ଇସିଙ୍କ ଜାତୀୟ ଆଇକନ୍‌ ହେବେ ତେନ୍ଦୁଲକର

ନୂଆଦିଲ୍ଲୀ,୨୩ା୮(ପି.ଟି.): କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ନିର୍ବାଚନ କମିଶନ(ଇସି)ଙ୍କ ଜାତୀୟ ଆଇକନ୍‌ ହେବାକୁ ଯାଉଛନ୍ତି। ନିର୍ବାଚନ ପ୍ରକ୍ରିୟାରେ ଅଧିକରୁ ଅଧିକ ଭୋଟର ସାମିଲ ହେବା ଲାଗି ସେ ପ୍ରୋତ୍ସାହିତ କରିବେ। ବୁଧବାର ତେନ୍ଦୁଲକର ଏବଂ ନିର୍ବାଚନ କମିଶନଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷର ହେବ। ଏହି ୩ ବର୍ଷିଆ ଚୁକ୍ତିନାମା ଅନୁଯାୟୀ ତେନ୍ଦୁଲକର ଭୋଟରମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବେ। ଯୁବବର୍ଗଙ୍କ ଉପରେ ତେନ୍ଦୁଲକରଙ୍କ ଅତୁଳନୀୟ ପ୍ରଭାବକୁ କାମରେ ଲଗାଇବା ଏକ ଉଲ୍ଲେଖନୀୟ ପଦକ୍ଷେପ। ଏହା ଆଗାମୀ ନିର୍ବାଚନ ବିଶେଷ କରି ୨୦୨୪ ଲୋକ ସଭା ନିର୍ବାଚନରେ ଭୋଟରଙ୍କ ଅଂଶଗ୍ରହଣ ବଢ଼ାଇବାରେ ବେଶ୍‌ ପ୍ରଭାବୀ ହେବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି।

Share