କରୋନାରେ ଆଖିବୁଜିଲେ ତେନ୍ଦୁଲକରଙ୍କ ବନ୍ଧୁ: ୮୦ ଦଶକରେ ଖେଳୁଥିଲେ ଏକାଠି

ଭାରତୀୟ କ୍ରିକେଟ ଦଳର ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ତାଙ୍କର ବନ୍ଧୁ ବିଜୟ ଶିର୍କେଙ୍କୁ ହରାଇଛନ୍ତି। ମହାମାରୀ କରୋନାରେ ଅକ୍ରାନ୍ତ ହୋଇ ବିଜୟ ଥାନେ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଶନିବାର ସେ ସେଠାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ବିଜୟ ଜଣେ ଦ୍ରୁତ ବୋଲର ଥିଲେ। ସେ ଉଭୟ ସଚିନ ଏବଂ ବିନୋଦ କାମ୍ବଲିଙ୍କ ସହ ୮୦ ଦଶକରେ କ୍ରିକେଟ ଖେଳିଛନ୍ତି।
ବିଜୟଙ୍କ ମୃତ୍ୟୁରେ ତେନ୍ଦୁଲକର ଟୁଇଟ୍‌କରି ଦୁଃଖ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, ବିଜୟଙ୍କ ଆତ୍ମାକୁ ଶାନ୍ତି ମିଳୁ। ତାଙ୍କୁ ମୁଁ ୧୫ ବର୍ଷ ବୟସରୁ ଜାଣିଛି। ତାଙ୍କ ସହ ମୁଁ ମୋ ସବୁଠାରୁ ଭଲ ସମୟ ବିତାଇଛି। ସେ ସବୁଦିନ ପାଇଁ ମୋ ସହ ଜୀବିତ ରହିବେ। ତାଙ୍କ ପରିବାର ଏବଂ ପ୍ରିୟଜନଙ୍କୁ ମୋର ହୃଦହରୁ ସମବେଦନା ବୋଲି ସେ ଲେଖିଛନ୍ତି।