Posted inଫୁରସତ

ସେଫ୍‌ ଡ୍ରାଇଭିଂ

ବର୍ତ୍ତମାନ ବେପରୁଆ ଗାଡ଼ିଚାଳନା ସାଙ୍ଗକୁ ଗାଡ଼ିରେ ମୋବାଇଲ ଫୋନ୍‌ ବ୍ୟବହାର ଦିନକୁଦିନ ସଡ଼କ ଦୁର୍ଘଟଣାଜନିତ ଜୀବନହାନି ସଂଖ୍ୟା ବୃଦ୍ଧି କରୁଛି। ତେଣୁ ସୁରକ୍ଷା ଦୃଷ୍ଟିରୁ ଏଥିପ୍ରତି ସଚେତନ ରହିବା ଆବଶ୍ୟକ…

ଓ୍ବାଲର୍‌ଡ ହେଲ୍‌ଥ ଅର୍ଗାନାଇଜେଶନ୍‌ (ଡବ୍ଲ୍ୟୁଏଚ୍‌ଓ) ରିପୋର୍ଟ ମୁତାବକ, ବର୍ତ୍ତମାନ ସମଗ୍ର ପୃଥିବୀରେ ୮ମ ସର୍ବାଧିକ ମୃତ୍ୟୁସଂଖ୍ୟାର କାରଣ ସାଜିଛି ସଡ଼କ ଦୁର୍ଘଟଣା। ଏହାଦ୍ୱାରା କୌଣସି ନା କୌଣସି ସ୍ଥାନରେ ପ୍ରତି ୨୪ ସେକେଣ୍ଡରେ ଜଣଙ୍କର ବା ବର୍ଷକୁ ପ୍ରାୟ ୧.୩ ବିଲିୟନ୍‌ ଜୀବନହାନି ହେଉଛି। ତେବେ ଅତ୍ୟନ୍ତ ପରିତାପର ବିଷୟ ଯେ, ସବୁଆଡ଼େ ହେଉଥିବା ଦୁର୍ଘଟଣା ମଧ୍ୟରେ ଭାରତରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର ସର୍ବାଧିକ। ଅର୍ଥାତ୍‌ ଏଠାରେ ବର୍ଷକୁ ୧.୫ ମିଲିୟନ ଲୋକଙ୍କ ମୃତ୍ୟୁ ହେଉଥିବା ବେଳେ ସେଥିରେ ଯୁବପିଢ଼ିଙ୍କ ସଂଖ୍ୟା ସର୍ବାଧିକ।
ଗାଡ଼ି ଚଳାଇବା ବେଳେ ସାମାନ୍ୟ ଅବହେଳା ବି ବଡ଼ ଦୁର୍ଘଟଣାର କାରଣ ସାଜିପାରେ। ତେଣୁ ନିଜ ସହିତ ଅନ୍ୟମାନଙ୍କ ସୁରକ୍ଷା ନିମନ୍ତେ ଗାଡ଼ି ଚଲାଇବା ବେଳେ କେତେକ ଦିଗ ପ୍ରତି ସତର୍କ ରହିବା ନିହାତି ଆବଶ୍ୟକ…
ଦ୍ରୁତ ଗତି ମହାବିପତ୍ତି: ଅଧିକ ସ୍ପିଡ୍‌ରେ ଗାଡ଼ି ଚଲାଇବା ବର୍ତ୍ତମାନ ଅଧିକାଂଶ ଦୁର୍ଘଟଣାର ମୂଳ କାରଣ ସାଜିଛି। ସ୍ପିଡ୍‌ରେ ଗାଡ଼ି ଚଲାଇବା ଦ୍ୱାରା ଆଗରେ କୌଣସି ଗାଡ଼ି, ମଣିଷ କିମ୍ବା ପଶୁ ଆସିଗଲେ ପିଟି ହୋଇଯାଏ କିମ୍ବା ହଠାତ୍‌ ବ୍ରେକ୍‌ କରିବା ଦ୍ୱାରା ଗାଡ଼ି ଭାରସାମ୍ୟ ହରାଇ ପଡ଼ିଯାଏ। ଏପରି ନ ହେବା ଲାଗି ଗାଡ଼ିର ସ୍ପିଡ୍‌ ସବୁବେଳେ ମଧ୍ୟମ ତଥା ନିୟନ୍ତ୍ରଣରେ ରଖନ୍ତୁ।
ଫୋନ୍‌ ବ୍ୟବହାର ବିପଦପୂର୍ଣ୍ଣ: ନ୍ୟାଶନାଲ ସେଫ୍ଟି କାଉନ୍‌ସିଲ ରିପୋର୍ଟ ଅନୁଯାୟୀ, ଗାଡ଼ି ଚଲାଇବା ବେଳେ ମୋବାଇଲ ଫୋନ୍‌ ବ୍ୟବହାର ଦୁର୍ଘଟଣା ପାଇଁ ବିଶେଷ ଭାବେ ଦାୟୀ। ଅନେକଙ୍କ ମନରେ ଏକ ଧାରଣା ଥାଏ ଯେ, ସିଧାସଳଖ ମୋବାଇଲ ଫୋନ୍‌ ନ ଧରି ବ୍ଲୁଟୁଥ୍‌ ଭଳି ହ୍ୟାଣ୍ଡ୍‌ସ ଫ୍ରି ଡିଭାଇସ୍‌ ବ୍ୟବହାର କରିବା ନିରାପଦ। ହେଲେ ବାସ୍ତବରେ ଏହା ମଧ୍ୟ ଦୁର୍ଘଟଣା ଲାଗି ସମପରିମାଣରେ ଦାୟୀ। ତେବେ ଏହାଦ୍ୱାରା ଚାଳକ ନିଜ ଜୀବନ ସହିତ ଅନ୍ୟମାନଙ୍କ ଜୀବନକୁ ମଧ୍ୟ ମୃତ୍ୟୁମୁଖକୁ ଠେଲି ଦେଇଥାଏ। କେବଳ ଏତିକି ନୁହେଁ, ବର୍ତ୍ତମାନ ଅଧିକାଂଶ ଯୁବପିଢ଼ିଙ୍କଠାରେ ଗାଡ଼ି ଚଲାଇବା ବେଳେ ଦେଖିବାକୁ ମିଳୁଥିବା ସେଲ୍‌ଫି ନେବା, ଭିଡିଓ ଶୁଟ୍‌ କରିବାର କ୍ରେଜ୍‌ ବି ଆକ୍ସିଡେଣ୍ଟ ହେବାର ଅନ୍ୟ ଏକ ମୁଖ୍ୟ କାରଣ। ତେଣୁ ଗାଡ଼ି ଚଲାଇବା ବେଳେ କଲ୍‌ ଆସୁଥିଲେ ରାସ୍ତା କଡ଼ରେ ଡ୍ରାଇଭିଂ ବନ୍ଦ କରି କଥା ହୁଅନ୍ତୁ କିମ୍ବା ପହଞ୍ଚତ୍ବା ପରେ ଫୋନ୍‌ କରନ୍ତୁ। ସେହିପରି ଗାଡ଼ି ଚଲାଇବା ବେଳେ ଫଟୋ, ଭିଡିଓ ଆଦି ଉଠାନ୍ତୁ ନାହିଁ କିମ୍ବା ଗାଡ଼ିରେ ବସିଥିଲେ ଚାଳକଙ୍କୁ ଏସବୁ କରି ଡିଷ୍ଟର୍ବ କରନ୍ତୁ ନାହିଁ। ଏଭଳି ଦୁର୍ଘଟଣା ରୋକିବା ଲାଗି କାଲିଫର୍ନିଆ, କନେକ୍ଟିକଟ୍‌, ଡେଲାଓ୍ବେର୍‌, ଓ୍ବାଶିଂଟନ୍‌ ଡିସି, ହାଓ୍ବାଇ, ଇଲିନୋଇସ୍‌, ମାରିଲାଣ୍ଡ, ନେଭାଡ଼ା, ନ୍ୟୁୟର୍କ, ଆରେଗନ୍‌, ଭେରମଣ୍ଟ ଭଳି କେତେକ ସହରରେ ଗାଡ଼ି ଚଲାଇବା ସମୟରେ ମୋବାଇଲ ଫୋନ୍‌ ବ୍ୟବହାର କରିବା ନିଷେଧ କରାଯାଇଛି।

ହେଲ୍‌ମେଟ୍‌ ଓ ସିଟ୍‌ବେଲ୍ଟ:
ଅନେକେ ଟ୍ରାଫିକ୍‌ ନିୟମ ଅନୁଯାୟୀ ଫାଇନ୍‌ ଦେବା ଡରରେ ହେଲ୍‌ମେଟ୍‌ ପିନ୍ଧୁଥିବା ବେଳେ ଟ୍ରାଫିକ୍‌ ନ ଥିବା ସ୍ଥାନରେ ହେଲ୍‌ମେଟ୍‌ ଖୋଲି ଗାଡ଼ି ଚଳାନ୍ତି। ହେଲେ ଏହାଦ୍ୱାରା ଦୁର୍ଘଟଣା ହେଲେ ମୁଣ୍ଡରେ ଆଘାତ ଲାଗିବା ସହ ମୃତ୍ୟୁ ଆଶଙ୍କା ବୃଦ୍ଧି ପାଇଥାଏ। ତେଣୁ ଦୁଇଚକିଆ ଯାନ ଚଲାଇବା ବେଳେ ହେଲମେଟ୍‌ ନିହାତି ପିନ୍ଧିବା ଆବଶ୍ୟକ। ସେହିପରି ପଛରେ ବସିଥିବା ବ୍ୟକ୍ତିଙ୍କୁ ବି ହେଲ୍‌ମେଟ୍‌ ପିନ୍ଧିବା ଜରୁରୀ। ସେହିପରି ୪ ଚକିଆ ଗାଡ଼ି ଚଲାଇବା ବେଳେ ସିଟ୍‌ ବେଲ୍ଟ ବାନ୍ଧିବା ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା। କାରଣ ହଠାତ୍‌ ଆକ୍ସିଡେଣ୍ଟ ହୋଇଗଲେ ଏହା ବେଶି କ୍ଷତି ହେବାରୁୁ ରକ୍ଷା କରିଥାଏ ା ତେଣୁ ଏଥିପ୍ରତି ସତର୍କ ହେବା ଜରୁରୀ।

ରୁହନ୍ତୁ ନିଶାମୁକ୍ତ: ଆଲ୍‌କୋହଲ ପିଇ ଗାଡ଼ି ଚଲାଇବା ଦୁର୍ଘଟଣାର ଅନ୍ୟ ଏକ ମୁଖ୍ୟ କାରଣ। ତେଣୁ ଡ୍ରିଙ୍କ୍ସ କରିଥିଲେ ଗାଡ଼ି ଚଲାନ୍ତୁ ନାହିଁ। କାରଣ ଆପଣଙ୍କ ଏହି ଭୁଲ ନିଜ ସହିତ ଅନ୍ୟର ଜୀବନକୁ ବି ବିପଦରେ ପକାଇପାରେ।

ଓଭରଲୋଡ୍‌: ବାଇକ୍‌ ହେଉ ବା କାର୍‌, ଗୋଟେ ଗାଡ଼ିରେ ଆବଶ୍ୟକତାଠାରୁ ଅଧିକ ବ୍ୟକ୍ତି ଯାଆନ୍ତୁ ନାହିଁ। କାରଣ ଏହାଦ୍ୱାରା କେବେକେବେ ଗାଡ଼ିି ଭାରସାମ୍ୟ ହରାଇ ଦୁର୍ଘଟଣା ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ।

ଟ୍ରାଫିକ୍‌ ନିୟମ: ଟ୍ରାଫିକ ନିୟମକୁ କେବଳ ଫାଇନ୍‌ ଦେବାରୁ ବଞ୍ଚତ୍ତ ହେବାର ଏକ ମାଧ୍ୟମ ବୋଲି ଭାବନ୍ତୁ ନାହିଁ। ମଣିଷସମାଜର ସୁରକ୍ଷା ନିମନ୍ତେ କରାଯାଇଥିବା ଏହିସବୁ ନିୟମ ମାନନ୍ତୁ ଏବଂ ନିଜ ସହ ଅନ୍ୟମାନଙ୍କୁ ମଧ୍ୟ ସୁରକ୍ଷିତ ରଖନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ଲିକ୍‌ ହୋଇ ଫାଟିଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର, ଘରେ ଥିଲେ…

କୋକସରା,୨୨।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ଗ୍ରାମରେ ରନ୍ଧନ ଗ୍ୟାସ୍‌ ଲିକେଜ ହୋଇ ନିଆଁ ଲାଗି ଯିବାରୁ ୪ ଜଣ ଗୁରୁତର...

ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଉପରେ ପ୍ରଶ୍ନ ଉଠାଇଲେ ୱାସିମ ଜାଫର, କହିଲେ ଇଶାନ-ୱାଶିଂଟନଙ୍କ ବଦଳରେ…

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଇଶାନ କିଷାନ ଦଳକୁ ଫେରିଛନ୍ତି। ଉପ-ଅଧିନାୟକ ଶୁବମନ ଗିଲ...

ପ୍ରଚେଷ୍ଟା ରହିଲେ ସଫଳତା ନିଶ୍ଚିତ ମିଳିବ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସେଣ୍ଟ ଆନ୍ସ ଇଂଗ୍ରାଜୀ ମିଡିୟମ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri