ଭୀଷ୍ମଗିରି ଉଚ୍ଚ ବିଦ୍ୟାଳୟରେ ପାଚିକା ସହାୟିକାମାନଙ୍କୁ ରୋଷେଇ ସମୟରେ ସୁରକ୍ଷା

ଦିଗପହଣ୍ଡି,୩୧|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା  ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ସ୍ଥିତ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ  ପୋଷଣ ଯୋଜନାରେ କାର୍ଯ୍ଯରତ ପାଚିକା ସହାୟିକା ମାନଙ୍କ  ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।  ପ୍ରଧାନଶିକ୍ଷକ ମନୋଜ କୁମାର ନାୟକଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଶିବିରରେ ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଭୁପନ କୁମାର ମହାନ୍ତ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶିବିର  ଉଦ୍ଘା‌ଟନ କରିଥିଲେ । ଦିଗପହଣ୍ଡି ବ୍ଲକ ସହଗୋଷ୍ଠୀ ଶିକ୍ଷାଧିକାରୀ ବାଳା ମାଝୀ ଏବଂ ରସାନନ୍ଦ ଘଡେଇ ସମ୍ମାନିତ ଅତିଥି ଭାବେ ମଞ୍ଚାଥିକେ ।

ବରିଷ୍ଠ ଶିକ୍ଷୟତ୍ରୀ ସନ୍ତୋଷିନୀ ପାତ୍ର , ପ୍ରାକ୍ତନ ସିଆରସିସି ନୃସିଂହ ପ୍ରସାଦ ପାଠୀ , ସିଆରସିସି ସରୋଜକାନ୍ତ ସାହୁ, ସରୋଜ କୁମାର ନାୟକ ପ୍ରମୁଖ ଉପସ୍ଥିତ ପାଚିକା ମାନଙ୍କୁ ସୁଷମ ଖାଦ୍ୟ ପ୍ରସ୍ତୁତି ସମ୍ପର୍କରେ ତାଲିମ ପ୍ରଦାନ  କରିଥିଲେ । ଏହି ଶିବିରରେ ଭୀଷ୍ମଗିରି , ସହଦେବ ଟିକରପଡା ଏବଂ ଚଷାନିମଖଣ୍ଡି କ୍ଳଷ୍ଟର ଅଧିନ ବିଭିନ୍ନ ବିଦ୍ୟାଳୟର ୮୫ ଜଣ ପାଚିକା ସହାୟିକା ଅଂଶଗ୍ରହଣ କରିଥିଲେ । ପାଚିକା ସହାୟିକା ମାନଙ୍କୁ ରୋଷେଇ ସମୟରେ ସେମାନଙ୍କ ସୁରକ୍ଷା , ବାସନ ପରିଷ୍କାର ପରିଚ୍ଛନ୍ନତା , ଛାତ୍ରୀଛାତ୍ର ମାନଙ୍କୁ  ପୃଷ୍ଟିକର ଖାଦ୍ୟ ପ୍ରସ୍ତୁତ କରିବା ନେଇ ଗୁରୁତ୍ୱାରୋପ କରାଯାଇଥିଲା। ଶ୍ରେଷ୍ଠ ପାଚିକା ମାନଙ୍କୁ ମୁଖ୍ୟଅତିଥି ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ।  ବିଦ୍ୟାଳୟ ଶିକ୍ଷୟତ୍ରୀ ଶିକ୍ଷକ ବୃନ୍ଦ ଶିବିର ପରିଚାଳନାରେ ସହଯୋଗ  କରିଥିଲେ ।

Dharitri – Odisha’s No.1 Odia Daily