Categories: ଖେଳ

ଅଧିନାୟକ ହେବେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ,୨।୯: ରୋଡ ସେଫ୍‌ଟି ଓ୍ବାଲର୍‌ଡ ସିରିଜ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି। ଗତ ବର୍ଷ ଏହି ଟୁର୍ନାମେଣ୍ଟ ହିଟ ହୋଇଥିଲା ଏବଂ ବହୁ ସଂଖ୍ୟକ ଲୋକ ସେମାନଙ୍କ ପ୍ରିୟ କ୍ରିକେଟରଙ୍କ ଖେଳ ଦେଖିବା ପାଇଁ ଷ୍ଟାଡିୟମକୁ ଆସିଥିଲେ। ଗତଥର ରାୟପୁରରେ ଏହି ଟୁର୍ନାମେଣ୍ଟ ଖେଳାଯାଇଥିଲା। ବର୍ତ୍ତମାନ ଏହାର ଦ୍ୱିତୀୟ ସଂସ୍କରଣର ତାରିଖ ଘୋଷଣା ହୋଇଛି। ଏହି ବର୍ଷ ଟୁର୍ନାମେଣ୍ଟ ସେପ୍ଟେମ୍ବର ୧୦ରୁ ଆରମ୍ଭ ହୋଇ ୨୨ ଦିନ ପର୍ଯ୍ୟନ୍ତ ଚାଲିବ।
ଏହି ଟୁର୍ନାମେଣ୍ଟ କାନପୁରରେ ଆରମ୍ଭ ହେବ। ଏଥି ସହିତ, ଏଥର ଦେଶର ଆଉ ଦୁଇଟି ପଡ଼ିଆରେ ମ୍ୟାଚ ଖେଳାଯିବ। ଉଭୟ ସେମିଫାଇନାଲ ଏବଂ ଫାଇନାଲ ରାୟପୁର ଗ୍ରାଉଣ୍ଡରେ ଖେଳାଯିବ। ଏହି ଟୁର୍ନାମେଣ୍ଟ ପାଇଁ ଇନ୍ଦୋର ଏବଂ ଡେରାଡୁନର ଗ୍ରାଉଣ୍ଡ ମଧ୍ୟ ଚୟନ କରାଯାଇଛି। ଚଳିତ ବର୍ଷ ଆଠଟି ଦଳ ଅଂଶଗ୍ରହଣ କରିବେ। ଏଥି ମଧ୍ୟରେ ଭାରତ, ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ, ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା, ବାଂଲାଦେଶ ଏବଂ ଇଂଲଣ୍ଡର ଦଳ ଅନ୍ତର୍ଭୁକ୍ତ। ଏହି ଟୁର୍ନାମେଣ୍ଟରେ କେବଳ ଅବସରପ୍ରାପ୍ତ କ୍ରିକେଟରମାନେ ଅଂଶଗ୍ରହଣ କରନ୍ତି।
ରୋଡ ସେଫ୍‌ଟି ଓ୍ବାଲର୍‌ଡ ସିରିଜ ଦେଶ ତଥା ସାରା ବିଶ୍ୱରେ ସଡକ ସୁରକ୍ଷା ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଖେଳାଯାଏ। ଏହାକୁ ପରିବହନ ମନ୍ତ୍ରଣାଳୟ, ଭାରତ ସରକାର ଏବଂ ସୂଚନା ଏବଂ ପ୍ରସାରଣ ଏବଂ କ୍ରୀଡା ମନ୍ତ୍ରଣାଳୟ ସମର୍ଥନ କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ବ୍ରାଏନ ଲାରା, ତିଳକରତ୍ନେ ଦିଲଶାନ, ରସ ଟେଲରଙ୍କ ପରି ପୂର୍ବତନ ଭେଟେରାନ କ୍ରିକେଟରମାନେ ନଜର ଆସିବେ। ୨୦୨୧ରେ ଅନୁଷ୍ଠିତ ଶେଷ ସଂସ୍କରଣକୁ ଇଣ୍ଡିଆ ଲିଜେଣ୍ଟ୍ସ ଜିତିଥିଲା। ଫାଇନାଲରେ ଭାରତ ଶ୍ରୀଲଙ୍କାକୁ ୧୪ ରନରେ ପରାସ୍ତ କରିଛି। ଏଥର ଇଣ୍ଡିଆ ଲିଜେଣ୍ଟ୍‌ସର ଅଧିନାୟକ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ହେବେ।

 

Share