Categories: ଖେଳ

ସର୍ବସମ୍ମୁଖରେ ସଚିନଙ୍କୁ ବୁଢ଼ା ବୋଲି କହୁଥିଲେ ଏହି ଖେଳାଳି, ଏଭଳି ଜବାବ ଦେଇଥିଲେ ସେହ୍ବାଗ

ନୂଆଦିଲ୍ଲୀ,୨।୩: ଭାରତର ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ କ୍ରିକେଟର ଭଗବାନ ବୋଲି କୁହାଯାଏ। ସେ ତାଙ୍କ କ୍ରିକେଟ କ୍ୟାରିୟରରେ କେବେ ବି ବିନା କାରଣରେ ବିରୋଧି ଖେଳାଳିଙ୍କ ସହ ମତାନ୍ତର କରୁ ନ ଥିଲେ। ହେଲେ ଅନେକ ଖେଳାଳି ତାଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେବାକୁ କୁଣ୍ଠାବୋଧ କରୁ ନ ଥିଲେ। ସେଭଳି ଜଣେ ଖେଳାଳି ଥିଲେ ଅଷ୍ଟ୍ରେଲିୟ ବ୍ୟାଟ୍ସମ୍ୟାନ ମାଇକେଲ କ୍ଲାର୍କ। ଏକଦା ସେ ମଇଦାନରେ ସଚିନଙ୍କୁ ବୁଢ଼ା ବୋଲି କମେଣ୍ଟ କରିଥିଲେ। ଏହାର କିଛି ଜବାବ ଦେଇ ନ ଥିଲେ ସେ। ହେଲେ ତାଙ୍କ ସହ ବ୍ୟାଟିଂ କରୁଥିବା ବିରେନ୍ଦ୍ର ସେହ୍ବାଗ ଏହାର ଜବାବ ଦେଇଥିଲେ।

ଏକ ଶୋ’ରେ ସେହ୍ବାଗ ଘଟଣା ବିଷୟରେ କହିଥିଲେ, ସେ ସଚିନଙ୍କ ସହ ଏକ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ବ୍ୟାଟିଂ କରୁଥିଲେ। ସେତେବେଳେ କ୍ଲାର୍କ ନୂଆ ନୂଆ ଖେଳୁଥାନ୍ତି। ସେମାନେ ବ୍ୟାଟିଂ କରୁଥିବା ବେଳେ କ୍ଲାର୍କ ଲଗାତାର ଭାବେ ସଚିନଙ୍କୁ ଚିଡ଼ାଇବାକୁ ଚେଷ୍ଟା କରିଥିଲେ। ସଚିନ ବୁଢ଼ା ହୋଇଯାଇଥିବା ସେ କହିବା ସହ ଫିଲ୍ଡିଂ, ବ୍ୟାଟିଂ କରିପାରିବେ ନାହିଁ ବୋଲି କହୁଥିଲେ। କିଛି ସମୟ ଏହାକୁ ଶୁଣିବା ପରେ ସେହ୍ବାଗ କ୍ଲାର୍କଙ୍କ ପାଖକୁ ଯାଇଥିଲେ। ତାଙ୍କର ବୟସ କେତେ ବୋଲି ପଚାରିଥିଲେ। କ୍ଲାର୍କ ୨୩ ବର୍ଷ ବୋଲି କହିଥିଲେ। ପରେ ସଚିନଙ୍କ ଟେଷ୍ଟ ଶତକ ତାଙ୍କ ବୟସଠାରୁ ଅଧିକ ବୋଲି ସେହ୍ବାଗ ଜବାବ ଦେଇଥିଲେ। ହେଲେ କ୍ଲାର୍କ ପୁଣି ପୁର୍ବପରି ସଚିନଙ୍କୁ କଟାକ୍ଷ କରି ଚାଲିଥିଲେ। ଏହା ଶୁଣିବା ପରେ ସେହ୍ବାଗ ରାଗିଯାଇ ତୁମ ବନ୍ଧୁ ତୁମକୁ ପପ୍‌ ବୋଲି କୁହନ୍ତି ବୋଲି ପଚାରିଥିଲେ। କ୍ଲାର୍କ ହଁ ଭରିଥିଲେ। ଏହାଶୁଣି ସେହ୍ବାଗ କେଉଁ ପ୍ରଜାତିର ବୋଲି କ୍ଲାର୍କଙ୍କୁ ପଚାରିଥିଲେ। ଏଭଳି ଜବାବ ଶୁଣି କ୍ଲାର୍କଙ୍କ ମୁଁହ ଶୁଖି ଯାଇଥିଲା। ସେ ଚୁପ୍‌ ହୋଇଯାଇଥିଲେ ବୋଲି ସେହ୍ବାଗ କହିଥିଲେ।

Share