Categories: ଖେଳ

ବିରାଟଙ୍କ ଶତକ ପରେ ଭାଇରାଲ ହେଉଛି ସଚିନଙ୍କ ପ୍ରତିକ୍ରିୟା

ମୁମ୍ବାଇ,୧୫ା୧୧: ଦିନିକିଆ କ୍ରିକେଟ ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲରେ ବିରାଟ କୋହଲି ସଚିନ ତେନ୍ଦୁଲକରଙ୍କ ଶତକ ରେକର୍ଡ ଭାଙ୍ଗି ଏକ ନୂତନ ଇତିହାସ ଲେଖିଛନ୍ତି। କୋହଲି ନ୍ୟୁଜିଲାଣ୍ଡ ବିପକ୍ଷରେ୧୧୭ ରନ୍‌ ସ୍କୋର କରି ସେ  ଏହି ରେକର୍ଡ ହାସଲ କରିଛନ୍ତି। ଏନେଇ ସଚିନ ଟୁଇଟ୍‌ କରି କୋହଲିଙ୍କୁ ୫୦ ତମ ଶତକର ଅଭିନନ୍ଦନ ଜଣାଇଛନ୍ତି। ସଚିନ ଲେଖିଛନ୍ତି, ମୁଁ ଅଧିକ ଖୁସି ଯେ, ଜଣେ ଭାରତୀୟ ମୋ’ ରେକର୍ଡ ଭାଙ୍ଗିଛନ୍ତି।

ସେ ତାଙ୍କ ପୂର୍ବ ଟୁଇଟ୍‌ରେ ସେ ଲେଖିଥିଲେ, ଯେତେବେଳେ ମୁଁ ପ୍ରଥମ ଥର ପାଇଁ ଭାରତୀୟ ଡ୍ରେସିଂ ରୁମ୍‌ରେ ଆପଣଙ୍କୁ ଭେଟିଥିଲି, ଅନ୍ୟ ସାଥୀମାନେ ମୋର ପାଦ ଛୁଇଁଥିବାରୁ ଆପଣଙ୍କୁ ପରିହାସ କରିଥିଲେ। ମୁଁ ସେଦିନ ହସିବା ବନ୍ଦ କରିପାରି ନ ଥିଲି। କିନ୍ତୁ ଶୀଘ୍ର, ତୁମେ ତୁମର ଉତ୍ସାହ ଏବଂ କୌଶଳ ସହିତ ମୋ ହୃଦୟକୁ ଛୁଇଁଲ। ମୁଁ ବହୁତ ଖୁସି ଯେ, ଛୋଟ ବାଳକ ‘ବିରାଟ’ ଖେଳାଳି ହୋଇପାରିଛନ୍ତି। ସେ କହିଛନ୍ତି, ଜଣେ ଭାରତୀୟ ମୋର ରେକର୍ଡ ଭାଙ୍ଗିଛନ୍ତି ଏବଂ ବିଶ୍ୱକପ୍‌ ସେମିଫାଇନାଲ ପରି ଏକ ବଡ଼ ମ୍ୟାଚ୍‌ ଏବଂ ମୋ ଘର ଗ୍ରାଉଣ୍ଡରେ ଏମିତି ରେକର୍ଡ ପୂରା ଚାର୍‌ ଚାନ୍ଦ ଲଗାଇ ଦେଇଛି।

Share