Categories: ଖେଳ

ସଚିନଙ୍କ ପୁଅ ସପକ୍ଷରେ ବାହାରିଲେ ଅଭିନେତା, କହିଲେ ଏମିତି

ମୁମ୍ବାଇ,୨୦।୨: ଭାରତର କିମ୍ବଦନ୍ତୀ କ୍ରିକେଟର୍‌ ସଚିନ ତେନ୍ଦୁଲକରଙ୍କ ସୁପୁତ୍ର ଅର୍ଜୁନ ତେନ୍ଦୁଲକରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଟିମ କିଣିଛି। ଚେନ୍ନାଇରେ ଆୟୋଜିତ ଆଇପିଏଲର ୧୪ଶ ସଂସ୍କରଣର ଅକ୍ସନରେ ଅର୍ଜୁନଙ୍କୁ ୨୦ ଟଙ୍କାର ବେସ ପ୍ରାଇସରେ କିଣିଛି ମୁମ୍ବାଇ ଇଣ୍ଡିଆନ୍ସ। ୨୧ ବର୍ଷୀୟ ଅର୍ଜୁନ ପ୍ରଥମଥର ଲାଗି ଆଇପିଏଲ ନିଲାମରେ ସାମିଲ ହୋଇଛନ୍ତି। ତାଙ୍କୁ ମୁମ୍ବାଇ ଦଳରେ ସାମିଲ କରାଯିବ ପରେ ଏହାକୁ ନେଇ ବିବାଦ ଦେଖାଯାଇଛି। ଅନେକ ଲୋକ ଏହାକୁ ନେପୋଟିଜ୍‌ମ ଆଖ୍ୟା ଦେଇଛନ୍ତି। ସୋସିଆଲ ମିଡିଆରେ ୟୁଜର୍ସ ତାଙ୍କୁ ଟ୍ରୋଲ କରିଛନ୍ତି। ତାଙ୍କ ଚୟନ ଉପରେ ସେମାନେ ପ୍ରଶ୍ନ ଉଠାଇଛନ୍ତି। ଏହା ଉପରେ ସଚିନଙ୍କ ପ୍ରତିକ୍ରିୟା ଆସି ନ ଥିଲେ ମଧ୍ୟ ତାଙ୍କ ସପକ୍ଷରେ ବାହାରିଛନ୍ତି ବଲିଉଡ୍‌ ଅଭିନେତା ତଥା ନିର୍ମାତା ଫରହାନ ଅଖତର୍‌। ଟୁଇଟ୍‌ କରି ସେ ଲେଖିଛନ୍ତି,ମୁଁ ଅର୍ଜୁନଙ୍କ ଉପରେ କିଛି କହିବାକୁ ଚାହୁଁଛି। ଥରେ ଆମେ ଗୋଟିଏ ଜିମ୍‌କୁ ଯାଇଥିଲୁ। ସେଠାରେ ତାଙ୍କ ପ୍ରରିଶ୍ରମ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ସେ ଜଣେ ବଡ କ୍ରିକେଟର୍‌ ହେବାର ସ୍ବପ୍ନ ଦେଖୁଛନ୍ତି। ତେଣୁ ନେପୋଟିଜ୍‌ମ କହି ତାଙ୍କୁ ଜୋଶ୍‌କୁ ଭାଙ୍ଗନ୍ତୁ ନାହିଁ ବୋଲି ସେ କହିଛନ୍ତି।
ପୂର୍ବରୁ ସୋଶିଆଲ ମିଡିଆରେ ଚର୍ଚ୍ଚା ହେଉଥିଲା ଯେ ଅର୍ଜୁନଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଟିମ କିଣିବ। କାରଣ ଏହି ଟିମରେ ତାଙ୍କ ପିତା ସଚିନ ଖେଳିସାରିଛନ୍ତି। ସଚିନ ବର୍ତ୍ତମାନ ଟିମର ମେଣ୍ଟର ଅଛନ୍ତି। ଏପରିକି ଅର୍ଜୁନ ମଧ୍ୟ ଏହି ଟିମର କ୍ୟାମ୍ପରେ ମଧ୍ୟ ସାମିଲ ହୋଇସାରିଛନ୍ତି। ଟିମରେ ଅର୍ଜୁନଙ୍କ ଭୂମିକା ଅଲରାଉଣ୍ଡର ରହିବ। ୬ ଫୁଟରୁ ଅଧିକ ଲମ୍ବା ବିଶିଷ୍ଟ ଏହି ଖେଳାଳି ନା କେବଳ ବଡ ବଡ ଶଟ ମାରନ୍ତି ବରଂ ନିଜର ଦ୍ରୁତ ବୋଲିଂ ଦ୍ୱାରା ଟିମ ପାଇଁ ଲାଭଦାୟକ ହୋଇପାରନ୍ତି।

Share