Categories: ଖେଳ

ଫାଇନାଲ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍‌କୁ ଖାସ୍‌ ମନ୍ତ୍ର ଦେଲେ ସଚିନ ତେନ୍ଦୁଲକର

ରୋହିତ ଶର୍ମାଙ୍କ ଅଧିନାୟିକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଚମ ଥର ପାଇଁ ଆଇପିଏଲ ଟାଇଟଲ ଜିତିବାଠାରୁ ମାତ୍ର ଗୋଟିଏ ପାଦ ଦୂରରେ। ମଙ୍ଗଳବାର ଦଳ ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ। ଫାଇନାଲ ପୂର୍ବରୁ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ଦଳକୁ ଏକ ସ୍ବତନ୍ତ୍ର ବାର୍ତ୍ତା ଦେଇଛନ୍ତି। ସଚିନ ଏକ ସ୍ବତନ୍ତ୍ର ଭିଡିଓ ଶେୟାର କରି କହିଛନ୍ତି ଯେ, ମୁମ୍ବାଇ ଇଣ୍ଡିଆନ୍ସର ପ୍ରତ୍ୟେକ ଖେଳାଳି ଜାଣିବା ଉଚିତ ଯେ ଯେତେବେଳେ ସେ ପଡ଼ିଆକୁ ଆସନ୍ତି, ସେତେବେଳେ ସେ ଏକୁଟିଆ ନୁହଁନ୍ତି କିନ୍ତୁ ତାଙ୍କ ସହ ତାଙ୍କର ସମ୍ପୂର୍ଣ୍ଣ ଶକ୍ତି ଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ପ୍ରତ୍ୟେକ ଉତ୍‌ଥାନ-ପତନ ସମୟରେ ଦଳ ଏକ ‘ପରିବାର’ ଭଳି ଖେଳିବା ଉଚିତ୍‌। ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଥିବା ତଥା ଦଳର ଜଣେ ପରାମର୍ଶଦାତା ଭାବେ କାର୍ଯ୍ୟ କରିଥିବା ସଚିନ ତେନ୍ଦୁଲକର ଆହୁରି କହିଛନ୍ତି, ଖେଳରେ ଅନେକ ବାଧାବିଘ୍ନ ରହିଛି, ବିଶେଷ କରି ଫଟାଫଟ କ୍ରିକେଟରରେ ଦଳ ଏକ ୟୁନିଟ ପରି ଖେଳିବା ଜରୁରୀ ଅଟେ ବୋଲି ସେ କହିଛନ୍ତି।

 

Share