ଧାନ ସଂଗ୍ରହ କ୍ଷେତ୍ରରେ ଅଖା ସମସ୍ୟା, ଜିଲାପାଳଙ୍କୁ…

ଦିଗପହଣ୍ଡି,୩ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅଞ୍ଚଳରେ ଖରିଫ ଧାନ ସଂଗ୍ରହ କ୍ଷେତ୍ରରେ ଅଖା ସମସ୍ୟା ଚାଷୀଙ୍କୁ ଚିନ୍ତାରେ ପକାଇଛି। ଚଳିତବର୍ଷ ଦିଗପହଣ୍ଡି ବ୍ଲକ୍‌ରେ ୧୪ ହଜାର ୫୭୫ ହେକ୍ଟର ଜମିରେ ଖରିଫ ଧାନଚାଷ କରାଯାଇଥିଲା। ସମୁଦାୟ ୨୩ ଟି ପ୍ରାଥମିକ ସେବାସମବାୟ ସମିତିରେ ୯୬୮୭ ଚାଷୀ ମଣ୍ଡିକୁ ଧାନ ଦେବା ପାଇଁ ନାମ ପଞ୍ଜୀକରଣ କରିଛନ୍ତି। କେବଳ ଝୋଟ ଅଖାରେ ମଣ୍ଡିକୁ ଧାନ ଆଣିବା ପାଇଁ ସରକାରୀ ନିର୍ଦ୍ଦେଶ ରହିଥିବାରୁ ଚାଷୀକୁଳ ଚିନ୍ତାରେ ପଡିଛନ୍ତି। ଗତବର୍ଷ ଭଳି ଚଳିତବର୍ଷ ଚାଷୀ ପ୍ରାୟ ୧ ମାସ ପୂର୍ବରୁ ଧାନ ଅମଳ କରି ମଣ୍ଡିକୁ ନେବା ପାଇଁ ପ୍ଲାଷ୍ଟିକ ଅଖାରେ ଧାନ ଭର୍ତ୍ତି କରି ଖଳାରେ ରଖିଛି। ଝୋଟ ଅଖା ସମ୍ପର୍କରେ ଚାଷୀଙ୍କୁ ପୂର୍ବରୁ ସୂଚନା ଦିଆଯାଇ ନାହିଁ। ଏନେଇ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ହସ୍ତକ୍ଷେପ କରିବାକୁ ଚାଷୀ ରବୀନ୍ଦ୍ର ପ୍ରଧାନ, ଚନ୍ଦ୍ରଶେଖର ରଣା, ସୁରେନ୍ଦ୍ର ରଣା, ଶଙ୍କର ପଟ୍ଟନାୟକ, ବିଶ୍ୱନାଥ ଡାକୁଆ, ତାରିଣୀ ଡାକୁଆ, ଋତୁପର୍ଣ୍ଣା ପ୍ରଧାନ, ବିପ୍ଳବ ମିଶ୍ର, ଅମୂଲ୍ୟ ରଣା, ଏମ.ବାଇନାଥ, ଗୌରଚନ୍ଦ୍ର ବିଷୋୟୀ ପ୍ରମୁଖ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଥିବା ଜଣାଇଛନ୍ତି। ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ ଗତ ୧୬ ତାରିଖରେ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଦିଗପହଣ୍ଡି ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଆୟୋଜିତ ଏହି ବୈଠକରେ ଝୋଟ ଅଖାରେ ଚାଷୀଙ୍କୁ ଧାନ ଦେବାକୁ କୁହାଯାଇନଥିଲା ବୋଲି ଚାଷୀ ଅଭିଯୋଗ କରିଛନ୍ତି। ସେବା ସମବାୟ ସମିତି ଓ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ଖୋଲା ଯାଇଥିବା ମଣ୍ଡିରେ ଚଳିତବର୍ଷ ୨ ଲକ୍ଷ ୪୬ ହଜାର କୁଇଣ୍ଟାଲ ଧାନ ଚାଷୀଙ୍କ ଠାରୁ କ୍ରୟ କରାଯିବାକୁ ଥିବାବେଳେ ରେଜିଷ୍ଟ୍ରିଭୁକ୍ତ ସମୁଦାୟ ମିଲର ୨ ଲକ୍ଷ ୫୯ ହଜାର କୁଇଣ୍ଟାଲ ଧାନ କ୍ରୟ କରିବା ପାଇଁ ଟାର୍ଗେଟ ଆସିଥିବା ନେଇ ବ୍ଲକ୍‌ ମାର୍କେଟିଂ ଇନ୍ସପେକ୍ଟର ବ୍ରଜେଶ ରୟ ସୂଚନା ଦେଇଛନ୍ତି। ଅନ୍ୟପଟେ ମଣ୍ଡି ପରିଚାଳନା ଓ ବ୍ୟବସ୍ଥିତ ଢଙ୍ଗରେ ଚାଷୀଙ୍କ ଠାରୁ ଧାନ କ୍ରୟ ପାଇଁ ପ୍ରଶାସନ ପକ୍ଷରୁ ବୈଠକ ପରେ ବୈଠକ ହୋଇଥିଲେ ମଧ୍ୟ ସୀମାନ୍ତ ଆନ୍ଧ୍ରପ୍ରଦେଶର ଧାନ ବ୍ୟବସାୟୀ ମାନେ ଦିଗପହଣ୍ଡି, ଚିକିଟ, ପାତ୍ରପୁର, ଆସିକା, ସାନଖେମୁଣ୍ଡି, ଶେରଗଡ଼ ବ୍ଲକ ଅଧିନ ବିଭିନ୍ନ ଗାଁ କୁ ଆସି ଚାଷୀଙ୍କୁ ପ୍ରଲୋଭନ ଦେଖାଇ ଶାଗମାଛ ଦରରେ ଧାନ କିଣି ନେଉଥିବା ଦେଖିବାକୁ ମିଳିଛି। ଧାନ ଦଲାଲ ମାନେ କ୍ୱିଣ୍ଟାଲ ପ୍ରତି ୧୫ ଶହ ରୁ ଆରମ୍ଭକରି ସ୍ଥଳ ବିଶେଷରେ ୧୬ ଶହ ଟଙ୍କାରେ ଚାଷୀଙ୍କ ଠାରୁ ଧାନ କିଣି ନେଉଛନ୍ତି। ଧାନ ଚାଲାଣକୁ ରୋକିବା ପାଇଁ ଯୋଗାଣ ବିଭାଗ ପକ୍ଷରୁ ଆନ୍ଧ୍ର- ଓଡ଼ିଶା ସୀମାନ୍ତରେ ସିସିି କ୍ୟାମେରା ଲଗାଯାଇଥିଲେ ମଧ୍ୟ କିଛି ଗଳାବାଟ ଦେଇ ଆନ୍ଧ୍ର ରୁ ଟ୍ରକ୍‌ ଓଡ଼ିଶା ମଧ୍ୟକୁ ଆସି ଅନାୟାସରେ ଧାନ ବୋହି ନେଉଛନ୍ତି। ସ୍ଥାନୀୟ ପ୍ରଶାସନିକ ଅଧିକାରୀ ବୃନ୍ଦ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ପ୍ରତିନିଧି ଦଳର ମହୋତ୍ସବ ପଡିଆ ପରିଦର୍ଶନ:  ବିଡ଼ିଓଙ୍କ ସହ ଆଲୋଚନା

ଦାରିଙ୍ଗବାଡି,୫।୧(ଅରୁଣ ସାହୁ): ଶୀତ ମହୋତ୍ସବ ଯେତେ ପାଖେଇ ଆସୁଛି ସେତିକି ଦାରିଙ୍ଗବାଡ଼ି ଅଞ୍ଚଳରେ ଉତ୍କଣ୍ଠା ଦେଖାଯାଇଛି। ସେପଟେ ଶୀତ ମହୋତ୍ସବକୁ ସଫଳ କରିବା ପାଇଁ ସ୍ଥାନୀୟ...

ଟ୍ରେନ୍‌ରେ କଟି ଚାଲିଗଲା ଯୁବକଙ୍କ ଜୀବନ

କେସିଙ୍ଗା,୫ା୧(ତୁମେଶ୍ୱର ସାହୁ)- ସମ୍ୱଲପୁର ଡିଭିଜନ ଅନ୍ତର୍ଗତ କାଣ୍ଡେଲ ରୋଡ଼ ରେଳ ଷ୍ଟେଶନର ଏକ କି.ମି. ଦୂରରେ ସୋମବାର ଟ୍ରେନ୍‌ରେ କଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।...

ଡାକ୍ତରଙ୍କ ଆନ୍ଦୋଳନ ଜାରି: ଓପିଡି ଦୁଇ ଘଣ୍ଟା ବନ୍ଦ, ରୋଗୀ ହନ୍ତସନ୍ତ

ଛତ୍ରପୁର,୫।୧(ଦିଲ୍ଲୀପ ସାମଲ): ଓମସାର ଡକରା କ୍ରମେ ଗଞ୍ଜାମ ଶାଖା ପକ୍ଷରୁ ଏହାକୁ ସମର୍ଥନ ଜଣାଇଛନ୍ତି ଡାକ୍ତର। ୧୮ ଦଫା ଦାବି ନେଇ ସରକାରଙ୍କ ନିକଟରେ ଦାବି...

ଲୋକେ ନଥିବା ଗାଁ ପୋଡ଼ମପେଟା: ସମୁଦ୍ର ଗର୍ଭରେ ଲୀନ ହେଲାଣି ଶହେରୁ ଊର୍ଦ୍ଧ୍ୱ ଘର

ଗଞ୍ଜାମ,୫।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ସ୍ଥିତ ସମୁଦ୍ରକୂଳ ନିକଟବର୍ତ୍ତୀ ପୁରୁଣା ପୋଡ଼ମପେଟା ଗ୍ରାମ। ଏହି ଗାଁ ଏବେ ଜନଶୂନ୍ୟ। ପୂର୍ବେ ଏହି...

ହଠାତ୍‌ ବିଦ୍ୟାଳୟ ପରିସରରେ ଲାଗିଲା ନିଆଁ: ୪ ଛାତ୍ର ଗୁରୁତର

ବିଷମକଟକ,୫।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକରୁ ଏକ ଅତ୍ୟନ୍ତ ଦୁଃଖଦ ଓ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ରାୟଗଡ଼ା ଜିଲା ବିଷମକଟକ ବ୍ଲକ...

ଓଡ଼ିଶାର ଏହି ଅଭୟାରଣ୍ୟକୁ ଆସିବେ ଦୁଇଟି ନୂଆ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଦେଲେ ସୂଚନା

ଭୁବନେଶ୍ୱର: ରାଜ୍ୟରେ ବାଘ ବଂଶ ବୃଦ୍ଧି ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ବରଗଡ଼ ଜିଲାସ୍ଥିତ ଦେବ୍ରୀଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ଖୁବଶୀଘ୍ର ଦୁଇଟି...

ସବ୍‌-ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତିି ଘଟଣା: ଚିଠିକୁ ନେଇ ବଢ଼ୁଛି ଅଡୁଆ

ପୁରୁଷୋତ୍ତମପୁର,୫।୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବ୍‌-ରେଜିଷ୍ଟ୍ରାର ଅଫିସରେ ଘଟିଥିବା ଜମି ଦୁର୍ନୀତି ଘଟଣାର କେବେ ଗୁମର ଫିଟିବ ସେ ନେଇ ଅଞ୍ଚଳବାସୀ ଚାହିଁ ବସିଥିବାବେଳେ...

ଜାନୁଆରୀ ୧୮ ମୌନି ଅମାବାସ୍ୟାରୁ ଏହି ୩ ରାଶିର ଫିଟିଯିବ ଭାଗ୍ୟ, ସୃଷ୍ଟି ହେଉଛି ଅଦ୍ଭୁତ ଯୋଗ

୨୦୨୬ ବର୍ଷର ପ୍ରଥମ ଅମାବାସ୍ୟା, ମୌନି ଅମାବାସ୍ୟା, ଜାନୁଆରୀ ୧୮ ତାରିଖରେ ପାଳନ କରାଯାଏ। ଧାର୍ମିକ ବିଶ୍ୱାସ ଅନୁସାରେ, ମୌନି ଅମାବାସ୍ୟାରେ ପବିତ୍ର ନଦୀରେ ସ୍ନାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri