Posted inଜାତୀୟ

କ୍ଷମତା ପାଇଁ ଆଇନକୁ ବଳି

 

ପାଟନା/ନୂଆଦିଲ୍ଲୀ,୨୮ା୪: ଗ୍ୟାଙ୍ଗ୍‌ଷ୍ଟରରୁ ରାଜନେତା ସାଜିଥିବା ଆନନ୍ଦ ମୋହନ ସିଂଙ୍କୁ ବିହାରର ସହର୍ଷ ଜେଲରୁ ଗୁରୁବାର ଭୋର ୩ଟାରେ ମୁକ୍ତ କରାଯାଇଛି। ୨୯ ବର୍ଷ ପୂର୍ବେ ଜଣେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀଙ୍କୁ ହତ୍ୟା କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଥିବା ପୂର୍ବତନ ଏମ୍‌ପି ଆନନ୍ଦ ୧୫ ବର୍ଷ ଜେଲରେ ରହିବା ପରେ ରେମିଶନ (ଉତ୍ତମ ବ୍ୟବହାର ପାଇଁ ସମ୍ପୂର୍ଣ୍ଣ ଅବଧି ଦଣ୍ଡ ଭୋଗିବା ପୂର୍ବରୁ ମୁକ୍ତି) ଆଧାରରେ ନୀତୀଶ ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ ତାଙ୍କୁ ଛଡ଼ାଯାଇଛି। ଏଥିପାଇଁ ରାଜ୍ୟ ସରକାରଙ୍କୁ ଜେଲ ନିୟମରେ ସଂଶୋଧନ ଆଣିବାକୁ ପଡ଼ିଥିଲା। କେବଳ ଏତିକି ନୁହେଁ, ଆନନ୍ଦଙ୍କ ସହ ଅନ୍ୟ ୨୬ ଦୋଷୀଙ୍କୁ ମଧ୍ୟ ଆଗୁଆ ଛଡ଼ାଯାଇଛି। ଆନନ୍ଦ ନିଜ ପୁଅ ତଥା ଆର୍‌ଜେଡି ବିଧାୟକ ଚେତନ ଆନନ୍ଦଙ୍କ ନିର୍ବନ୍ଧ ପାଇଁ ୧୫ ଦିନିଆ ପାରୋଲରେ ପାଟନାରେ ଥିବାବେଳେ ଜେଲରୁ ମୁକ୍ତ ହେବା ବିଷୟ ଖବର ପାଇଥିଲେ। ଗଣମାଧ୍ୟମ ଆନନ୍ଦଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁବାରୁ ସେ କହିଥିଲେ, ପୂର୍ବତନ ଜିଲାପାଳ ଜି. କ୍ରିଷ୍ଣୈୟାଙ୍କ ସ୍ତ୍ରୀ ହୁଅନ୍ତୁ କି ଆଇଏଏସ୍‌ ଅଫିସର୍ସ ଆସୋସିଏଶନ୍‌, ମୁଁ ସମସ୍ତଙ୍କୁ ପ୍ରଣାମ କରୁଛି। ବର୍ତ୍ତମାନ ସ୍ଥିତିରେ ମୁଁ କିଛି କହିବାକୁ ଚାହୁଁନାହିଁ। ଆଇଏଏସ୍‌ ଅଫିସର୍ସ ଆସୋସିଏଶନ୍‌ ଏବଂ ହାଇଦ୍ରାବାଦରେ ରହୁଥିବା କ୍ରିଷ୍ଣୈୟାଙ୍କ ବିଧବା ସ୍ତ୍ରୀ ଉମା କ୍ରିଷ୍ଣୈୟା ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ନୈରାଶ୍ୟ ବ୍ୟକ୍ତ କରିଛନ୍ତି।
ବିହାରର ମୁଜାଫରପୁରରେ ଗ୍ୟାଙ୍ଗ୍‌ଷ୍ଟରରୁ ବାହୁବଳୀ ନେତା ପାଲଟିଥିବା ଛୋଟନ୍‌ ଶୁକ୍ଳାଙ୍କୁ ହତ୍ୟା କରାଯାଇଥିଲା। ତାଙ୍କ ମୃତଦେହ ଧରି ବିକ୍ଷୋଭ ଶୋଭାଯାତ୍ରା ଚାଲିଥିବାବେଳେ ଯୁବ ଆଇଏଏସ୍‌ ଅଫିସର ଗୋପାଲଗଞ୍ଜ ଜିଲାପାଳ ଜି. କ୍ରିଷ୍ଣୈୟାଙ୍କୁ ହତ୍ୟା କରାଯାଇଥିଲା। ଆନନ୍ଦ ଉସୁକାଇବାରୁ ଲୋକେ ତାଙ୍କୁ କାର୍‌ରୁ ଟାଣିନେଇ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ୨୦୦୭ ଅକ୍ଟୋବରରେ ଏକ ସ୍ଥାନୀୟ କୋର୍ଟ ହତ୍ୟା ଅଭିଯୋଗରେ ଆନନ୍ଦଙ୍କୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ। ଏହି ରାୟକୁ ସେ ପାଟନା ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ହାଇକୋର୍ଟ ମୃତ୍ୟୁ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡାଦେଶରେ ପରିବର୍ତ୍ତିତ କରିଥିଲେ। ଗତ ୧୦ ତାରିଖରେ ରାଜ୍ୟ ସରକାର ବିହାର ପ୍ରିଜନ୍‌ ମାନୁଆଲ୍‌ରେ ସଂଶୋଧନ ଆଣିଛନ୍ତି। ଜଣେ କର୍ତ୍ତବ୍ୟରତ ସରକାରୀ କର୍ମଚାରୀଙ୍କୁ ହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କୁ ଦଣ୍ଡମୁକ୍ତି ମିଳିବ ନାହିଁ ବୋଲି ପୂର୍ବରୁ ନିୟମ ଥିଲା। ରାଜ୍ୟ ସରକାର ଏହି ଧାରାକୁ ହଟାଇ ଦେଇଛନ୍ତି। ଆନନ୍ଦଙ୍କ ମୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏପରି କରିଥିବା ସମାଲୋଚକମାନେ କହୁଛନ୍ତି। ମହାମେଣ୍ଟ ସରକାର ବିରୋଧୀଙ୍କ ଟାର୍ଗେଟରେ ଥିବାବେଳେ ଏହି ପଦକ୍ଷେପ ଏକ ନୂଆ ରାଜନୈତିକ ବିବାଦକୁ ଜନ୍ମ ଦେଇଛି। ଭାଜପା ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି କହିଛନ୍ତି, ନୀତୀଶ ସହଯୋଗୀ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ସମର୍ଥନରେ କ୍ଷମତାରେ ରହିବା ପାଇଁ ଆଇନକୁ ବଳି ପକାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri