Posted inଖେଳ

୧୭ ବର୍ଷ ବୟସରେ ନିଜଠାରୁ ୬ ବର୍ଷ ବଡ଼ ଅଞ୍ଜଳିଙ୍କୁ ହୃଦୟ ଦେଇ ବସିଥିଲେ ଏହି ଖ୍ୟାତନାମା କ୍ରିକେଟର, ପରେ…

ନୂଆଦିଲ୍ଲୀ,୪।୨: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର କ୍ରିକେଟ ସହ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି। ୧୯୯୦ ଅଗଷ୍ଟ ୧୪ରେ ସେ ନିଜ କ୍ୟାରିୟରର ପ୍ରଥମ ଶତକ ମାରିବା ପରଠାରୁ ‘କ୍ରିକେଟର ଭଗବାନ’ ପାଲଟିବାର ଯାତ୍ରା ସେତେଟା ସହଜ ନ ଥିଲା। ସେହିଭଳି ନିଜଠାରୁ ବଡ଼ ଯୁବତୀଙ୍କ ପ୍ରେମରେ ପଡ଼ିବା ପରେ ତାଙ୍କୁ ଜୀବନସାଥୀ ଭାବେ ବାଛି ନେଇଥିଲେ ସଚିନ। ଦୁଇଟିଯାକରେ ସେ ସଫଳ ମଧ୍ୟ ହୋଇଥିଲେ।

ନିଜ କ୍ୟାରିୟରର ପ୍ରଥମ ଇଂଲଣ୍ଡ ଗସ୍ତ ସାରି ଫେରିବା ପରେ ସଚିନଙ୍କ ଜୀବନର ଆଉ ଏକ ଅଧ୍ୟାୟ ଆରମ୍ଭ ହୋଇଥିଲା। କାରଣ ପ୍ରଥମ ଥର ପାଇଁ ସଚିନ ଅଞ୍ଜଳିଙ୍କୁ ମୁମ୍ବାଇ ବିମାନବନ୍ଦରରେ ଦେଖିଥିଲେ। ଅଞ୍ଜଳି ନିଜ ବନ୍ଧୁଙ୍କ ସହ ମା’ଙ୍କ ଆସିବା ବାଟକୁ ଅନାଇ ବସିଥିଲେ। ଏହି ସମୟରେ ତାଙ୍କ ବନ୍ଧୁ ଡା. ଅପର୍ଣ୍ଣା ସଚିନଙ୍କୁ ଚିହ୍ନି ନେଇଥିଲେ। ପରେ ସେ ଅଞ୍ଜଳିଙ୍କୁ କହିଥିଲେ, ଦେଖ..ଇଏ ହେଉଛନ୍ତି ସେହି ଖେଳାଳି, ଯିଏ ଇଂଲଣ୍ଡରେ ଶତକ କରିଛନ୍ତି। ଏହା ଶୁଣି ଅଞ୍ଜଳି ଅଟୋଗ୍ରାଫ ପାଇଁ ସଚିନଙ୍କ ପଛରେ ଦୌଡ଼ିଥିଲେ। ଝିଅଟିଏ ପିଛା କରୁଥିବାରୁ ସଚିନ ମଧ୍ୟ ଲାଜେଇ ଯାଇଥିଲେ। ସେ ଚୁପ୍‌ଚାପ କାର୍‌ରେ ବସିଥିଲେ। ଏସବୁ ମଧ୍ୟରେ ମଜା କଥା ଏହା ଥିଲା ଯେ, ସଚିନଙ୍କଠାରୁ ଅଟୋଗ୍ରାଫ ଆଣିବାକୁ ଯାଇ ଅଞ୍ଜଳି ନିଜ ମାଆଙ୍କୁ ଭୁଲିଯାଇଥିଲେ।

ବିମାନବନ୍ଦରରେ ଭେଟିବା ପରେ ଅଞ୍ଜଳି ସଚିନଙ୍କ ସହ କଥା ହେବାକୁ ଚାହିଁଥିଲେ। ସାଙ୍ଗମାନଙ୍କ ସହାୟତାରେ ସେ ଫୋନ୍‌ ନମ୍ବର ପାଇଥିଲେ। ପରେ ଉଭୟ କଥା ହୋଇଥିଲେ। ପ୍ରଥମ କଲ୍‌ରେ ଅଞ୍ଜଳି ସଚିନଙ୍କୁ କହିଥିଲେ- ମୁଁ ବିମାନବନ୍ଦରରେ ଆପଣଙ୍କୁ ଦେଖିଥିଲି। ଏହାର ଜବାବରେ ସଚିନ କହିଥିଲେ-ହଁ, ମୁଁ ବି ଆପଣଙ୍କୁ ଦେଖିଥିଲି, ଆପଣ ମୋ ପଛରେ ଦୌଡ଼ୁଥିଲେ। ଧିରେ ଧିରେ ଉଭୟଙ୍କ ମଧ୍ୟରେ କଥା ଆଗକୁ ବଢ଼ିଥିଲା। ଉଭୟ ଭଲ ବନ୍ଧୁ ହୋଇଥିଲେ। ସଚିନଙ୍କୁ ଦେଖିବା ପାଇଁ ଅଞ୍ଜଳି ନିଜକୁ ସାମ୍ବାଦିକାର ପରିଚୟ ଦେବାକୁ ମଧ୍ୟ ପଛାଇ ନ ଥିଲେ।

ଦୀର୍ଘ ପାଞ୍ଚ ବର୍ଷ ଧରି ସମ୍ପର୍କରେ ରହିବା ପରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ସଚିନ। ହେଲେ ଏହା କୌଣସି ବଡ ମ୍ୟାଚ୍‌ ଖେଳିବାରୁ କମ୍‌ ନ ଥିଲା। ହେଲେ ଉଭୟଙ୍କ ପରିବାର ଶେଷରେ ରାଜି ହୋଇଥିଲେ। ୧୯୯୪ରେ ଉଭୟ ନିର୍ବନ୍ଧ କରିନେଇଥିଲେ। ପରେ ୧୯୯୫ ମେ’ ୨୪ରେ ଉଭୟ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri