ସାଗର ବଳବନ୍ତରାୟ ନିଲମ୍ବିତ

ଭୁବନେଶ୍ୱର,୧୫ା୩(ବ୍ୟୁରୋ)-ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ସାଗର ବଳବନ୍ତରାୟଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ମଙ୍ଗଳବାର ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ଏହା ଜଣାଇଛନ୍ତି। ଆଗାମୀ ଦିନରେ ଦଳ ପ୍ରତି ଯେଉଁ କର୍ମକର୍ତ୍ତା ଅବହେଳିତ ମନୋଭାବ ପୋଷଣ କରିବେ କିମ୍ବା ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗ ଆସିବ ସେହି ପରିପ୍ରେକ୍ଷୀରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।