Posted inଖେଳ

୧୭ ବର୍ଷ ବୟସରେ ନିଜଠାରୁ ୬ ବର୍ଷ ବଡ଼ ଅଞ୍ଜଳିଙ୍କୁ ହୃଦୟ ଦେଇ ବସିଥିଲେ ଏହି ଖ୍ୟାତନାମା କ୍ରିକେଟର, ପରେ…

ନୂଆଦିଲ୍ଲୀ,୪।୨: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର କ୍ରିକେଟ ସହ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି। ୧୯୯୦ ଅଗଷ୍ଟ ୧୪ରେ ସେ ନିଜ କ୍ୟାରିୟରର ପ୍ରଥମ ଶତକ ମାରିବା ପରଠାରୁ ‘କ୍ରିକେଟର ଭଗବାନ’ ପାଲଟିବାର ଯାତ୍ରା ସେତେଟା ସହଜ ନ ଥିଲା। ସେହିଭଳି ନିଜଠାରୁ ବଡ଼ ଯୁବତୀଙ୍କ ପ୍ରେମରେ ପଡ଼ିବା ପରେ ତାଙ୍କୁ ଜୀବନସାଥୀ ଭାବେ ବାଛି ନେଇଥିଲେ ସଚିନ। ଦୁଇଟିଯାକରେ ସେ ସଫଳ ମଧ୍ୟ ହୋଇଥିଲେ।

ନିଜ କ୍ୟାରିୟରର ପ୍ରଥମ ଇଂଲଣ୍ଡ ଗସ୍ତ ସାରି ଫେରିବା ପରେ ସଚିନଙ୍କ ଜୀବନର ଆଉ ଏକ ଅଧ୍ୟାୟ ଆରମ୍ଭ ହୋଇଥିଲା। କାରଣ ପ୍ରଥମ ଥର ପାଇଁ ସଚିନ ଅଞ୍ଜଳିଙ୍କୁ ମୁମ୍ବାଇ ବିମାନବନ୍ଦରରେ ଦେଖିଥିଲେ। ଅଞ୍ଜଳି ନିଜ ବନ୍ଧୁଙ୍କ ସହ ମା’ଙ୍କ ଆସିବା ବାଟକୁ ଅନାଇ ବସିଥିଲେ। ଏହି ସମୟରେ ତାଙ୍କ ବନ୍ଧୁ ଡା. ଅପର୍ଣ୍ଣା ସଚିନଙ୍କୁ ଚିହ୍ନି ନେଇଥିଲେ। ପରେ ସେ ଅଞ୍ଜଳିଙ୍କୁ କହିଥିଲେ, ଦେଖ..ଇଏ ହେଉଛନ୍ତି ସେହି ଖେଳାଳି, ଯିଏ ଇଂଲଣ୍ଡରେ ଶତକ କରିଛନ୍ତି। ଏହା ଶୁଣି ଅଞ୍ଜଳି ଅଟୋଗ୍ରାଫ ପାଇଁ ସଚିନଙ୍କ ପଛରେ ଦୌଡ଼ିଥିଲେ। ଝିଅଟିଏ ପିଛା କରୁଥିବାରୁ ସଚିନ ମଧ୍ୟ ଲାଜେଇ ଯାଇଥିଲେ। ସେ ଚୁପ୍‌ଚାପ କାର୍‌ରେ ବସିଥିଲେ। ଏସବୁ ମଧ୍ୟରେ ମଜା କଥା ଏହା ଥିଲା ଯେ, ସଚିନଙ୍କଠାରୁ ଅଟୋଗ୍ରାଫ ଆଣିବାକୁ ଯାଇ ଅଞ୍ଜଳି ନିଜ ମାଆଙ୍କୁ ଭୁଲିଯାଇଥିଲେ।

ବିମାନବନ୍ଦରରେ ଭେଟିବା ପରେ ଅଞ୍ଜଳି ସଚିନଙ୍କ ସହ କଥା ହେବାକୁ ଚାହିଁଥିଲେ। ସାଙ୍ଗମାନଙ୍କ ସହାୟତାରେ ସେ ଫୋନ୍‌ ନମ୍ବର ପାଇଥିଲେ। ପରେ ଉଭୟ କଥା ହୋଇଥିଲେ। ପ୍ରଥମ କଲ୍‌ରେ ଅଞ୍ଜଳି ସଚିନଙ୍କୁ କହିଥିଲେ- ମୁଁ ବିମାନବନ୍ଦରରେ ଆପଣଙ୍କୁ ଦେଖିଥିଲି। ଏହାର ଜବାବରେ ସଚିନ କହିଥିଲେ-ହଁ, ମୁଁ ବି ଆପଣଙ୍କୁ ଦେଖିଥିଲି, ଆପଣ ମୋ ପଛରେ ଦୌଡ଼ୁଥିଲେ। ଧିରେ ଧିରେ ଉଭୟଙ୍କ ମଧ୍ୟରେ କଥା ଆଗକୁ ବଢ଼ିଥିଲା। ଉଭୟ ଭଲ ବନ୍ଧୁ ହୋଇଥିଲେ। ସଚିନଙ୍କୁ ଦେଖିବା ପାଇଁ ଅଞ୍ଜଳି ନିଜକୁ ସାମ୍ବାଦିକାର ପରିଚୟ ଦେବାକୁ ମଧ୍ୟ ପଛାଇ ନ ଥିଲେ।

ଦୀର୍ଘ ପାଞ୍ଚ ବର୍ଷ ଧରି ସମ୍ପର୍କରେ ରହିବା ପରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ସଚିନ। ହେଲେ ଏହା କୌଣସି ବଡ ମ୍ୟାଚ୍‌ ଖେଳିବାରୁ କମ୍‌ ନ ଥିଲା। ହେଲେ ଉଭୟଙ୍କ ପରିବାର ଶେଷରେ ରାଜି ହୋଇଥିଲେ। ୧୯୯୪ରେ ଉଭୟ ନିର୍ବନ୍ଧ କରିନେଇଥିଲେ। ପରେ ୧୯୯୫ ମେ’ ୨୪ରେ ଉଭୟ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri