Posted inଖେଳ

ବିଶ୍ୱକପ୍‌ ଫାଇନାଲ ଭଳି ରୋମାଞ୍ଚଭରା ମ୍ୟାଚ୍‌ ଜିତିଲା ଇଣ୍ଡିଆ ଲିଜେଣ୍ଡ୍ସ

ରାୟପୁର,୨୨।୩ : ୨୦୧୧ ବିଶ୍ୱକପ୍‌ ଫାଇନାଲ ଭଳି ରୋମାଞ୍ଚକ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ହରାଇ ଚାମ୍ପିୟନ ହୋଇଛି ଇଣ୍ଡିଆ। ତେବେ ଏହା ବିଶ୍ୱକପ୍‌ ନୁହେଁ, ଅନଏକାଡେମୀ ରୋଡ୍‌ ସେଫ୍ଟି ଓ୍ବାଲର୍‌ଡ ଟି୨୦ ସିରିଜ୍‌। ସ୍ଥାନୀୟ ଶହୀଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅନୁଷ୍ଠିତ ଫାଇନାଲରେ ତାରକା ଖଚିତ ଇଣ୍ଡିଆ ଲିଜେଣ୍ଡ୍ସ ୧୪ ରନ୍‌ରେ ଶ୍ରୀଲଙ୍କା ଲିଜେଣ୍ଡ୍ସକୁ ହରାଇ ଦେଇଛି।

ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଇଣ୍ଡିଆ ଲିଜେଣ୍ଡ୍ସ ପାଓ୍ବର ପ୍ଲେରେ କିଛି ଖାସ କରିପାରି ନ ଥିଲା। ପ୍ରଥମ ୫ ଓଭରରେ ହିଁ ବୀରେନ୍ଦ୍ର ସେହ୍ବାଗ (୧୦) ଓ ଏସ୍‌. ବଦ୍ରିନାଥ (୭)ଙ୍କ ଉଇକେଟ ହରାଇଥିଲା ଦଳ। ଏହାପରେ ଅଧିନାୟକ ସଚିନ ତେନ୍ଦୁଲକର (୩୦) ମଧ୍ୟ ପ୍ୟାଭିଲିଅନ ଫେରି ଯାଇଥିଲେ। ମାତ୍ର ଯୁବରାଜ ସିଂ ଓ ୟୁସୁଫ ପଠାନ ଚତୁର୍ଥ ଉଇକେଟ ପାଇଁ ଯୋଡ଼ିଥିଲେ ବିସ୍ଫୋରକ ୮୫ ରନ୍‌। ଦୁହେଁ ଗ୍ରାଉଣ୍ଡର ଚାରି ଆଡ଼େ ଛକା ଚୌକା ବର୍ଷା କରିଥିଲେ। ଫଳରେ ପୂରା ୨୦ ଓଭରରେ ଇଣ୍ଡିଆ ଲିଜେଣ୍ଡ୍ସ ୪ ଉଇକେଟ ହରାଇ ୧୮୧ ରନ୍‌ କରିଥିଲା। ଯୁବି ୬୦ (୪ ଲେଖାଏ ଚୌକା ଓ ଛକା) ରନ୍‌ କରି ଆଉଟ୍‌ ଥିବାବେଳେ ୟୁସୁଫ ୬୨ (୪ ଚୌକା ଓ ୫ ଛକା) ନଟ୍‌ ଆଉଟ୍‌ ରହିଥିଲେ।

ଏହାପରେ ଶ୍ରୀଲଙ୍କା ଲିଜେଣ୍ଡ୍ସ ବ୍ୟାଟିଂ ଆରମ୍ଭରୁ ହିଁ ପଠାନ ବ୍ରଦର୍ସଙ୍କ ଯୋଗୁ ବାରମ୍ବାର ଝୁଣ୍ଟିଥିଲା। କିନ୍ତୁ ଚିନଥାକା ଜୟସିଙ୍ଘେ (୪୦) ଓ କୌଶଲ୍ୟା ଓ୍ବିରାରତ୍ନେ (୩୮) ୫ମ ଉଇକେଟ ଲାଗି ୬୪ ରନ୍‌ ଯୋଡ଼ି ବିଜୟ ସମ୍ଭାବନା ସୃଷ୍ଟି କରିଥିଲେ। ମାତ୍ର ଅନ୍ତିମ ଓଭରରେ ଫେଲ୍‌ ମାରିଥିଲେ ଦୁହେଁ। ଫଳରେ ତିଲକରତ୍ନେ ଦିଲସାନଙ୍କ ନେତୃତ୍ୱାଧୀନ ଶ୍ରୀଲଙ୍କା ଲିଜେଣ୍ଡ୍ସ ଶେଷ ପର୍ଯ୍ୟନ୍ତ ଖେଳି ୭ ଉଇକେଟ ହରାଇ ୧୬୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ସନଥ ଜୟସୁରିୟା ୪୩, ଚିନଥାକା ଜୟସିଙ୍ଘେ ୪୦ ଓ କୌଶଲ୍ୟା ଓ୍ବିରାରତ୍ନେ ୩୮ ରନ୍‌ କରିଥିଲେ। ପଠାନ ବ୍ରଦର୍ସ ହାତେଇଥିଲେ ୨ ଲେଖାଏ ଉଇକେଟ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri