Categories: ଖେଳ

ଚୁଲିରେ ରୋଷେଇ କଲେ ସଚିନ୍‌ ତେନ୍ଦୁଲକର

ମୁମ୍ବାଇ,୬ା୫: କ୍ରିକେଟର ଭଗବାନ ତଥା ଭାରତୀୟ କ୍ରିକେଟର କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକର ଚୁଲିରେ ରୋଷେଇ କରିଛନ୍ତି। ନିକଟରେ ସେ ନିଜର ୫୦ ତମ ଜନ୍ମ ଦିବସ ପାଳନ କରିଥିଲେ। ଏହି ଅବସରରେ ନିଜ ଗ୍ରାମରେ ସେ ଏକ କାଠ ଚୁଲିରେ ରୋଷେଇ କରିଥିଲେ। ଶୁକ୍ରବାର ତେନ୍ଦୁଲକର ନିଜ ଟୁଇଟର ଆକାଉଣ୍ଟରେ ଏହି ଫଟୋ ଶେୟାର କରିଥିଲେ। ଏହା ସହିତ କ୍ୟାପ୍‌ଶନ୍‌ ଲେଖିଥିଲେ ‘ଜୀବନରେ ତୁମେ ସବୁଦିନ ଅର୍ଦ୍ଧଶତକ ମାରିବାର ସୁଯୋଗ ପାଇ ନଥାଅ, ନିଜ ଲୋକଙ୍କ ସହିତ ହିଁ ଏହାର ମଜା ଉଠାଇ ହୁଏ। ନିକଟରେ ଏମିତି ଏକ ଅର୍ଦ୍ଧଶତକର ମଜା ମୁଁ ଗାଁର ନିରୋଳା ପରିବେଶରେ ନେବାରେ ସମର୍ଥ ହେଲି। ଏହି ଫଟୋରେ ସଚିନଙ୍କ ସହିତ ପତ୍ନୀ ଅଞ୍ଜଳି ଓ ଝିଅ ସାରା ନଜର ଆସିଥିଲେ। ଏହା ସହ ସେ କ୍ୟାପସନ୍‌ରେ ଅର୍ଜୁନଙ୍କୁ ମିସ୍‌ କରୁଥିବା ମଧ୍ୟ ଉଲ୍ଲେଖ କରିଛନ୍ତି।

Share