Posted inଖେଳ

ଭାବୁକ ହେଲେ ସଚିନ, କହିଲେ ଏଭଳି ଲୋକଙ୍କ ପାଇଁ ଦୁନିଆ…

ନୂଆଦିଲ୍ଲୀ,୧୮।୧୧: ଭାବୁକ ହୋଇଛନ୍ତି କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର। ଦୁର୍ଘଟଣାରେ ଗୁରୁତର ହୋଇଥିବା ଘନିଷ୍ଠ ବନ୍ଧୁଙ୍କ ଜୀବନ ରକ୍ଷା କରିଥିବାରୁ ସେ ଜଣେ ଟ୍ରାଫିକ ପୋଲିସଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ମାନବିକ ଦିଗକୁ ଆଗରେ ରଖି ଡ୍ୟୁଟି ବାହାରେ ଯାଇ ସହାୟତା କରିଥିବା ନେଇ ସଚିନ ଟୁଇଟ କରି ପ୍ରଶଂସା କରିଛନ୍ତି। ଏହିଭଳି ଲୋକଙ୍କ ପାଇଁ ଦୁନିଆ ଏକ ସୁନ୍ଦର ସ୍ଥାନ ବୋଲି ସେ ଟିପ୍ପଣୀ ଦେଇଛନ୍ତି।

ଟୁଇଟ୍‌ରେ ବିସ୍ତୁତ ଭାବେ ଏକ ନୋଟ୍‌ ଲେଖି ସଚିନ କହିଛନ୍ତି, କିଛି ଦିନ ପୂର୍ବରୁ ମୋର ବନ୍ଧୁ ଏକ ଗୁରୁତର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଭଗବାନଙ୍କ କୃପାରୁ ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି। ଜଣେ ଟ୍ରାଫିକ ପୋଲିସଙ୍କ ସହାୟତା ଯୋଗୁ ଏହା ସମ୍ଭବ ହୋଇପାରିଛି। ଦୁର୍ଘଟଣାରେ ଆହତ ବନ୍ଧୁଙ୍କୁ ସେ ତୁରନ୍ତ ଅଟୋରେ ଡାକ୍ତରଖାନାକୁ ନେଇଥିଲେ। ଏହି ସମୟରେ ତାଙ୍କର କ୍ଷତିଗ୍ରସ୍ତ ହୋଇଥିବା ମେରୁଦଣ୍ଡ ଆଉ ଯେପରି କ୍ଷତି ହେବ ନାହିଁ ପୋଲିସକର୍ମୀ ତାହା ନିଶ୍ଚିତ କରିଥିଲେ।ଏହା ଜାଣିବା ପରେ ବ୍ୟକ୍ତିଗତ ଭାବେ ଉକ୍ତ ପୋଲିସକର୍ମୀଙ୍କୁ ଭେଟି ବନ୍ଧୁଙ୍କ ସହାୟତା ଲାଗି ଆଗକୁ ଆସିଥିବାରୁ ଧନ୍ୟବାଦ ଜଣାଇଥିଲି। ଆମ ଚାରିପାଖରେ ଏଭଳି ଅନେକ ଲୋକ ଅଛନ୍ତି, ଯେଉଁମାନେ ଡ୍ୟୁଟି ବାହାରେ ଅନ୍ୟମାନଙ୍କୁ ସାହାର୍ଯ୍ୟ କରନ୍ତି। ଏଭଳି ଲୋକଙ୍କ ପାଇଁ ଦୁନିଆ ଏକ ସୁନ୍ଦର ସ୍ଥାନ। ଜନସାଧାରଣମାନେ ଏଭଳି ସେବା କରିଥିବା ଲୋକଙ୍କୁ ଧନ୍ୟବାଦ ଦେବା ଲାଗି କିଛି ସମୟ ବାହାର କରିବା ଉଚିତ ବୋଲି ସଚିନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri