ସୁରକ୍ଷା ବ୍ୟାରିକେଟ ରୋକିବ ଦୁର୍ଘଟଣା

ଥୁଆମୂଳ ରାମପୁର,୨୬।୧(ଦୁର୍ଗା କୀର୍ତ୍ତି): ଉତ୍କଳ ଆଲୁମିନା କମ୍ପାନୀ ତରଫରୁ ଥୁଆମୁଳ ରାମପୁର ଥାନାକୁ ୪ଟି ରାସ୍ତା ସୁରକ୍ଷା ବ୍ୟାରିକେଟ ପ୍ରଦାନ କରିଥିବା ବେଳେ ୨ଟି ଥାନା ଓ ମେଡିକାଲ ଛକରେ ଲଗାଯାଇଥିବାବେଳେ ଆଉ ୨ଟି ଅନ୍ୟ ଏକ ଛକରେ ସାଧାରଣତନ୍ତ୍ର ଦିବସ ଅବସରରେ ଶୁଭାରମ୍ଭ ସ୍ବରୂପ ଲଗାଯାଇଛି। ଏହାକୁ ନେଇ ଥାନା ପକ୍ଷରୁ କିଛି ମାତ୍ରାରେ ଦୁର୍ଘଟଣା ଜନିତ ଘଟଣା ବା ଦ୍ରୁତଗତି ଗାଡ଼ି ଚଳାଚଳ କମ ହୋଇପାରେ ବୋଲି ଆଶ୍ବସ୍ତି ମିଳିଥିବା ଜଣାଯାଏ। ଆଜିକାଲି ରାସ୍ତାରେ ବେଫରୁଆ ଭାବରେ ଯାନବାହନ ଚଳାଚଳକୁ ଆଖିଆଗରେ ରଖି ସଡକ ସୁରକ୍ଷା ଦିବସ ଅବସରରେ ଉତ୍କଳ ଆଲୁମିନା କମ୍ପାନୀ ପକ୍ଷରୁ ବିଭିନ୍ନ ଥାନାଗୁଡିକୁ ସଡକ ସୁରକ୍ଷା ବେରିକେଟ ପ୍ରଦାନ କରିଥିବା ବେଳେ ଉକ୍ତ ଥାନାକୁ ମଧ୍ୟ ପ୍ରଦାନ କରିଛନ୍ତି।
ସେହିଭଳି କମ୍ପାନୀ ପକ୍ଷରୁ କାଁଭାଁ ଖଣି ପ୍ରଭାବିତ ଅଞ୍ଚଳକୁ ବିକାଶ କରିବା ପାଇଁ ଉଦ୍ୟମ କରୁଛନ୍ତି। ହେଲେ ଯେତେ ପରିମାଣରେ ଅଞ୍ଚଳର ବିକାଶ ପାଇଁ କମ୍ପାନୀ ଦାୟିତ୍ୱ ଗ୍ରହଣ ବା ପ୍ରତିଶ୍ରୁତି ଦେଇଥିଲା ଆଉ ହେଉନାହିଁ। କିଛି ସ୍ଥାନରେ କେବଳ ସରକାରୀ କାର୍ଯ୍ୟାଳୟ ମାନଙ୍କରେ କିଛି ଜିନିଷ ପତ୍ର ଯୋଗାଇ କମ୍ପାନୀକୁ ନିଜ ପକ୍ଷରୁ ଦୋଷ ଘୁଞ୍ଚିବା ଭଳି ପରିସ୍ଥିତି ଥୁଆମୁଳ ରାମପୁର ବ୍ଳକରେ ଦେଖିବାକୁ ମିଳୁଛି।
ଉତ୍କଳ ଆଲୁମିନା କମ୍ପାନୀ ଥୁଆମୁଳ ରାମପୁର ବ୍ଳକରେ ଆରମ୍ଭ କରିବା ପୂର୍ବରୁ ଅଞ୍ଚଳ ବାସୀଙ୍କୁ ଅଞ୍ଚଳର ବିକାଶ କରିବା ଦିଗରେ ଚେଷ୍ଟା କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ତାହା ଆଉ ଏବେ ହେଉନାହିଁ। କାଶୀପୁର କିଛି ଅଞ୍ଚଳ ଓ ଥୁଆମୁଳ ରାମପୁର ବ୍ଳକର ମାଳିଗାଁ, ଗୋପୀନାଥପୁର, ଅଡ୍ରୀ ପଞ୍ଚାୟତର କିଛି ଅଞ୍ଚଳ ଖଣି ପ୍ରଭାବିତ ଅଞ୍ଚଳ ହୋଇଥିଲେ ମଧ୍ୟ ସେହି ଅଞ୍ଚଳ ପ୍ରତି କମ୍ପାନୀ ଅଣଦେଖା କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଥିବା ଜଣାପଡିଛି।
କିଛି ରାଜନେତା ଓ ସରକାରୀ ଅଧିକାରୀଙ୍କୁ ହାତ କରି ଖଣି ପ୍ରଭାବିତ ଅଞ୍ଚଳର ଗରିବ ଲୋକଙ୍କୁ ଅଣଦେଖା କରିଥିବା ଘଟଣାକୁ ନେଇ ଅଞ୍ଚଳରେ ଉଦବେଗ ପ୍ରକାଶ ପାଉଛି। ତେବେ କମ୍ପାନୀ ଅଞ୍ଚଳର ବିକାଶ କରିବା ବଦଳରେ ବିଭିନ୍ନ କାର୍ଯ୍ୟାଳୟ ପ୍ରତି ଆସକ୍ତି ଏତେ କାହିଁକି ବୋଲି ବିଭିନ୍ନ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଥିବା ଜଣାପଡିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌-ପୂଜାରୀପୁଟରେ ପୁସିଂ ବ୍ରିଜ୍‌ ନିର୍ମାଣ ଲାଗି ଜିଲାପାଳଙ୍କୁ ଦାବିପତ୍ର

ନନ୍ଦପୁର,୧୮ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ଦେଇ ଯାଇଥିବା କେ.କେ ରେଳପଥର ସାଉନି ପୂଜାରୀପୁଟ ଗ୍ରାମ ନିକଟ ପୋଲ ନଂ ୧୫୬/୦୬ ଓ ୧୫୬/୦୮ ନିକଟରେ ଏକ ପୁସିଂ…

ଚାଇନା ଠୁ ତେଲ ଜାହାଜ ଛଡାଇ ଆଣିଲା ଭାରତ! ରୁଷିଆ ସହ ବଡ଼ ଡିଲ୍‌…

ନୂଆଦିଲ୍ଲୀ,୧୮।୩; ୟୁକ୍ରେନରେ ସଂଘର୍ଷ ମଧ୍ୟରେ, ଭାରତ ରୁଷିଆରୁ ଅଶୋଧିତ ତୈଳ କ୍ରୟ ବୃଦ୍ଧି କରିଛି। ଭାରତ ଏବେ ମସ୍କୋରୁ ତୈଳ ଆମଦାନୀ ଦ୍ୱିଗୁଣିତ କରିଛି। ଏହି ସମୟରେ,…

ଜସପ୍ରିତ ବୁମରା ଏବଂ ଅକ୍ଷର ପଟେଲଙ୍କ ଦରମା ବଢ଼ାଇବ BCCI, ମିଳିବ ଏତେ କୋଟି

ନୂଆଦିଲ୍ଲୀ,୧୮।୩: ଜସପ୍ରିତ ବୁମରାହ ଏବଂ ଅକ୍ଷର ପଟେଲ ନିରନ୍ତର ଭଲ ପ୍ରଦର୍ଶନ କରିଆସୁଛନ୍ତି । ଏହା ସତ୍ତ୍ୱେ, କେନ୍ଦ୍ରୀୟ ଚୁକ୍ତିନାମା ଅନୁଯାୟୀ ସେମାନଙ୍କର ଦରମା ହ୍ରାସ କରାଯାଇଥିଲା।…

ବାଘ ଗାଈକୁ ମାରି ଖାଇବା ଘଟଣା ପରେ ବନ ବିଭାଗ ଲଗାଇଲା ୪ ଟ୍ରାପ କ୍ୟାମେରା

ମୋହନା,୧୮।୩( ମନ୍ମଥ ମିଶ୍ର ): ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ ପରେ ବୁଧବାର…

କାଳବୈଶାଖୀ: ବର୍ଷା ସହ କୁଆପଥର ମାଡ଼

କୋକସରା,୧୮ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକର ଲଡୁଗାଁ, ବରାଡଙ୍ଗା, ଆମପାଣି ପଞ୍ଚାୟତ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା ହୋଇଛି। ରାସ୍ତାରେ…

ଇରାନକୁ ସାହାଯ୍ୟର ହାତ ବଢାଇଲା ଭାରତ, ଯୁଦ୍ଧ ପାଇଁ ପଠାଇଲା…ଚମକି ପଡିଲା ଆମେରିକା!

ନୂଆଦିଲ୍‌ଲୀ,୧୮।୩: ଭାରତ ଇରାନକୁ ସହାୟତା ପ୍ରଦାନ କରିଛି, ଯାହା ବର୍ତ୍ତମାନ ଆମେରିକା ଏବଂ ଇସ୍ରାଏଲ ସହିତ ବିବାଦରେ ଫସି ଯାଇଛି। ଭାରତରୁ ଚିକିତ୍ସା ସହାୟତାର ପ୍ରଥମ ପଠାଣ…

ଆମକୁ ଭଲ ପାଉଥିଲେ, କିନ୍ତୁ ମୋଦିଙ୍କୁ ବିବାହ କଲେ: ସଂସଦରେ କାହାକୁ ଏମିତି କହିଲେ ଖାର୍ଗେ

ନୂଆଦିଲ୍ଲୀ,୧୮।୩: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଅବସରପ୍ରାପ୍ତ ରାଜ୍ୟ ସଭା ଏମ୍‌ପିମାନଙ୍କୁ ବିଦାୟ ଦେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ରାଜନୀତି ଏବଂ ସାର୍ବଜନୀନ ଜୀବନରେ…

ଆତ୍ମବିଶ୍ୱାସ ରହିଲେ ସଫଳତା ମିଳିବ, ଛାତ୍ରୀଛାତ୍ରଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି…

ଭଞ୍ଜନଗର,୧୮ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଶିକ୍ଷା ବିଭାଗ ଯୁକ୍ତ ୩ ଶେଷବର୍ଷ ଛାତ୍ରୀଛାତ୍ରଙ୍କୁ ବୁଧବାର ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri