Posted inଖେଳ

ସଚିନଙ୍କୁ ଆଉଟ୍‌ କରିବା ପରେ ଅଟୋଗ୍ରାଫ୍‌ ପାଇଁ ଆସିଥିଲେ ବ୍ରାଡ୍‌ ହଗ୍‌; ବାର୍ତ୍ତା ଦେଖି ହୋଇଥିଲେ ଚକିତ

ନୂଆଦିଲ୍ଲୀ,୨୦।୧୧: ଭାରତର ମହାନ ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକରଙ୍କ ବହୁତ ପ୍ରଶଂସକ ଅଛନ୍ତି। ସାଧାରଣ ଲୋକଟିଏ ହେଉ ଅଥବା କ୍ରିକେଟଜଗତ ସହ ଜଡ଼ିତ ବ୍ୟକ୍ତି ସଚିନଙ୍କ ଗୋଟିଏ ଅଟୋଗ୍ରାଫ୍‌କୁ ଚାହିଁ ବସିଥାନ୍ତି। ୨୦୦୭ରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ସଚିନ୍‌ ଜଣେ ଖେଳାଳିଙ୍କୁ ନିଜର ଏକ ଅଟୋଗ୍ରାଫ ଦେଇଥିଲେ। ଅଟୋଗ୍ରାଫ ଦେବା ସମୟରେ ସଚିନ ଏଭଳି କଥା ଲେଖିଥିଲେ ଯାହା ଉକ୍ତ ଖେଳାଳିଙ୍କୁ ଚକିତ କରିଥିଲା।

ଘଟଣାଟି ଏପରି। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଏକଦୀବସୀୟ ସିରିଜ୍‌ର ତୃତୀୟ ମ୍ୟାଚ୍‌ ଖେଳାଯାଉଥିଲା। ଏଥିରେ ଅଷ୍ଟ୍ରେଲିୟା ଭାରତକୁ ୨୯୧ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ସଚିନ ଗମ୍ଭୀରଙ୍କ ସହ ଇନିଂସ ଆରମ୍ଭ କରିଥିଲେ। ୨୭ ଓଭରରେ ଅଷ୍ଟ୍ରେଲିୟ ବୋଲର୍‌ ବ୍ରାଡ୍‌ ହଗ୍‌ ତାଙ୍କୁ ଆଉଟ୍‌ କରି ଦେଇଥିଲେ। ହେଲେ ମ୍ୟାଚ୍‌ ପରେ ସେ ସଚିନଙ୍କ ଅଟୋଗ୍ରାଫ ନେବା ପାଇଁ ଯାଇଥିଲେ। ସଚିନ ବେଶ୍‌ ଖୁସି ହୋଇ ସରଳତାର ସହ ଅଟୋଗ୍ରାଫ ଦେଇଥିଲେ। ଏଥିରେ ଏକ ବାର୍ତ୍ତା ଥିଲା। ‘ଆଉ କେବେ ଏଭଳି ଘଟିବ ନାହିଁ ହଗ୍‌’ବୋଲି କାଗଜରେ ଲେଖାଯାଇଥିଲା। ପରବର୍ତ୍ତୀ ସମୟରେ ତାହା ହିଁ ହୋଇଥିଲା। ହଗ୍‌ ଆଉ କେବେ ସଚିନଙ୍କୁ ଆଉଟ୍‌ କରିପାରି ନ ଥିଲେ। ମାତ୍ର ଆଜି ବି ସେ ଉକ୍ତ ଅଟୋଗ୍ରାଫକୁ ସାଇତି ରଖିଛନ୍ତି।

ଏକ ସାକ୍ଷାତକାରରେ ହଗ୍‌ ନିଜ ସ୍ମୃତି ବଖାଣିଛନ୍ତି। ସଚିନଙ୍କ ବିପକ୍ଷରେ ଖେଳିବା ସମ୍ମାନର କଥା। ତାଙ୍କୁ ବୋଲିଂ କରିବା ସୁଖଦାୟକ ଅନୁଭବ। ଉକ୍ତ ମ୍ୟାଚ୍‌ ସହ ଜଡ଼ିତ ଏହି ସ୍ମୃତି ତାଙ୍କୁ ସବୁବେଳେ ମନେ ରହିବ ବୋଲି ହଗ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri