Posted inଖେଳ

ନେପାଳକୁ ୪-୧ରେ ହରାଇଲା ଭାରତ

ଢାକା, ୨୧।୩: ସ୍ଥାନୀୟ ବିଏସ୍‌ଏସ୍‌ଏସ୍‌ ମୁସ୍ତାଫା କମଲ ଷ୍ଟାଡିୟମରେ ୧୭ ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟବଲ ଚାମ୍ପିୟନଶିପ୍‌ ଆରମ୍ଭ ହୋଇଛି। ସୋମବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଶିଲ୍‌ଜି ଶାଜିଙ୍କ ହ୍ୟାଟ୍ରିକ ବଳରେ ଭାରତ ୪-୧ ଗୋଲରେ ନେପାଳକୁ ହରାଇ ଦେଇଛି।
ଚଳିତ ବର୍ଷ ପ୍ରାରମ୍ଭରେ ୨୦ ବର୍ଷରୁ କମ୍‌ ଭାରତୀୟ ଦଳ ସମାନ ଷ୍ଟାଡିୟମରେ ସମାନ ପ୍ରତିଦ୍ୱନ୍ଦ୍ୱୀ ଦଳଠାରୁ ହାରିଯାଇଥିଲା। ତେଣୁ ଆକ୍ରମଣାତ୍ମକ ଆଭିମୁଖ୍ୟନେଇ ଖେଳିଥିବା ଭାରତ ୪୦ ସେକେଣ୍ଡ ମଧ୍ୟରେ ଗୋଲ ସୁଯୋଗ ସୃଷ୍ଟି କରିଥିଲା। ୨୦ ମିନିଟ ବେଳକୁ ଦଳ ୩ ଥର ପ୍ରତିପକ୍ଷ ଦଳର ନେଟ୍‌ରେ ବଲ୍‌ ଭର୍ତ୍ତି କରିବାକୁ ସକ୍ଷମ ହୋଇଥିଲା। ମାତ୍ର ଅଫ୍‌ସାଇଡ୍‌ ଯୋଗୁ ୨ଟି ଗୋଲ ନାକଚ ହୋଇଯାଇଥିଲା। ୧୦ମ ମିନିଟରେ ଶିଲ୍‌ଜିଙ୍କ ଗୋଲ ବଳରେ ଭାରତ ଅଗ୍ରଣୀ ହାସଲ କରିଥିଲା। ଖୁସିଙ୍କଠାରୁ ଲଙ୍ଗ୍‌ ପାସ୍‌ ପାଇଥିଲେ ଶିଲ୍‌ଜି। ବଲ୍‌କୁ ନିୟନ୍ତ୍ରଣରେ ରଖି ଗୋଲ ଦେବାରେ ସକ୍ଷମ ହୋଇଥିଲେ। ନେପାଳ ଏକ ବିପଜ୍ଜନକ ପ୍ରତିଦ୍ୱନ୍ଦ୍ୱୀ ବୋଲି ଭାରତୀୟ ଖେଳାଳିମାନେ ଭଲଭାବେ ଜାଣିଥିଲେ। ତେଣୁ କୌଣସି ମୁହୂର୍ତ୍ତରେ ମଧ୍ୟ ହାଲୁକା ମନୋଭାବ ପୋଷଣ କରି ନ ଥିଲେ। ୪୦ତମ ମିନିଟରେ ବ୍ୟକ୍ତିଗତ ଏବଂ ଦଳଗତ ଦ୍ୱିତୀୟ ଗୋଲ ଦେଇଥିଲେ ଶିଲ୍‌ଜି। ଏଥର ତାଙ୍କ ନିକଟକୁ ବଲ୍‌ ପାସ୍‌ ଦେଇଥିଲେ ଥୋଇବିସାନା। ଏହାର ୧ ମିନିଟ ପରେ ଅର୍ଥାତ୍‌ ୪୧ତମ ମିନିଟରେ ପୂଜା ଏକ ଗୋଲ ଦେଇ ପ୍ରଥମାର୍ଦ୍ଧ ଶେଷ ବେଳକୁ ଭାରତର ଅଗ୍ରଣୀ ବ୍ୟବଧାନକୁ ୩-୦ରେ ପହଞ୍ଚାଇ ଦେଇଥିଲେ। ଓ୍ବିଙ୍ଗର ପୂଜାଙ୍କୁ ଏଥର ପାସ୍‌ ଦେଇଥିଲେ ଶିଲ୍‌ଜି।
ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ ଆକ୍ରମଣକୁ ଜୋରଦାର କରି ଗୋଲ ପରିଶୋଧପାଇଁ ଉଦ୍ୟମ କରିଥିଲା ନେପାଳ। ଭାରତୀୟ ଦଳ ଏହାକୁ ପ୍ରତିହତ କରିଥିଲେ ହେଁ ୫୪ତମ ମିନିଟରେ ନେପାଳର ବର୍ଷା ଓଲି ଭାରତୀୟ ରକ୍ଷଣଭାଗ ଭେଦକରି ଗୋଟିଏ ଗୋଲ ଦେବାରେ ସକ୍ଷମ ହୋଇଥିଲେ। ମାତ୍ର ଭାରତୀୟ ଖେଳାଳିମାନେ ଏଥିରେ ଚାପକୁ ନ ଆସି ଉତ୍ସାହପୂର୍ଣ୍ଣ ପ୍ରଦର୍ଶନ କରିଥିଲେ। ୮୧ତମ ମିନିଟରେ ବ୍ୟକ୍ତିଗତ ତୃତୀୟ ଗୋଲ ଦେଇ ହ୍ୟାଟ୍ରିକ୍‌ ପୂରଣ କରିଥିଲେ ଶିଲ୍‌ଜି।
ଏଥର ଭାରତୀୟ ଦଳର ସହକାରୀ କୋଚ୍‌ ଅଛନ୍ତି ଓଡ଼ିଶାର ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଖେଳାଳି ତଥା ଭାରତୀୟ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ। ଦଳର ପ୍ରଦର୍ଶନରେ ସ୍ବାଭାବିକଭାବେ ଖୁସି ଜାହିର କରିଛନ୍ତି ଶ୍ରଦ୍ଧାଞ୍ଜଳି। ଶିଲ୍‌ଜି ଚମତ୍କାର ଖେଳିଛନ୍ତି, ତେବେ ଏହା ଦଳଗତ ପ୍ରଦର୍ଶନର ଫଳ ବୋଲି ସେ ପ୍ରକାଶ କରିଛନ୍ତି। ଆସନ୍ତା ୨୪ ତାରିଖରେ ଭାରତ ଏହାର ପରବର୍ତ୍ତୀ ମ୍ୟାଚ ବାଂଲାଦେଶ ସହିତ ଖେଳିବ। ଏହାପରେ ୨୬ରେ ଭୁଟାନ ଓ ୨୮ରେ ରୁଷିଆ ସହିତ ମୁକାବିଲା କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

କାମ ନ କଲେ, ମିଳୁଛି ଛଟେଇ ଧମକ: ବିଧାୟକ କଳିକେଶଙ୍କୁ ଭେଟି ଅଭିଯୋଗ କଲେ ସଫେଇ କର୍ମଚାରୀ, ଏଭଳି ପ୍ରତିଶ୍ରୁତି ଦେଲେ…

ବଲାଙ୍ଗୀର,୯।୪ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସଫେଇ କର୍ମଚାରୀଙ୍କୁ ସେମାନଙ୍କ କାମ ବାହାରେ ଅତିରିକ୍ତ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା…

‘ଭାଇ! ଯଦି ତୁମକୁ…’ଯୁଦ୍ଧବିରତି ମଧ୍ୟରେ ଭାରତକୁ ବଡ଼ ଅଫର ଦେଲା ରୁଷିଆ, ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୯।୪: ଯେତେବେଳେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ବିଶ୍ୱର ବିଭିନ୍ନ ଦେଶ ତୈଳ ଅଭାବର ସମ୍ମୁଖୀନ ହେଉଥିଲେ, ସେତେବେଳେ ରୁଷିଆ ଭାରତକୁ ତେଲ ଯୋଗାଇଥିଲା। ଏବେ, ରୁଷିଆ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri