କପିଳାସ ଅଭୟାରଣ୍ୟରେ ସଫାରି

ଢେଙ୍କାନାଳ ଅଫିସ, ୩।୩ – ଜୈବ ବିବିଧତା ଏବଂ ବନ୍ୟପ୍ରାଣୀ ସମ୍ଭାରରେ ଭରପୂର କପିଳାସ ଅଭୟାରଣ୍ୟରେ ଖୁବ୍‌ଶୀଘ୍ର ସଫାରିର ମଜା ନେବେ ପର୍ଯ୍ୟଟକ। ଏଥିଲାଗି ବନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ପ୍ରସିଦ୍ଧ ଶୈବପୀଠ କପିଳାସକୁ ଆସୁଥିବା ପର୍ଯ୍ୟଟକମାନେ ଅଭୟାରଣ୍ୟ ଭିତରେ ଗାଡ଼ିରେ ବୁଲି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହିତ ଖୁବ୍‌ ନିକଟରୁ ବନ୍ୟପ୍ରାଣୀଙ୍କୁ ଦେଖିପାରିବେ। ଯାତ୍ରୀଙ୍କ ନିକଟରୁ ଆଦାୟ ଶୁଳ୍କ ସ୍ଥାନୀୟ ଅଞ୍ଚଳ ବିକାଶରେ ଲାଗିବ। ଏହାଦ୍ୱାରା ଢେଙ୍କାନାଳ ଜିଲାର ପର୍ଯ୍ୟଟନକୁ ନୂଆ ଦିଗ ମିଳିବ ବୋଲି ଆଶା ସଞ୍ଚାର ହୋଇଛି।
୧୨୫୫୯.୫୯ ହେକ୍ଟର ପରିମିତ ଅଞ୍ଚଳରେ ପରିବ୍ୟାପ୍ତ କପିଳାସର ବିସ୍ତୃତ ଘଞ୍ଚ ଜଙ୍ଗଲକୁ ୨ ଏପ୍ରିଲ ୨୦୧୧ରେ ମିଳିଥିଲା ଅଭୟାରଣ୍ୟ ମାନ୍ୟତା। ଏହି ସଂରକ୍ଷିତ ଜଙ୍ଗଲରେ ପର୍ଯ୍ୟଟନର ଅପାର ସମ୍ଭାବନା ରହିଛି। ଶିମିଳିପାଳ, ସାତକୋଶିଆ ଭଳି କପିଳାସ ଅଭୟାରଣ୍ୟରେ ପର୍ଯ୍ୟଟକ ଅନୁକୂଳ ବାତାବରଣ ସୃଷ୍ଟି କରାଗଲେ ପର୍ଯ୍ୟାପ୍ତ ପୁଞ୍ଜି ପ୍ରବାହ ହେବ। ଏଥିରୁ ଜିଲା ପର୍ଯ୍ୟଟନକୁ ଆର୍ଥିକ ବଳ ମିଳିବ। ତେଣୁ ଅଭୟାରଣ୍ୟରେ ସଫାରି ସୁବିଧା କରିବାକୁ ଯୋଜନା କରୁଛି ବନ ବିଭାଗ। ଅଭୟାରଣ୍ୟ ଭିତରେ ୱାଚଟାୱାର ମଧ୍ୟ ନିର୍ମାଣ କରାଯିବ। ଏହା ଉପରୁ ପର୍ଯ୍ୟଟକମାନେ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟକୁ ଭଲଭାବେ ଉପଭୋଗ କରିପାରିବେ। ସେହିପରି ବିଶ୍ରାମସ୍ଥଳ, ସ୍ନାକ୍ସ ବ୍ୟବସ୍ଥା, ପାନୀୟଜଳ ସୁବିଧା ରହିବ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ପ୍ରବେଶ ପଥରେ ସୁନ୍ଦର ଫାଟକ ନିର୍ମାଣ ହେବ। ଏହାର ନିକଟରେ ସଫାରି ପାଇଁ ଟିକେଟ କାଉଣ୍ଟର ରହିବ। ଏଥିରୁ ଉପାର୍ଜିତ ଅର୍ଥକୁ ଅଭୟାରଣ୍ୟ ପାର୍ଶ୍ୱବର୍ତ୍ତୀ ଗ୍ରାମର ବିକାଶରେ ଖର୍ଚ୍ଚ କରାଯିବ। ଏହାଦ୍ୱାରା ସ୍ଥାନୀୟ ବାସିନ୍ଦାଙ୍କ ଅଭୟାରଣ୍ୟର ସୁରକ୍ଷା ପ୍ରତି ଦାୟିତ୍ୱବୋଧ ବଢ଼ିବ। ଶିକାର ଏବଂ ଚୋରା କାଠ ବ୍ୟବସାୟକୁ ରୋକାଯାଇପାରିବ।
ହାତୀ, ହରିଣ, ଭାଲୁ, ଶମ୍ବର, କୁଟୁରା, ବାର୍‌ହା, ପାହାଡ଼ି ମୂଷା, ଝିଙ୍କ, ବିଭିନ୍ନ ପ୍ରଜାତିର ପକ୍ଷୀ, ସରୀସୃପଙ୍କ ପ୍ରାକୃତିକ ଆବାସସ୍ଥଳୀ ହେଉଛି କପିଳାସ ଅଭୟାରଣ୍ୟ। ସେହିପରି ଶାଳ, ଶାଗୁଆନ, କୁରୁମ, ଧଉରା, ଫାସି ପ୍ରଜାତିର ଅନେକ ଗଛ ରହିଛି। ଏଠାରେ ଥିବା ଔଷଧୀୟ ଉଦ୍ୟାନ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ସେହିପରି ବନ ବିଭାଗ ଉଦ୍ୟମରେ ଟ୍ରେକିଂ ପାଇଁ ୫ କିଲୋମିଟର ଦୀର୍ଘ ପ୍ରାକୃତିକ ଚଲାପଥର ବିକାଶ କରାଯାଇଛି। ଏହି ରାସ୍ତା ସିଧାସଳଖ କପିଳାସ ଶୈବପୀଠକୁ ଯୋଡୁଛି। ତେବେ କିଛିବର୍ଷ ହେଲା ଅଭୟାରଣ୍ୟରେ ଶିକାରୀ ଏବଂ କାଠଚୋରଙ୍କ ପ୍ରାଦୁର୍ଭାବ ବଢ଼ିଛି। ଗତ ୪ମାସରେ ୫୦ରୁ ଊର୍ଦ୍ଧ୍ୱ ଶିକାରୀ ଧରାପଡ଼ିଥିବାବେଳେ ସେମାନଙ୍କ ନିକଟରୁ ୨୦ ବନ୍ଧୁକ ଜବତ ହୋଇଛି। ପର୍ଯ୍ୟଟନରେ ସ୍ଥାନୀୟ ଲୋକଙ୍କୁ ଯୋଡ଼ିଲେ ଶିକାରୀ ଏବଂ କାଠମାଫିଆଙ୍କ କବଳରୁ ଅଭୟାରଣ୍ୟକୁ ସୁରକ୍ଷିତ ରଖାଯାଇପାରିବ। ତେଣୁ ସଫାରି ଲାଗି ବନ ବିଭାଗ ଯୋଜନା ପ୍ରସ୍ତୁତ କରୁଥିବା ଜଣାପଡ଼ିଛି।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ଡା. ପ୍ରକାଶଚାନ୍ଦ ଗୋଗିନେନି କୁହନ୍ତି, କପିଳାସ ଅଭୟାରଣ୍ୟରେ ସଫାରି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ଅଞ୍ଚଳବାସୀଙ୍କୁ ନେଇ ବୈଠକ କରାଯିବ। ଆଦାୟ ଅର୍ଥ ଅଞ୍ଚଳର ବିକାଶରେ ଲାଗିବ। ଫଳରେ ଅଭୟାରଣ୍ୟର ସୁରକ୍ଷା ପାଇଁ ସେମାନଙ୍କ ଦାୟିତ୍ୱବୋଧ ଓ ଆତ୍ମୀୟତା ବଢ଼ିବା। ତା’ ସାଙ୍ଗକୁ ଶିକାରୀ, କାଠମାଫିଆଙ୍କ କବଳରୁ ଜଙ୍ଗଲକୁ ସୁରକ୍ଷିତ ରଖାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri