Categories: ଜାତୀୟ

ଖାର୍ଗେ ଛିଡା ହେଲେ ଖରାରେ, ସୋନିଆଙ୍କୁ ମିଳିଲା ଛତା, ପ୍ରଧାନମନ୍ତ୍ରୀ କହିଲେ ଖାର୍ଗେଙ୍କ ଭଳି ବରିଷ୍ଠ ନେତାଙ୍କୁ ଦେଖି ମୁଁ ଦୁଃଖିତ …

ନୂଆଦିଲ୍ଲୀ,୨୭।୨: କଂଗ୍ରେସର ୮୫ତମ ରାଷ୍ଟ୍ରୀୟ ଅଧିବେଶନ ରାୟପୁରରେ ଅନୁଷ୍ଠିତ ହୋଇଛି। ଏହି ସମୟରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଛତା ତଳେ ଛିଡା ହେବା ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଖରାରେ ଛିଡା ହୋଇଥିବାର ଏକ ଫଟୋ ସାମ୍ନାକୁ ଆସିଛି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଉକ୍ତ ଫଟୋ ସାମ୍ନାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିକ୍ରିୟା ରଖିଛନ୍ତି। ସୋମବାର କର୍ନାଟକରେ ଏକ ବିକାଶମୂଳକ କାର୍ଯ୍ୟର ଉଦ୍‌ଘାଟନ କରିବା ସହ ମୋଦି ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ। ଏହି ସମୟରେ ମୋଦି କଂଗ୍ରେସକୁ ଟାର୍ଗେଟ୍‌ କରି କହିଛନ୍ତି, ମୁଁ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ସମ୍ମାନ କରେ। କିନ୍ତୁ ମୁଁ ଏହା ଦେଖି ଦୁଃଖିତ ଯେ କଂଗ୍ରେସ ଅଧିବେଶନରେ ଖାର୍ଗେ ପରି ଜଣେ ବରିଷ୍ଠ ନେତା ଖରାରେ ଠିଆ ହୋଇଥିଲେ, ସେଇଠି ଅନ୍ୟ କାହାକୁ ଛତା ଛାଇ ମିଳିଲା ହେଲେ ଖାର୍ଗେଙ୍କୁ ଛତା ମିଳିନଥିଲା। ଯାହା ଅତ୍ୟନ୍ତ ଲଜ୍ଜାଜନକ। ଖାର୍ଗେ କେବଳ ନାମକୁ ମାତ୍ର ଅଧ୍ୟକ୍ଷ ହୋଇଛନ୍ତି, ହେଲେ ରିମୋଟ କଣ୍ଟ୍ରୋଲ ଆଉ କାହା ହାତରେ ଅଛି।

 

Share