Posted inଖେଳ

ନିଜଠାରୁ ୬ ବର୍ଷ ବଡ଼ ଅଞ୍ଜଳିଙ୍କୁ ହୃଦୟ ଦେଇ ବସିଥିଲେ ସଚିନ୍‌: ୧୭ ବର୍ଷ ବୟସରେ ଏପରି ଆରମ୍ଭ ହୋଇଥିଲା ‘ଲଭଷ୍ଟୋରୀ’

ନୂଆଦିଲ୍ଲୀ,୧୪।୮: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପାଇଁ ଆଜିର ଦିନଟି ବେଶ ଗୁରୁତ୍ୱପୂର୍ଣ୍ଣ। ୧୯୯୦ ଅଗଷ୍ଟ ୧୪ରେ ସେ ନିଜ କ୍ୟାରିୟରର ପ୍ରଥମ ଶତକ ମାରିଥିଲେ। ଇଂଲଣ୍ଡ ବିରୋଧରେ ମଞ୍ଚେଷ୍ଟରରେ ଖେଳାଯାଉଥିବା ଟେଷ୍ଟର ପଞ୍ଚମ ଦିନରେ ସଚିନ ୧୧୯ ରନ୍‌ କରି ଭାରତକୁ ଜିତାଇଥିଲେ।

୪୦୮ ରନ୍‌କୁ ପିଛା କରୁଥିବା ଭାରତୀୟ ଟିମ୍‌ ୧୮୩ରନ୍‌ରେ ୬ ଓ୍ବିକେଟ୍‌ ହରାଇଥିଲା। ଏହାପରେ ସଚିନ ଏବଂ ମନୋଜ ପ୍ରଭାକର ମଇଦାନକୁ ଆସିଥିଲେ। ଉଭୟ ୧୬୦ରନ୍‌ର ଯୋଗଦାନ କରିଥିଲେ। ଫଳରେ ଭାରତ ୩୪୩/୬ ଭଳି ସ୍ଥିତିରେ ପହଞ୍ଚିଥିଲା। ଗୋଟିଏ ପଟେ ଜୀବନର ପ୍ରଥମ ଶତକ ଏବଂ ପରଦିନ ସ୍ବାଧୀନତା ଦିବସ ଥିବାରୁ ଏହି ଶତକ ବହୁତ ଖାସ୍‌ ପାଲଟିଥିଲା। ସେ କମ୍‌ ବୟସ(୧୭ ବର୍ଷ ୭୮ ଦିନ)ରେ ଟେଷ୍ଟ ଖେଳି ଶତକ ହାସଲ କରିଥିବା ଦ୍ୱିତୀୟ କ୍ରିକେଟର ପାଲଟିଥିଲେ।

ନିଜ କ୍ୟାରିୟରର ପ୍ରଥମ ଇଂଲଣ୍ଡ ଗସ୍ତ ସାରି ଫେରିବା ପରେ ସଚିନଙ୍କ ଜୀବନର ଆଉ ଏକ ଅଧ୍ୟାୟ ଆରମ୍ଭ ହୋଇଥିଲା। କାରଣ ପ୍ରଥମ ଥର ପାଇଁ ସଚିନ ଅଞ୍ଜଳିଙ୍କୁ ମୁମ୍ବାଇ ବିମାନବନ୍ଦରରେ ଦେଖିଥିଲେ। ଅଞ୍ଜଳି ନିଜ ବନ୍ଧୁଙ୍କ ସହ ମା’ଙ୍କ ଆସିବା ବାଟକୁ ଅନାଇ ବସିଥିଲେ। ଏହି ସମୟରେ ତାଙ୍କ ବନ୍ଧୁ ଡା. ଅପର୍ଣ୍ଣା ସଚିନଙ୍କୁ ଚିହ୍ନି ନେଇଥିଲେ। ପରେ ସେ ଅଞ୍ଜଳିଙ୍କୁ କହିଥିଲେ, ଦେଖ..ଇଏ ହେଉଛନ୍ତି ସେହି ଖେଳାଳି, ଯିଏ ଇଂଲଣ୍ଡରେ ଶତକ କରିଛନ୍ତି। ଏହା ଶୁଣି ଅଞ୍ଜଳି ଅଟୋଗ୍ରାଫ ପାଇଁ ସଚିନଙ୍କ ପଛରେ ଦୌଡ଼ିଥିଲେ। ଝିଅଟିଏ ପିଛା କରୁଥିବାରୁ ସଚିନ ମଧ୍ୟ ଲାଜେଇ ଯାଇଥିଲେ। ସେ ଚୁପ୍‌ଚାପ କାର୍‌ରେ ବସିଥିଲେ। ଏସବୁ ମଧ୍ୟରେ ମଜା କଥା ଏହା ଥିଲା ଯେ, ସଚିନଙ୍କଠାରୁ ଅଟୋଗ୍ରାଫ ଆଣିବାକୁ ଯାଇ ଅଞ୍ଜଳି ନିଜ ମାଆଙ୍କୁ ଭୁଲିଯାଇଥିଲେ।

ବିମାନବନ୍ଦରରେ ଭେଟିବା ପରେ ଅଞ୍ଜଳି ସଚିନଙ୍କ ସହ କଥା ହେବାକୁ ଚାହିଁଥିଲେ। ସାଙ୍ଗମାନଙ୍କ ସହାୟତାରେ ସେ ଫୋନ୍‌ ନମ୍ବର ପାଇଥିଲେ। ପରେ ଉଭୟ କଥା ହୋଇଥିଲେ। ପ୍ରଥମ କଲ୍‌ରେ ଅଞ୍ଜଳି ସଚିନଙ୍କୁ କହିଥିଲେ- ମୁଁ ବିମାନବନ୍ଦରରେ ଆପଣଙ୍କୁ ଦେଖିଥିଲି। ଏହାର ଜବାବରେ ସଚିନ କହିଥିଲେ-ହଁ, ମୁଁ ବି ଆପଣଙ୍କୁ ଦେଖିଥିଲି, ଆପଣ ମୋ ପଛରେ ଦୌଡ଼ୁଥିଲେ। ଧିରେ ଧିରେ କଥା ଆଗକୁ ବଢ଼ିଥିଲା। ଉଭୟ ଭଲ ବନ୍ଧୁ ହୋଇଥିଲେ। ସଚିନଙ୍କୁ ଦେଖିବା ପାଇଁ ଅଞ୍ଜଳି ନିଜକୁ ସାମ୍ବାଦିକାର ପରିଚୟ ଦେବାକୁ ମଧ୍ୟ ପଛାଇ ନ ଥିଲେ।

ଦୀର୍ଘ ପାଞ୍ଚ ବର୍ଷ ଧରି ସମ୍ପର୍କରେ ରହିବା ପରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ସଚିନ। ହେଲେ ଏହା କୌଣସି ବଡ ମ୍ୟାଚ୍‌ ଖେଳିବାରୁ କମ୍‌ ନ ଥିଲା। ହେଲେ ଉଭୟଙ୍କ ପରିବାର ରାଜି ହୋଇଥିଲେ। ଶେଷରେ ୧୯୯୪ରେ ଉଭୟ ନିର୍ବନ୍ଧ କରିନେଇଥିଲେ। ପରେ ୧୯୯୫ ମେ’ ୨୪ରେ ଉଭୟ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଓବାଦୀଙ୍କୁ ଡିଜିପିଙ୍କ କଡ଼ା ଚେତାବନୀ, ହିଂସା ଛାଡ଼ି ଆତ୍ମସମର୍ପଣ କର, ନଚେତ୍‌…

ଭୁବନେଶ୍ୱର,୨୭ା୨: ମାଓବାଦୀଙ୍କୁ ପୋଲିସ ଡିଜି ଓ୍ବାଇ ବି ଖୁରାନିଆ କଡ଼ା ଚେତାବନୀ ଦେଇଛନ୍ତି। ଡିଜିପି କହିଛନ୍ତି, ହିଂସା ଛାଡ଼ି ଆତ୍ମସମର୍ପଣ କର, ନଚେତ୍‌ ପରିଣାମ ଭୋଗିବ। ଏସ୍‌ଓଜି…

CBIର ମଦ ଦୁର୍ନୀତି ମାମଲା: ଅରବିନ୍ଦ କେଜରିୱାଲ ଓ ମନୀଷ ସିସୋଦିଆ ଦୋଷମୁକ୍ତ, ଆଲିଙ୍ଗନ କରି କାନ୍ଦିଲେ

ନୂଆଦିଲ୍ଲୀ,୨୭।୨: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ରାଉଜ୍ ଆଭେନ୍ୟୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି…

ଆଫଗାନିସ୍ତାନର ଆକ୍ରମଣରେ ବିଚଳିତ ହେଲାଣି ପାକିସ୍ତାନ! ଭାରତ ଉପରେ ଆଣୁଛି ବଡ଼ ଅଭିଯୋଗ

ଇସଲାମାବାଦ,୨୭।୨: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ଏବେ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ପରିଣତ ହୋଇଛି। ପାକିସ୍ତାନର ବିମାନ ଆକ୍ରମଣର ପ୍ରତିଶୋଧ ନେଇ ଆଫଗାନିସ୍ତାନ ଏହି ଆକ୍ରମଣ କରିଛି।…

ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ ଯଦି ବର୍ଷା ଯୋଗୁ ହୁଏ ବାତିଲ: ସେମିଫାଇନାଲକୁ ଯିବ କିଏ, ଜାଣନ୍ତୁ ସମ୍ପୂର୍ଣ୍ଣ ନିୟମ

ନୂଆଦିଲ୍ଲୀ,୨୭।୨: ୨୦୨୬ ଟି୨୦ ବିଶ୍ୱକପ ସୁପର ୮ ପର୍ଯ୍ୟାୟରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ମ୍ୟାଚ ଏବେ କର ବା ମର ପ୍ରତିଯୋଗିତାରେ ପରିଣତ ହୋଇଛି। ୧…

‘ମୁଁ ଦାଢିଥିବା ଲୋକଙ୍କୁ ଭୟକରେ’, କାହିଁକି ଏମିତି କହିଲେ ପୂର୍ବତନ ଉପ ରାଷ୍ଟ୍ରପତି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୭।୨: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖର ବୁଧବାର (୨୫ ଫେବୃଆରୀ) ତାଙ୍କ ଗୃହରାଜ୍ୟ ରାଜସ୍ଥାନର ଚୁରୁ ଜିଲାରେ ପହଞ୍ଚିଥିଲେ। ସେ ପୂର୍ବତନ ଏମପି ରାମ ସିଂହ କାସୱା…

କାମ ନ କରି ମଜୁରୀ ହଡ଼ପ କରୁଛନ୍ତି ଶ୍ରମିକ: ଆସିଲା ସାଂଘାତିକ ଅଭିଯୋଗ

ଲୋଇସିଂହା,୨୬।୨(ସୁଶାନ୍ତ ବାରିକ): ଗାଁରେ ଶ୍ରମିକ ବର୍ଗର ଲୋକଙ୍କୁ କାମ ଯୋଗାଇବା ସହିତ ସେମାନଙ୍କ ଆର୍ଥିକ ମାନଦଣ୍ଡରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ଏମ୍‌ଜିଏନ୍‌ଆରଇଜିଏସ୍‌ ଯୋଜନା କାର୍ଯ୍ୟକାରୀ…

ବିଧାୟକଙ୍କୁ ନବୀନ ନିବାସ ଡକରା, ଅପରାହ୍ନ ୫ଟାରେ ବଡ଼ ବୈଠକ

ଭୁବନେଶ୍ବର,୨୭।୨: ଅପରାହ୍ନ ୫ଟାରେ ନବୀନଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଏନେଇ ସମସ୍ତ ବିଜେଡି ବିଧାୟକଙ୍କୁ ନବୀନ ନିବାସ ଡକରା ହୋଇଛି । ରାଜ୍ୟ ସଭା ନିର୍ବାଚନକୁ…

ଆସନ୍ତା ୭ଦିନ ପର୍ଯ୍ୟନ୍ତ ଶୁଖିଲା ପାଗ, ୩ଦିନରେ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨୭ା୨ (ବନ୍ଦନା ସେଠୀ): ରାଜ୍ୟରେ ବୃଦ୍ଧି ପାଇବ ଦିନ ଓ ରାତି ତାପମାତ୍ରା। ଆସନ୍ତା ୩ଦିନ ମଧ୍ୟରେ ସର୍ବାଧିକ ବା ଦିନ ତାପମାତ୍ରାରେ ୨ରୁ ୩ ଡିଗ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri