ସୁରକ୍ଷିତ କରୋନା ଟିକା ବିତରଣ: ସତର୍କ ସୂଚନା ଜାରି କଲା ଇଣ୍ଟରପୋଲ

ଲାୟୋନ,୩।୧୨: ପୃଥିବୀର ବିଭିନ୍ନ ଅଞ୍ଚଳରେ ସୁରକ୍ଷିତ ଭାବେ କରୋନା ଟିକା ବିତରଣ କରାଇବା ଲାଗି ଇଣ୍ଟରପୋଲ୍‌ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଫ୍ରାନ୍ସ୍‌ର ଲାୟୋନ ସ୍ଥିତ ଇଣ୍ଟରପୋଲ୍‌ର ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ହୋଇଥିବା ବୈଠକରେ ଏସମ୍ପର୍କରେ ୧୯୪ ସଦସ୍ୟ ରାଷ୍ଟ୍ରଙ୍କୁ ସଚେତନ କରାଯାଇଛି। ଟିକା ବିତରଣବେଳେ ଆପରାଧୀକ ମାମଲା ଘଟିବାର ଆଶଙ୍କା ରହିଥିବା ଇଣ୍ଟରପୋଲ୍‌ ପକ୍ଷରୁ କୁହାଯାଇଛି। ଟିକା ଉତ୍ପାଦନକାରୀ କମ୍ପାନୀଙ୍କଠାରୁ କିଭଳି ସହଜରେ ଏହା ପ୍ରଭାବିତ ଅଞ୍ଚଳରେ ପହଞ୍ଚିପାରିବ ସେ ନେଇ ଯୋଜନା ପ୍ରସ୍ତୃତି ଉପରେ ଇଣ୍ଟରପୋଲ୍‌ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି।

Share