ସଚିନଙ୍କ ଶ୍ରେଷ୍ଠ ଆଇପିଏଲ ଏକାଦଶରେ ରୋହିତ, କୋହଲିଙ୍କ ସ୍ଥାନ ନାହିଁ

ମୁମ୍ବାଇ,୩୧।୫: ଭାରତର ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଆଇପିଏଲ ୨୦୨୨ରେ ଭଲ ପ୍ରଦର୍ଶନ କରିଥିବା ଏକରୁ ଅଧିକ ଖେଳାଳି ଚୟନ କରି ନିଜର ସର୍ବଶ୍ରେଷ୍ଠ ଆଇପିଏଲ ଏକାଦଶ ପ୍ରସ୍ତୁତ କରିଛନ୍ତି। ସଚିନ ଏହି ଦଳର ଅଧିନାୟକ ଭାବରେ ଗୁଜରାଟ ଟାଇଟାନ୍ସ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବାଛିଛନ୍ତି। ପାଣ୍ଡ୍ୟାଙ୍କ ନେତୃତ୍ୱରେ ଗୁଜରାଟ ଚଳିତବର୍ଷ ଆଇପିଏଲ୍‌ ଚାମ୍ପିୟନ୍‌ ହୋଇଛି।
ସଚିନ ତେନ୍ଦୁଲକର ନିଜ ଦଳରେ ଶିଖର ଧାୱନ ଏବଂ ଜୋସ ବଟଲରଙ୍କୁ ଓପନିଂ ଯୋଡି ଭାବରେ ବାଛିଛନ୍ତି। ତିନି ନମ୍ବରରେ ବ୍ୟାଟିଂ କରିବାକୁ ସଚିନ ତେନ୍ଦୁଲକର କେ.ଏଲ ରାହୁଲଙ୍କୁ ଏବଂ ୪ ନମ୍ବରରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଚୟନ କରିଛନ୍ତି। ୫ ନମ୍ବରରେ ବ୍ୟାଟିଂ କରିବାକୁ ସଚିନ ତେନ୍ଦୁଲକର ଦକ୍ଷିଣ ଆଫ୍ରିକାର ବିପଜ୍ଜନକ ବ୍ୟାଟ୍ସମ୍ୟାନ ଡେଭିଡ ମିଲରଙ୍କୁ ବାଛିଛନ୍ତି। ଏଥି ସହିତ ଇଂଲଣ୍ଡର ବିପଜ୍ଜନକ ଅଲରାଉଣ୍ଡର ଲିଆମ ଲିଭିଙ୍ଗଷ୍ଟୋନଙ୍କୁ ୬ ନମ୍ବରରେ ସୁଯୋଗ ଦିଆଯାଇଛି।
ସଚିନ ତେନ୍ଦୁଲକର ବିପଜ୍ଜନକ ଫିନିସର ଦୀନେଶ କାର୍ତ୍ତିକଙ୍କୁ ୭ ନମ୍ବରରେ ବ୍ୟାଟିଂ କରିବାକୁ ବାଛିଛନ୍ତି। ସଚିନ ତେନ୍ଦୁଲକର ଦୀନେଶ କାର୍ତ୍ତିକଙ୍କୁ ଏକାଦଶରେ ଉଇକେଟ ରକ୍ଷଣର ଦାୟିତ୍ୱ ଦେଇଛନ୍ତି।
ସଚିନ ତେନ୍ଦୁଲକର ଏକାଦଶରେ ଭାରତର ଲେଗ ସ୍ପିନର ୟୁଜଭେନ୍ଦ୍ର ଚହଲ ଏବଂ ଆଫଗାନିସ୍ତାନର ମାରାତ୍ମକ ଲେଗ ସ୍ପିନର ରସିଦ ଖାନଙ୍କୁ ଚୟନ କରିଛନ୍ତି। ସେହିପରି ଜଶପ୍ରୀତ ବୁମ୍‌ରା ଏବଂ ମହମ୍ମଦ ଶାମିଙ୍କୁ ଦ୍ରୁତବୋଲର ଭାବରେ ସେ ଦଳରେ ନେଇଛନ୍ତି।
ସଚିନ ତେନ୍ଦୁଲକରଙ୍କ ଦ୍ୱାରା ସର୍ବଶ୍ରେଷ୍ଠ ଆଇପିଏଲ୍‌ ଏକାଦଶ
ଶିଖର ଧାୱନ, ଜୋସ ବଟଲର, କେ.ଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଡେଭିଡ ମିଲର, ଲିଆମ ଲିଭିଙ୍ଗଷ୍ଟୋନ, ଦୀନେଶ କାର୍ତ୍ତିକ (ଉଇକେଟ କିପର), ରସିଦ ଖାନ, ଜଶପ୍ରୀତ ବୁମ୍‌ରା, ମହମ୍ମଦ ଶାମି, ୟୁଜଭେନ୍ଦ୍ର ଚହଲ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri