କପିଳାସ ଅଭୟାରଣ୍ୟରେ ସଫାରି

ଢେଙ୍କାନାଳ ଅଫିସ, ୩।୩ – ଜୈବ ବିବିଧତା ଏବଂ ବନ୍ୟପ୍ରାଣୀ ସମ୍ଭାରରେ ଭରପୂର କପିଳାସ ଅଭୟାରଣ୍ୟରେ ଖୁବ୍‌ଶୀଘ୍ର ସଫାରିର ମଜା ନେବେ ପର୍ଯ୍ୟଟକ। ଏଥିଲାଗି ବନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ପ୍ରସିଦ୍ଧ ଶୈବପୀଠ କପିଳାସକୁ ଆସୁଥିବା ପର୍ଯ୍ୟଟକମାନେ ଅଭୟାରଣ୍ୟ ଭିତରେ ଗାଡ଼ିରେ ବୁଲି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହିତ ଖୁବ୍‌ ନିକଟରୁ ବନ୍ୟପ୍ରାଣୀଙ୍କୁ ଦେଖିପାରିବେ। ଯାତ୍ରୀଙ୍କ ନିକଟରୁ ଆଦାୟ ଶୁଳ୍କ ସ୍ଥାନୀୟ ଅଞ୍ଚଳ ବିକାଶରେ ଲାଗିବ। ଏହାଦ୍ୱାରା ଢେଙ୍କାନାଳ ଜିଲାର ପର୍ଯ୍ୟଟନକୁ ନୂଆ ଦିଗ ମିଳିବ ବୋଲି ଆଶା ସଞ୍ଚାର ହୋଇଛି।
୧୨୫୫୯.୫୯ ହେକ୍ଟର ପରିମିତ ଅଞ୍ଚଳରେ ପରିବ୍ୟାପ୍ତ କପିଳାସର ବିସ୍ତୃତ ଘଞ୍ଚ ଜଙ୍ଗଲକୁ ୨ ଏପ୍ରିଲ ୨୦୧୧ରେ ମିଳିଥିଲା ଅଭୟାରଣ୍ୟ ମାନ୍ୟତା। ଏହି ସଂରକ୍ଷିତ ଜଙ୍ଗଲରେ ପର୍ଯ୍ୟଟନର ଅପାର ସମ୍ଭାବନା ରହିଛି। ଶିମିଳିପାଳ, ସାତକୋଶିଆ ଭଳି କପିଳାସ ଅଭୟାରଣ୍ୟରେ ପର୍ଯ୍ୟଟକ ଅନୁକୂଳ ବାତାବରଣ ସୃଷ୍ଟି କରାଗଲେ ପର୍ଯ୍ୟାପ୍ତ ପୁଞ୍ଜି ପ୍ରବାହ ହେବ। ଏଥିରୁ ଜିଲା ପର୍ଯ୍ୟଟନକୁ ଆର୍ଥିକ ବଳ ମିଳିବ। ତେଣୁ ଅଭୟାରଣ୍ୟରେ ସଫାରି ସୁବିଧା କରିବାକୁ ଯୋଜନା କରୁଛି ବନ ବିଭାଗ। ଅଭୟାରଣ୍ୟ ଭିତରେ ୱାଚଟାୱାର ମଧ୍ୟ ନିର୍ମାଣ କରାଯିବ। ଏହା ଉପରୁ ପର୍ଯ୍ୟଟକମାନେ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟକୁ ଭଲଭାବେ ଉପଭୋଗ କରିପାରିବେ। ସେହିପରି ବିଶ୍ରାମସ୍ଥଳ, ସ୍ନାକ୍ସ ବ୍ୟବସ୍ଥା, ପାନୀୟଜଳ ସୁବିଧା ରହିବ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ପ୍ରବେଶ ପଥରେ ସୁନ୍ଦର ଫାଟକ ନିର୍ମାଣ ହେବ। ଏହାର ନିକଟରେ ସଫାରି ପାଇଁ ଟିକେଟ କାଉଣ୍ଟର ରହିବ। ଏଥିରୁ ଉପାର୍ଜିତ ଅର୍ଥକୁ ଅଭୟାରଣ୍ୟ ପାର୍ଶ୍ୱବର୍ତ୍ତୀ ଗ୍ରାମର ବିକାଶରେ ଖର୍ଚ୍ଚ କରାଯିବ। ଏହାଦ୍ୱାରା ସ୍ଥାନୀୟ ବାସିନ୍ଦାଙ୍କ ଅଭୟାରଣ୍ୟର ସୁରକ୍ଷା ପ୍ରତି ଦାୟିତ୍ୱବୋଧ ବଢ଼ିବ। ଶିକାର ଏବଂ ଚୋରା କାଠ ବ୍ୟବସାୟକୁ ରୋକାଯାଇପାରିବ।
ହାତୀ, ହରିଣ, ଭାଲୁ, ଶମ୍ବର, କୁଟୁରା, ବାର୍‌ହା, ପାହାଡ଼ି ମୂଷା, ଝିଙ୍କ, ବିଭିନ୍ନ ପ୍ରଜାତିର ପକ୍ଷୀ, ସରୀସୃପଙ୍କ ପ୍ରାକୃତିକ ଆବାସସ୍ଥଳୀ ହେଉଛି କପିଳାସ ଅଭୟାରଣ୍ୟ। ସେହିପରି ଶାଳ, ଶାଗୁଆନ, କୁରୁମ, ଧଉରା, ଫାସି ପ୍ରଜାତିର ଅନେକ ଗଛ ରହିଛି। ଏଠାରେ ଥିବା ଔଷଧୀୟ ଉଦ୍ୟାନ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ସେହିପରି ବନ ବିଭାଗ ଉଦ୍ୟମରେ ଟ୍ରେକିଂ ପାଇଁ ୫ କିଲୋମିଟର ଦୀର୍ଘ ପ୍ରାକୃତିକ ଚଲାପଥର ବିକାଶ କରାଯାଇଛି। ଏହି ରାସ୍ତା ସିଧାସଳଖ କପିଳାସ ଶୈବପୀଠକୁ ଯୋଡୁଛି। ତେବେ କିଛିବର୍ଷ ହେଲା ଅଭୟାରଣ୍ୟରେ ଶିକାରୀ ଏବଂ କାଠଚୋରଙ୍କ ପ୍ରାଦୁର୍ଭାବ ବଢ଼ିଛି। ଗତ ୪ମାସରେ ୫୦ରୁ ଊର୍ଦ୍ଧ୍ୱ ଶିକାରୀ ଧରାପଡ଼ିଥିବାବେଳେ ସେମାନଙ୍କ ନିକଟରୁ ୨୦ ବନ୍ଧୁକ ଜବତ ହୋଇଛି। ପର୍ଯ୍ୟଟନରେ ସ୍ଥାନୀୟ ଲୋକଙ୍କୁ ଯୋଡ଼ିଲେ ଶିକାରୀ ଏବଂ କାଠମାଫିଆଙ୍କ କବଳରୁ ଅଭୟାରଣ୍ୟକୁ ସୁରକ୍ଷିତ ରଖାଯାଇପାରିବ। ତେଣୁ ସଫାରି ଲାଗି ବନ ବିଭାଗ ଯୋଜନା ପ୍ରସ୍ତୁତ କରୁଥିବା ଜଣାପଡ଼ିଛି।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ଡା. ପ୍ରକାଶଚାନ୍ଦ ଗୋଗିନେନି କୁହନ୍ତି, କପିଳାସ ଅଭୟାରଣ୍ୟରେ ସଫାରି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ଅଞ୍ଚଳବାସୀଙ୍କୁ ନେଇ ବୈଠକ କରାଯିବ। ଆଦାୟ ଅର୍ଥ ଅଞ୍ଚଳର ବିକାଶରେ ଲାଗିବ। ଫଳରେ ଅଭୟାରଣ୍ୟର ସୁରକ୍ଷା ପାଇଁ ସେମାନଙ୍କ ଦାୟିତ୍ୱବୋଧ ଓ ଆତ୍ମୀୟତା ବଢ଼ିବା। ତା’ ସାଙ୍ଗକୁ ଶିକାରୀ, କାଠମାଫିଆଙ୍କ କବଳରୁ ଜଙ୍ଗଲକୁ ସୁରକ୍ଷିତ ରଖାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri