Posted inଫୁରସତ

ସେଫ୍‌ ଡ୍ରାଇଭିଂ

ବର୍ତ୍ତମାନ ବେପରୁଆ ଗାଡ଼ିଚାଳନା ସାଙ୍ଗକୁ ଗାଡ଼ିରେ ମୋବାଇଲ ଫୋନ୍‌ ବ୍ୟବହାର ଦିନକୁଦିନ ସଡ଼କ ଦୁର୍ଘଟଣାଜନିତ ଜୀବନହାନି ସଂଖ୍ୟା ବୃଦ୍ଧି କରୁଛି। ତେଣୁ ସୁରକ୍ଷା ଦୃଷ୍ଟିରୁ ଏଥିପ୍ରତି ସଚେତନ ରହିବା ଆବଶ୍ୟକ…

ଓ୍ବାଲର୍‌ଡ ହେଲ୍‌ଥ ଅର୍ଗାନାଇଜେଶନ୍‌ (ଡବ୍ଲ୍ୟୁଏଚ୍‌ଓ) ରିପୋର୍ଟ ମୁତାବକ, ବର୍ତ୍ତମାନ ସମଗ୍ର ପୃଥିବୀରେ ୮ମ ସର୍ବାଧିକ ମୃତ୍ୟୁସଂଖ୍ୟାର କାରଣ ସାଜିଛି ସଡ଼କ ଦୁର୍ଘଟଣା। ଏହାଦ୍ୱାରା କୌଣସି ନା କୌଣସି ସ୍ଥାନରେ ପ୍ରତି ୨୪ ସେକେଣ୍ଡରେ ଜଣଙ୍କର ବା ବର୍ଷକୁ ପ୍ରାୟ ୧.୩ ବିଲିୟନ୍‌ ଜୀବନହାନି ହେଉଛି। ତେବେ ଅତ୍ୟନ୍ତ ପରିତାପର ବିଷୟ ଯେ, ସବୁଆଡ଼େ ହେଉଥିବା ଦୁର୍ଘଟଣା ମଧ୍ୟରେ ଭାରତରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର ସର୍ବାଧିକ। ଅର୍ଥାତ୍‌ ଏଠାରେ ବର୍ଷକୁ ୧.୫ ମିଲିୟନ ଲୋକଙ୍କ ମୃତ୍ୟୁ ହେଉଥିବା ବେଳେ ସେଥିରେ ଯୁବପିଢ଼ିଙ୍କ ସଂଖ୍ୟା ସର୍ବାଧିକ।
ଗାଡ଼ି ଚଳାଇବା ବେଳେ ସାମାନ୍ୟ ଅବହେଳା ବି ବଡ଼ ଦୁର୍ଘଟଣାର କାରଣ ସାଜିପାରେ। ତେଣୁ ନିଜ ସହିତ ଅନ୍ୟମାନଙ୍କ ସୁରକ୍ଷା ନିମନ୍ତେ ଗାଡ଼ି ଚଲାଇବା ବେଳେ କେତେକ ଦିଗ ପ୍ରତି ସତର୍କ ରହିବା ନିହାତି ଆବଶ୍ୟକ…
ଦ୍ରୁତ ଗତି ମହାବିପତ୍ତି: ଅଧିକ ସ୍ପିଡ୍‌ରେ ଗାଡ଼ି ଚଲାଇବା ବର୍ତ୍ତମାନ ଅଧିକାଂଶ ଦୁର୍ଘଟଣାର ମୂଳ କାରଣ ସାଜିଛି। ସ୍ପିଡ୍‌ରେ ଗାଡ଼ି ଚଲାଇବା ଦ୍ୱାରା ଆଗରେ କୌଣସି ଗାଡ଼ି, ମଣିଷ କିମ୍ବା ପଶୁ ଆସିଗଲେ ପିଟି ହୋଇଯାଏ କିମ୍ବା ହଠାତ୍‌ ବ୍ରେକ୍‌ କରିବା ଦ୍ୱାରା ଗାଡ଼ି ଭାରସାମ୍ୟ ହରାଇ ପଡ଼ିଯାଏ। ଏପରି ନ ହେବା ଲାଗି ଗାଡ଼ିର ସ୍ପିଡ୍‌ ସବୁବେଳେ ମଧ୍ୟମ ତଥା ନିୟନ୍ତ୍ରଣରେ ରଖନ୍ତୁ।
ଫୋନ୍‌ ବ୍ୟବହାର ବିପଦପୂର୍ଣ୍ଣ: ନ୍ୟାଶନାଲ ସେଫ୍ଟି କାଉନ୍‌ସିଲ ରିପୋର୍ଟ ଅନୁଯାୟୀ, ଗାଡ଼ି ଚଲାଇବା ବେଳେ ମୋବାଇଲ ଫୋନ୍‌ ବ୍ୟବହାର ଦୁର୍ଘଟଣା ପାଇଁ ବିଶେଷ ଭାବେ ଦାୟୀ। ଅନେକଙ୍କ ମନରେ ଏକ ଧାରଣା ଥାଏ ଯେ, ସିଧାସଳଖ ମୋବାଇଲ ଫୋନ୍‌ ନ ଧରି ବ୍ଲୁଟୁଥ୍‌ ଭଳି ହ୍ୟାଣ୍ଡ୍‌ସ ଫ୍ରି ଡିଭାଇସ୍‌ ବ୍ୟବହାର କରିବା ନିରାପଦ। ହେଲେ ବାସ୍ତବରେ ଏହା ମଧ୍ୟ ଦୁର୍ଘଟଣା ଲାଗି ସମପରିମାଣରେ ଦାୟୀ। ତେବେ ଏହାଦ୍ୱାରା ଚାଳକ ନିଜ ଜୀବନ ସହିତ ଅନ୍ୟମାନଙ୍କ ଜୀବନକୁ ମଧ୍ୟ ମୃତ୍ୟୁମୁଖକୁ ଠେଲି ଦେଇଥାଏ। କେବଳ ଏତିକି ନୁହେଁ, ବର୍ତ୍ତମାନ ଅଧିକାଂଶ ଯୁବପିଢ଼ିଙ୍କଠାରେ ଗାଡ଼ି ଚଲାଇବା ବେଳେ ଦେଖିବାକୁ ମିଳୁଥିବା ସେଲ୍‌ଫି ନେବା, ଭିଡିଓ ଶୁଟ୍‌ କରିବାର କ୍ରେଜ୍‌ ବି ଆକ୍ସିଡେଣ୍ଟ ହେବାର ଅନ୍ୟ ଏକ ମୁଖ୍ୟ କାରଣ। ତେଣୁ ଗାଡ଼ି ଚଲାଇବା ବେଳେ କଲ୍‌ ଆସୁଥିଲେ ରାସ୍ତା କଡ଼ରେ ଡ୍ରାଇଭିଂ ବନ୍ଦ କରି କଥା ହୁଅନ୍ତୁ କିମ୍ବା ପହଞ୍ଚତ୍ବା ପରେ ଫୋନ୍‌ କରନ୍ତୁ। ସେହିପରି ଗାଡ଼ି ଚଲାଇବା ବେଳେ ଫଟୋ, ଭିଡିଓ ଆଦି ଉଠାନ୍ତୁ ନାହିଁ କିମ୍ବା ଗାଡ଼ିରେ ବସିଥିଲେ ଚାଳକଙ୍କୁ ଏସବୁ କରି ଡିଷ୍ଟର୍ବ କରନ୍ତୁ ନାହିଁ। ଏଭଳି ଦୁର୍ଘଟଣା ରୋକିବା ଲାଗି କାଲିଫର୍ନିଆ, କନେକ୍ଟିକଟ୍‌, ଡେଲାଓ୍ବେର୍‌, ଓ୍ବାଶିଂଟନ୍‌ ଡିସି, ହାଓ୍ବାଇ, ଇଲିନୋଇସ୍‌, ମାରିଲାଣ୍ଡ, ନେଭାଡ଼ା, ନ୍ୟୁୟର୍କ, ଆରେଗନ୍‌, ଭେରମଣ୍ଟ ଭଳି କେତେକ ସହରରେ ଗାଡ଼ି ଚଲାଇବା ସମୟରେ ମୋବାଇଲ ଫୋନ୍‌ ବ୍ୟବହାର କରିବା ନିଷେଧ କରାଯାଇଛି।

ହେଲ୍‌ମେଟ୍‌ ଓ ସିଟ୍‌ବେଲ୍ଟ:
ଅନେକେ ଟ୍ରାଫିକ୍‌ ନିୟମ ଅନୁଯାୟୀ ଫାଇନ୍‌ ଦେବା ଡରରେ ହେଲ୍‌ମେଟ୍‌ ପିନ୍ଧୁଥିବା ବେଳେ ଟ୍ରାଫିକ୍‌ ନ ଥିବା ସ୍ଥାନରେ ହେଲ୍‌ମେଟ୍‌ ଖୋଲି ଗାଡ଼ି ଚଳାନ୍ତି। ହେଲେ ଏହାଦ୍ୱାରା ଦୁର୍ଘଟଣା ହେଲେ ମୁଣ୍ଡରେ ଆଘାତ ଲାଗିବା ସହ ମୃତ୍ୟୁ ଆଶଙ୍କା ବୃଦ୍ଧି ପାଇଥାଏ। ତେଣୁ ଦୁଇଚକିଆ ଯାନ ଚଲାଇବା ବେଳେ ହେଲମେଟ୍‌ ନିହାତି ପିନ୍ଧିବା ଆବଶ୍ୟକ। ସେହିପରି ପଛରେ ବସିଥିବା ବ୍ୟକ୍ତିଙ୍କୁ ବି ହେଲ୍‌ମେଟ୍‌ ପିନ୍ଧିବା ଜରୁରୀ। ସେହିପରି ୪ ଚକିଆ ଗାଡ଼ି ଚଲାଇବା ବେଳେ ସିଟ୍‌ ବେଲ୍ଟ ବାନ୍ଧିବା ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା। କାରଣ ହଠାତ୍‌ ଆକ୍ସିଡେଣ୍ଟ ହୋଇଗଲେ ଏହା ବେଶି କ୍ଷତି ହେବାରୁୁ ରକ୍ଷା କରିଥାଏ ା ତେଣୁ ଏଥିପ୍ରତି ସତର୍କ ହେବା ଜରୁରୀ।

ରୁହନ୍ତୁ ନିଶାମୁକ୍ତ: ଆଲ୍‌କୋହଲ ପିଇ ଗାଡ଼ି ଚଲାଇବା ଦୁର୍ଘଟଣାର ଅନ୍ୟ ଏକ ମୁଖ୍ୟ କାରଣ। ତେଣୁ ଡ୍ରିଙ୍କ୍ସ କରିଥିଲେ ଗାଡ଼ି ଚଲାନ୍ତୁ ନାହିଁ। କାରଣ ଆପଣଙ୍କ ଏହି ଭୁଲ ନିଜ ସହିତ ଅନ୍ୟର ଜୀବନକୁ ବି ବିପଦରେ ପକାଇପାରେ।

ଓଭରଲୋଡ୍‌: ବାଇକ୍‌ ହେଉ ବା କାର୍‌, ଗୋଟେ ଗାଡ଼ିରେ ଆବଶ୍ୟକତାଠାରୁ ଅଧିକ ବ୍ୟକ୍ତି ଯାଆନ୍ତୁ ନାହିଁ। କାରଣ ଏହାଦ୍ୱାରା କେବେକେବେ ଗାଡ଼ିି ଭାରସାମ୍ୟ ହରାଇ ଦୁର୍ଘଟଣା ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ।

ଟ୍ରାଫିକ୍‌ ନିୟମ: ଟ୍ରାଫିକ ନିୟମକୁ କେବଳ ଫାଇନ୍‌ ଦେବାରୁ ବଞ୍ଚତ୍ତ ହେବାର ଏକ ମାଧ୍ୟମ ବୋଲି ଭାବନ୍ତୁ ନାହିଁ। ମଣିଷସମାଜର ସୁରକ୍ଷା ନିମନ୍ତେ କରାଯାଇଥିବା ଏହିସବୁ ନିୟମ ମାନନ୍ତୁ ଏବଂ ନିଜ ସହ ଅନ୍ୟମାନଙ୍କୁ ମଧ୍ୟ ସୁରକ୍ଷିତ ରଖନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri