ସତ୍ତା ହରାଇଛି ସାଗର ଯୋଜନା

ପାରଳାଖେମୁଣ୍ଡି, ୧୧।୧ (ଡି.ଏନ୍‌.ଏ): ଶତାଧିକ ବର୍ଷ ପୂର୍ବେ ପାରଳାଖେମୁଣ୍ଡିର ପ୍ରଜାବତ୍ସଳ ଶାସକମାନେ ଅଞ୍ଚଳର ବିକାଶ ପାଇଁ ସାଗର ଯୋଜନା ମାଧ୍ୟମରେ ୫ଟି ବୃହତ ସାଗର ଖୋଳିଥିଲେ। ଏହି ୫ଟି ସାଗର ଯଥା ରାମ ସାଗର, ସୀତା ସାଗର, ଲକ୍ଷ୍ମଣ ସାଗର, କୃଷ୍ଣ ସାଗର, ଗଜପତି ସାଗର ବର୍ଷ ବର୍ଷ ଧରି ହଜାର ହଜାର ହେକ୍ଟର ଚାଷଜମିକୁ ଜଳ ଯୋଗାଇ ଚାଷୀଙ୍କୁ ବାରମାସୀ ଫସଲ ଉତ୍ପାଦନରେ ସାହାଯ୍ୟ କରିବା ସହିତ ମତ୍ସ୍ୟଜୀବୀଙ୍କ ପେଟପାଟଣା ତଥା ଗୁଜାରଣ ମେଣ୍ଟାଉଥିଲା। ରାଜ୍ୟ ସରକାରଙ୍କ ଅଣଦେଖା, ଉଦାସୀନତାରୁ ସେଗୁଡ଼ିକ ପଙ୍କ ମାଟି, ଘାସ ବୁଦା ଓ ଦଳରେ ପୋତି ହୋଇଗଲାଣି। ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହର ତଥା ଆଖପାଖ ଅଞ୍ଚଳରେ ତତ୍କାଳୀନ ପାରଳା ଶାସକମାନେ ଚାଷୀଙ୍କ ସୁବିଧା ତଥା ବନ୍ୟା ନିୟନ୍ତ୍ରଣ ପାଇଁ ଜଳସେଚନ ଯୋଜନା କରି ପାଞ୍ଚୋଟି ବୃହତ ସାଗର ଖୋଳିଥିଲେ ଏବଂ ଏଗୁଡ଼ିକ ମହେନ୍ଦ୍ରତନୟା ନଦୀ ସହ କେନାଲ ସଂଯୋଗ କରିଥିଲେ। ଏସବୁ ଯୋଜନା ଏତେ ଉଚ୍ଚକୋଟୀର ଥିଲା ଯେ ନଦୀର ଅଧିକ ଜଳ କେନାଲ ମାଧ୍ୟମରେ ଚାଷଜମିକୁ ମାଡ଼ିବ ଓ ସାଗର ସବୁ ଭର୍ତ୍ତି ହୋଇ ପୁଣି ତଳେ ଥିବା ଚାଷଜମିକୁ ଜଳ ଯୋଗାଇବ। ପରେ ବଳକା ପାଣି ନଦୀରେ ମିଶିବ। ଖାଲି ଯେ ହଜାର ହଜାର ଚାଷୀ ଏଥିରେ ଉପକୃତ ହେଉଥିଲେ ତାହା ନୁହେଁ, ଶତାଧିକ ମତ୍ସ୍ୟଜୀବୀ ମଧ୍ୟ ଜୀବନ ଜୀବିକା ନିର୍ବାହ କରୁଥିଲେ। ଏହା ସହିତ ସ୍ଥାନୀୟ ଜନସାଧାରଣ ପାନୀୟ ଜଳ ସହିତ ଆମୋଦ ପ୍ରମୋଦ ପାଇଁ ବ୍ୟବହାର କରୁଥିଲେ। ଜଳସେଚନ ବିଭାଗ ତଥା ରାଜ୍ୟ ସରକାରଙ୍କ ରକ୍ଷଣାବେକ୍ଷଣ ଅଭାବରୁ ବର୍ତ୍ତମାନ ଏ ୫ଟି ସାଗର ବିଲୁପ୍ତ ହେବାକୁ ବସିଲାଣି।
ବହୁବର୍ଷ ପୂର୍ବେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ରାମସାଗର କିଛି ମରାମତି କରାଯାଇଥିଲା, ହେଲେ ତାହା ସମୁଦ୍ରକୁ ଶଙ୍ଖେ ଭଳି। ସହର ଉପକଣ୍ଠରେ ଥିବା ରାମ ସାଗର ଓ ସୀତା ସାଗରରେ ଲୋକେ କୁଢ କୁଢ ଅଳିଆ ଆବର୍ଜନା ଆଣି ଫୋପାଡି ଦେଉଥିବା ଲକ୍ଷ୍ୟ କରାଯାଉଛି। ଫଳରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଲାଣ। ପ୍ରାତଃ ଭ୍ରମଣ ଓ ସନ୍ଧ୍ୟାରେ ଆମୋଦ ପ୍ରମୋଦ ପାଇଁ ଆଉ ଏଠାକୁ କେହି ଆସୁନାହାନ୍ତି। କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଅଧିକାରୀ ପି. ଜଗନ୍ନାଥ କହିଛନ୍ତି, ରାମ ସାଗର, କୃଷ୍ଣ ସାଗର ଓ ଗଜପତି ସାଗରର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ଟ୍ରିପଲ୍‌ ଆର ଯୋଜନାରେ ଅର୍ଥ ମଞ୍ଜୁର ହୋଇଛି, କିନ୍ତୁ ଟେଣ୍ଡର ହୋଇନାହିଁ। ପରେ ପର୍ଯ୍ୟାୟକ୍ରମେ ଅନ୍ୟ ସାଗର ଓ କେନାଲ ଗୁଡ଼ିକର ରିନୋଭେଶନ ହେବ।

ଗିରିଧାରୀ ପରିଚ୍ଛା


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

‘ଭାଜପା ପାଇଁ ସେକ୍ୟୁଲାରିଜମ ଶବ୍ଦ ସେତିକି ପିତା ଯେମିତି ନିମ୍ବର ଫଳ’, କାହିଁକି ଏମିତି କହିଲେ ଷ୍ଟାଲିନ? ଜାଣନ୍ତୁ…

ଚେନ୍ନାଇ,୨୧।୧୨: ଚେନ୍ନାଇରେ ଖ୍ରୀଷ୍ଟମାସ ପାଳନ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ...

ସରକାରୀ ଜମିରୁ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ବିବାଦ: ଲାଗୁ ହେଲା ୧୬୩ ଧାରା

ମହାକାଳପଡ଼ା,୨୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ପେଟଛେଲା ଗ୍ରାମ ଜଙ୍ଗଲ ଜମି ଧାନ କାଟିବା ନେଇ ଦୁଇ ଗୋଷ୍ଠୀ...

ଘରେଥିଲେ ବୃଦ୍ଧ ହଠାତ୍‌ ଲାଗିଗଲା ନିଆଁ: ଶେଷରେ…

ବାରିପଦା, ୨୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ମୁଣ୍ଢାକଟା ପଞ୍ଚାୟତ ଜୁନା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘରେ...

BSF କନଷ୍ଟେବଳ ନିଯୁକ୍ତିରେ ଅଗ୍ନିବୀରଙ୍କୁ ମିଳିବ ୫୦ ପ୍ରତିଶତ ସଂରକ୍ଷଣ, ଗୃହ ମନ୍ତ୍ରଣାଳୟ ଜାରି କଲା ନୋଟିଫିକେଶନ

ନୂଆଦିଲ୍ଲୀ,୨୧।୧୨: କେନ୍ଦ୍ର ସରକାର ସୀମା ସୁରକ୍ଷା ବାହିନୀର ନିଯୁକ୍ତି ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣି ସାଧାରଣ ଡ୍ୟୁଟି କ୍ୟାଡର ସହିତ ଜଡିତ ନିୟମଗୁଡ଼ିକୁ ସଂଶୋଧନ...

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ଜୋରଦାର ପ୍ରସ୍ତୁତି: ଅଣ୍ଟା ଭିଡିଲେଣି ବିଡିଓ, କହିଲେ ଏଥର ମଞ୍ଚ ଦୁଲୁକିବ…

ଦାରିଙ୍ଗବାଡି, ୨୧।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ଶୀତ ମହୋତ୍ସବକୁ ନେଇ ଜିଲା ତଥା ଜଲା ବାହାରେ ଉତ୍କଣ୍ଠା ବଢିଛି। ଶୀତ ମହୋତ୍ସବ ଦାରିଙ୍ଗବାଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri