Categories: ଖେଳ

ଆଜିର ଦିନରେ ଇତିହାସ ରଚିଥିଲେ ସଚିନ ତେନ୍ଦୁଲକର

ମୁମ୍ବାଇ,୨୪।୨: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ନିଜ କ୍ୟାରିୟର୍‌ରେ ଅନେକ ବଡ ବଡ ରେକର୍ଡ ହାସଲ କରିଥିଲେ। ତାଙ୍କୁ କ୍ରିକେଟର୍‌ ଭଗବାନ ଆଖ୍ୟା ମଧ୍ୟ ଦିଆଯାଇଛି। ଫେବୃୟାରୀ ୨୪, ୨୦୨୧ରେ ଗ୍ବାଲିଅରର କ୍ୟାପଟେନ ରୂପ ସିଂ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଥର ପାଇଁ ଏକଦିବସୀୟ କ୍ରିକେଟରେ ୨୦୦ ରଡ଼୍‌ କର୍‌ କରିଥିଲେ। ଜାନୁୟାରୀ ୫ ୧୯୭୧ରେ ମେଲବୋର୍ନରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଏକଦିବସୀୟ ଖେଳାଯାଇଥିଲା। ସେବେଠାରୁ କ୍ରିକେଟରେ ଅନେକ ରେକର୍ଡ ସୃଷ୍ଟି ହୋଇଥିଲା। କିନ୍ତୁ ପୁରୁଷ ଏକଦିବସୀୟ କ୍ରିକେଟରେ ୨୦୦ ରନ୍‌ କରିବା ରେକର୍ଡ କାହା ନାଁରେ ନ ଥିଲା। ଅନେକ ଖେଳାଳି ଏହି ସଂଖ୍ୟାର ନିକଟତର ହୋଇଥିଲେ, କିନ୍ତୁ ବୋଧହୁଏ ଏହି ଲକ ନମ୍ବର ୨୦୦ର ଚାବି ସଚିନଙ୍କ ହାତରେ ଥିଲା। ସଚିନଙ୍କ ପୂର୍ବରୁ, ୧୯୯୭ରେ ମହିଳା କ୍ରିକେଟର ବେଲିଣ୍ଡା କ୍ଲାର୍କ ୨୨୯ ରନର ଇନିଂସ ଖେଳିଥିଲେ।
ସଚିନ ୩୬ ବର୍ଷ ବୟସରେ ଏହି ଏକଦିବସୀୟରେ ଦ୍ୱିଶତକ ଖେଳିଥିଲେ। ସେ ଯେଉଁ ସମୟରେ ଏକ ଇନିଂସ ଖେଳିଥିଲେ ସେତେବେଳେ ତାଙ୍କ ଖେଳ ଏବଂ ବୟସ ବିଷୟରେ ପ୍ରଶ୍ନ ଉଠିଥିଲା। କିନ୍ତୁ ସବୁଥର ପରି, ସଚିନ ତାଙ୍କ କଥା ନୁହେଁ ବରଂ ତାଙ୍କ ଖେଳ ସହିତ ଲୋକଙ୍କୁ ଜବାବ ଦେଇଥିଲେ। ସଚିନ ୧୪୭ ବଲରେ ୨୦୦ ରନ ସଂଗ୍ରହ କରିଥିଲେ। ଏହି ମ୍ୟାଚରେ ଭାରତ ୪୦୦ରୁ ଅଧିକ ସ୍କୋର କରିଥିଲା ଏବଂ ଏହି ମ୍ୟାଚକୁ ୧୫୩ ରନରେ ଜିତିଥିଲା। ଏହାପୂର୍ବରୁ ଏକଦିବସୀୟ କ୍ରିକେଟରେ ସର୍ବାଧିକ ରନ ରେକର୍ଡ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ସୟଦ ଅନୱାରଙ୍କ ନାମରେ ଥିଲା। ସେ ଭାରତ ବିପକ୍ଷରେ ୧୯୪ ରନର ଇନିଂସ ଖେଳିଥିଲେ।

Share