Posted inଖେଳ

ପୁଅଙ୍କୁ ପଡ଼ିଆରେ ଦେଖି କାନ୍ଦିଲେ ସଚିନ

ମୁମ୍ବାଇ: ଆଇପିଏଲ ୨୦୨୩ର ୨୫ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ୧୪ ରନ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ଏହି ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ୨୦ ଓଭର ଶେଷ ହେବା ପରେ ମୁମ୍ବାଇ ୧୯୨ ରନ୍‌ ସଂଗ୍ରହ କରିଥିଲା।

ଏହି ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର ଯୁବ ଖେଳାଳିମାନେ ଜଲ୍‌ଓ୍ବା ଦେଖାଇଥିଲେ। ତିଲକ ବର୍ମା ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ବି ଚମତ୍କାର ବୋଲିଂ କରିଥିଲେ।

ଅର୍ଜୁନ କେକେଆର ବିପକ୍ଷରେ ଡେବ୍ୟୁ କରିଥିଲେ। ଅର୍ଜୁନ ଆଇପିଏଲ କ୍ୟାରିୟରରେ ତାଙ୍କର ଦ୍ୱିତୀୟ ମ୍ୟାଚ ଖେଳୁଥିଲେ। ରବିବାର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅର୍ଜୁନ ତେନ୍ଦୁଲକର ନିଜର ଆଇପିଏଲ ଡେବ୍ୟୁ କରିଥିଲେ। କେକେଆର ବିପକ୍ଷରେ ଖେଳୁଥିବା ବେଳେ ଅର୍ଜୁନ ଦୁଇଟି ଓଭରରେ ୧୭ ରନ୍‌ ଦେଇଥିଲେ।

ଯଦିଓ ସେ ଡେବ୍ୟୁ ମ୍ୟାଚରେ କୌଣସି ଓ୍ବିକେଟ ନେଇପାରି ନ ଥିଲେ। ଆଇପିଏଲରେ ପୁଅ ଖେଳିବା ପ୍ରତ୍ୟେକ ପିତାଙ୍କ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ। ଏହି ମୁହୂର୍ତ୍ତ ଅର୍ଜୁନଙ୍କ ପିତା ସଚିନ ତେନ୍ଦୁଲକରଙ୍କ ପାଇଁ ମଧ୍ୟ ଅତ୍ୟନ୍ତ ସ୍ବତନ୍ତ୍ର ଥିଲା।

ପୁଅ ଆଇପିଏଲ୍‌ରେ ଖେଳିବା ପରେ ସଚିନ ଭାବପ୍ରବଣ ହୋଇଯାଇଥିଲେ।
ତାଙ୍କ ପୁଅ ଆଇପିଏଲରେ ପ୍ରଥମ ଥର ଖେଳୁଥିବା ଦେଖିବା ପରେ ସଚିନଙ୍କ ଆଖିରେ ଲୁହ ଆସିଯାଇଥିଲା। ବାସ୍ତବରେ ଓ୍ବେଷ୍ଟଇଣ୍ଡିଜର ପୂର୍ବତନ କ୍ରିକେଟର ତଥା ସମୀକ୍ଷକ ଇଆନ ବିଶପ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯେତେବେଳେ ଅର୍ଜୁନ ତେନ୍ଦୁଲକର କେକେଆର ବିପକ୍ଷରେ ପଡ଼ିଆରେ ଥିଲେ, ଫ୍ଲୋର ମ୍ୟାନେଜର ସଚିନଙ୍କ ସହ କଥା ହୋଇଥିଲେ।

ସେ କହିଛନ୍ତି, ମୁଁ ତାଙ୍କର (ଫ୍ଲୋର୍‌ ମ୍ୟାନେଜର)ଙ୍କ ନାମ ନେବି ନାହିଁ, କିନ୍ତୁ ସେ କହିଛନ୍ତି, ଫ୍ଲୋର ମ୍ୟାନେଜର ମୋତେ କହିଥିଲେ, ଅର୍ଜୁନ ଯେତେବେଳେ ଆଇପିଏଲ ଡେବ୍ୟୁ କରିଥିଲେ ସେତେବେଳେ ସଚିନ୍‌ଙ୍କ ଆଖିରେ ଖୁସିରେ ଲୁହ ଆସିଥିଲା।
ସଚିନ ଅର୍ଜୁନଙ୍କ ଅନେକ ଇନିଂସ ଭୁଲି ପାରନ୍ତି, କିନ୍ତୁ ଆଇପିଏଲରେ ଅର୍ଜୁନ ବୋଲିଂ କରିଥିବା ପ୍ରଥମ ଓଭରକୁ ସେ କେବେବି ଭୁଲି ପାରିବେ ନାହିଁ।

ଅର୍ଜୁନ ହାଇଦ୍ରାବାଦ ବିପକ୍ଷରେ ଚମତ୍କାର ବୋଲିଂ କରିଥିଲେ। ଯେତେବେଳେ ମୁମ୍ବାଇ ବିପକ୍ଷ ଫାଇନାଲରେ ହାଇଦ୍ରାବାଦ ୨୦ ରନ୍‌ ଆବଶ୍ୟକ କରୁଥିଲା, ଅଧିନାୟକ ରୋହିତ ଅର୍ଜୁନଙ୍କୁ ବୋଲିଂ ଦାୟିତ୍ୱ ଦେଇଥିଲେ। ଏହି ସୁଯୋଗରେ ଅର୍ଜୁନ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ।

ଅର୍ଜୁନ କେବଳ ଶେଷ ଓଭରରେ ଚମତ୍କାର ବୋଲିଂ କରି ଦଳକୁ ମ୍ୟାଚ ଜିତିବାରେ ସାହାଯ୍ୟ କରିନଥିଲେ। ଆଇପିଏଲ କ୍ୟାରିୟରର ପ୍ରଥମ ଓ୍ବିିକେଟ ମଧ୍ୟ ନେଇଥିଲେ। ଅର୍ଜୁନ ଭୁବନେଶ୍ୱର କୁମାରଙ୍କ ଓ୍ବିକେଟ ନେଇଥିଲେ। ଶେଷ ଓଭରରେ ମାତ୍ର ୬ ରନ୍‌ ଦେଇ ଓ୍ବିକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଶାହରୁଖ ଖାନ୍‌: ସିନେ ଇଣ୍ଡଷ୍ଟ୍ରିରେ ପଡ଼ିଗଲା ଚହଳ

ମଧ୍ୟପ୍ରାଚରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱରେ ପ୍ରଭାବ ପକାଇଛି। କେବଳ ଘରୋଇ ବଜାରରେ ନୁହେଁ ବରଂ ସିନେ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବଲିଉଡ…

ସ୍ତ୍ରୀଙ୍କ ତଣ୍ଟିଚିପି ମାରିଦେଇଥିଲେ ସ୍ବାମୀ: ମିଳିଲା ଏମିତି ଦଣ୍ଡ

ଗୁଣପୁର,୩୦।୩(ସୁଜାତା ପାଢ଼ୀ): ସ୍ତ୍ରୀ ହତ୍ୟା ମାମଲାରେ ସ୍ବାମୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ହୋଇଛି। ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଗାଦିଆଖଳା ପଞ୍ଚାୟତ ବାୟାଗୁଡ଼ା ଗ୍ରାମର ସୁରେନ୍ଦ୍ର ଶବର…

ପେନସନ୍‌ କରାଇ ଦେବାକୁ ୩ ହଜାର ଲାଞ୍ଚ ନେଉଥିଲେ ବରିଷ୍ଠ କିରାଣୀ, ବାନ୍ଧିଲା ଭିଜିଲାନ୍ସ

ନୟାଗଡ/ଖଣ୍ଡପଡା,(ଲୋକନାଥ ମିଶ୍ର/ଅଜୟ କୁମାର ମହାରଣା)୩୦ା୩: ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲା ଖଣ୍ଡପଡ଼ା ସବ-ଟ୍ରେଜେରୀ କର୍ମଚାରୀ ସରୋଜ କୁମାର ସାହୁ । ପେନସନ୍‌ କରାଇ ଦେବାକୁ ଲାଞ୍ଚ ନେଉଥିବା…

ଷ୍ଟାଡିୟମରେ ପ୍ରେମିକାଙ୍କୁ ପ୍ରପୋଜ କରୁଥିଲେ ପ୍ରେମିକ: ରିଙ୍ଗ୍‌ ପିନ୍ଧାଇବା ସମୟରେ ଘଟିଗଲା ଏମିତି କିଛି…ଦେଖନ୍ତୁ Video

ମୁମ୍ବାଇ,୩୦।୩: ଆଇପିଏଲ୍‌ ୨୦୨୬ ୱାଙ୍ଖେଡେ ଷ୍ଟାଡିୟମରେ କୋଲକାତା ନାଇଟ୍‌ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌କୁ ମୁମ୍ବାଇ ଇଣ୍ଡିଆନ୍ସ ଜିତିଥିଲା। ମୁମ୍ବାଇ ଏବଂ…

ଆଜି ରାଜସ୍ଥାନ-ଚେନ୍ନାଇ ମହାମୁକାବିଲା, ବର୍ଷା ବିଗାଡ଼ି ପାରେ ମ୍ୟାଚ୍‌

ଗୌହାଟି,୩୦।୩: ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ସୋମବାର IPL 2026ରେ ସେମାନଙ୍କ ଅଭିଯାନ ଆରମ୍ଭ କରିବେ। ଏହି ମୁକାବିଲା ଗୌହାଟିର ବରସାପାରା କ୍ରିକେଟ ଷ୍ଟାଡିୟମରେ…

ପଛରେ ପଡ଼ିଗଲେ କୋହଲି: ରୋହିତ ଭାଙ୍ଗିଦେଲେ ୫ ବଡ଼ ରେକର୍ଡ

ମୁମ୍ବାଇ,୩୦।୩: ରୋହିତ ଶର୍ମା ଚମତ୍କାର ଢଙ୍ଗରେ IPL 2026 ଆରମ୍ଭ କରିଥିଲେ। ସେ କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ୭୮ ରନର ଏକ ଧମାକାଦାର…

ଶ୍ରୀରାମ ନବମୀ ରାଲିରେ ବିଧାୟକ ଗୁଳି ଫୁଟାଇବା ଘଟଣା; ଗର୍ଜିଲା ଛାତ୍ର କଂଗ୍ରେସ, ଜିଲାପାଳଙ୍କୁ ଦାବିପତ୍ର

ବଲାଙ୍ଗୀର,୩୦ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ବିଧାୟକ ନବୀନ ଜୈନ ଗୁଳି ଫୁଟାଇବା ଘଟଣାକୁ ନେଇ ବିବାଦ…

ଗର୍ଲଫ୍ରେଣ୍ଡ୍‌ଙ୍କୁ ମହଙ୍ଗା ଗାଡ଼ି ଉପହାର ଦେଲେ ହାର୍ଦ୍ଦିକ ପାଣ୍ଡ୍ୟା: ଦାମ ଜାଣିଲେ ଉଡିଯିବ ହୋଶ୍‌

ମୁମ୍ବାଇ,୩୦।୩: କିଛି ଦିନ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ଏକ ଫେରାରି (Ferrari 12Cilindri) କିଣିଛନ୍ତି। ଏହାର ମୂଲ୍ୟ ୧୨ କୋଟି ବୋଲି ଜଣାପଡ଼ିଛି। ଏବେ ତାଙ୍କ କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri