

ପ୍ରଥମଥର ପାଇଁ ଅନୁଷ୍ଠିତ ହେବ ସାମାଜିକ ଅପେରା ଟୁର୍ନାମେଣ୍ଟ: ବୈଠକରେ ବଡ଼ ନିଷ୍ପତ୍ତି, ଏହି ଦିନ କରାଯିବା ନେଇ…

ଗଞ୍ଜାମ,୬।୩ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅଞ୍ଚଳରେ ପ୍ରଥମଥର ପାଇଁ ସାମାଜିକ ଅପେରା ନାଟକ ଟୁର୍ନାମେଣ୍ଟର ଆୟୋଜନ ହେବାକୁ ଯାଉଛି । ଏଥିପାଇଁ ଝାରେଡି ରାଧାଗୋବିନ୍ଦପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri